୧ .
ସ୍ଵର ଉଚ୍ଚା ବିନା ଦାବି କରିବାର
କଉଶଳ ଯିଏ ଜାଣେ ,
ବଳିଷ୍ଠ ଯୁକ୍ତିରେ ବଳୁଆମାନଙ୍କୁ
ଜିଣିପାରେ ବାକ୍ୟ ବାଣେ ।
୨ .
ମହତ୍ ଲୋକର ମହତ୍ ଗୁଣକୁ
ସମ୍ମାନ ଦିଏନି ଯିଏ ,
ସମ୍ମାନର ସଂଜ୍ଞା ତାକୁ ପଛରିଲେ
କହିକି ପାରିବ ସିଏ !
୩ .
ଜାତି ହିତକାରୀ କେତେ ତିଷ୍ଠିଛନ୍ତି
ପାଳି ମଣିଷ ଧରମ ,
ଜାତି ପାଇଁ ଯିଏ ଜୀବନ ଜିଇଁଛି
ଧନ୍ୟ ତାହାର ଜନମ ।
୪ .
ଅସୂୟା ଭାବନା ମଣିଷ ପଣକୁ
ଗୋଟା ପଣେ ଗିଳି ଥାଏ ।
ମଣିଷକୁ ଭଲ ପାଇବା ମଣିଷ
ମହା ମାନବ ବୋଲାଏ ।
୫ .
ଗୁଣର ଗ୍ରାହକ ଗୁଣକୁ ଖୋଜନ୍ତି
ରୂପକୁ ଦେଖନ୍ତି ନାହିଁ ,
ଗୁଣ ବିନା ଗୌଣ ସୁନ୍ଦର ପଣିଆ
ଅଲୋଡ଼ା ଭଳିଆ ଥାଇ ।
୬ .
ନିଜେ ହିଁ ନିଜର ସେବକ ପୂଜକ
ଯିଏ କେବେ ହୋଇ ନାହିଁ ,
ସେ କେବେ ଅନ୍ୟର ପୂଜକ ସେବକ
ହେବା ସଂଭାବନା ନାହିଁ ।
{୭}
ଅନ୍ଧ ବିଶ୍ଵାସରେ ଅସୂୟା ନିଆଁରେ
ଯେଉଁଠି ଜୀବନ ଜଳେ
ଜଣେ ସତ୍ୟ ସଂଧ ସେଠି ପହଞ୍ଚିଲେ
ନିଆଁ ଲିଭିପାରେ ବଳେ ।
(୮)
ଆଡ଼ମ୍ବର ଶୂନ୍ୟ ଉଚ୍ଚ ଅଭିଳାଷ
ଯାହାର ଜୀବନ ଧାରା ,
ସିଏ ସଭିଙ୍କର ସଭିଏଁ ତାହାର
ହେଲେ ବି ସିଏ ନିଆରା ।
(୯)
ସବୁ ତୀର୍ଥ ବ୍ରତ ପୂଜାର୍ଚ୍ଚନା ଆଦି -
କର ସବୁ ଦେବତାଙ୍କୁ
କିନ୍ତୁ ଭୁଲ ନାହିଁ ଚଳନ୍ତି ଦେବତା
ଜନନୀ ଜନ୍ମଦାତାଙ୍କୁ ।
୧୦ . ଜିଜ୍ଞାସା ଭାବନା ମନ୍ଦ ନୁହେଁ ହେଲେ
କିଛି ଜାଣିଗଲା ପରେ
ଜାଣିବା ଲୋକଙ୍କୁ ଅଜ୍ଞ ମନେ କରି
ଜବାବ ଦେଉ ଗର୍ବରେ ।
୧୧ . ଧନଥିଲେ ଧନୀ ବୋଲି ନିର୍ଦ୍ଦ୍ବନ୍ଦ୍ବରେ
ସମସ୍ତେ କହିବେ ସିନା ,
ଗୁଣକୁ ସମସ୍ତେ ଚିହ୍ନି ପାରିବେ କି !
ପ୍ରକୃତ ଗୁଣିଆ ବିନା ।
୧୨ ସଜନ ମାନଙ୍କ କଟୁ କଥାରେ ବି
ମଙ୍ଗଳ ନିହିତ ଥାଏ ,
ଦୁର୍ଜନ ମାନଙ୍କ କଅଁଳିଆ କଥା
କୁପଥଗାମୀ କରାଏ ।
୧୩ ଦାର୍ଶନିକଙ୍କର ଦର୍ଶନ ତତ୍ତ୍ଵକୁ
ଯଥା ଯୋଗ୍ୟ ନମସ୍କାର !
ନିଜର ଦୁର୍ଗୁଣ ଖୋଜି କି କାଢ଼ିବା
ସର୍ବ ଶ୍ରେଷ୍ଠ ଆବିଷ୍କାର ।
୧୪ ସ୍କୁଳ ବିୟରରେ ଭୌତିକ ସୃଷ୍ଟିକୁ
ବିଶେଷ ଜାଣେ ବିଜ୍ଞାନ ,
ମନ ହୃଦୟକୁ ଶୁଦ୍ଧ କରେ ଯାହା
ତାହା ହିଁ ପ୍ରକୃତ ଜ୍ଞାନ ।
୧୫ ପାପ ପୁଣ୍ୟ ବେନି ଗୋଟିଏ କ୍ରିୟାର
ଦୁଇ ପଟେ ବିଦ୍ୟମାନ ,
ଯା ଅନ୍ତର ଭାବ ଯେମିତି ସେପରି
ପାଇବ ତା ପ୍ରତିଦାନ ।
୧୬ ବିଧ୍ବ ବିଧାନକୁ ସମ୍ମାନ ନ ଦେଲେ
ସମସ୍ୟା ଜଟିଳ ହେବ ,
କର୍ତ୍ତୃତ୍ଵ ଭାବନା ମରିଗଲା ପରେ
ସମୟ ସାନ୍ବନା ଦେବ ।
୧୭ ଯଶ ସବୁ ନାଶ ହୋଇଯିବ ବଳେ
କ୍ରୋଧ କବଳେ ଫସିଲେ ,
କ୍ରୋଧକୁ ଦମନ କରିପାର ତମେ
ସହିବା ଶକତି ଥିଲେ ।
୧୮ ପରାଜୟକୁ ସ୍ଵୀକାର କରିନିଅ
ଋଟୁକାର ହୁଅ ନାହିଁ
ହାରିବା ବେଦନା ଜିତିବା ଇଚ୍ଛାକୁ
ଆଧାର ଯୋଗାଉଥାଇ ।
୧୯ କାହାର ସରଳ ପଣରେ ଗରଳ
କପଟ ତାରେ ଭରିଲେ ,
ତା’ର ପରିଣତି ଯାହା ହେବ ତାକୁ
ରୋକି ହେବନି ରହିଲେ ।
୨୦ ଯାହାର କଳ୍ପନା ଉତ୍ତମ ଉନ୍ନତ
ତାଙ୍କୁ ମିଳେ ଶ୍ରେଷ୍ଠ ଫଳ ,
ବିଭୁ ପକ୍ଷପାତ କରନ୍ତିନି ହେଲେ
ଈର୍ଷାଳୁ ପାଏ ଗରଳ ।
୨୧ ଟଙ୍କା ସୁନା ଆଦି କ’ଣ ହେବ ଯଦି
ଶାନ୍ତି ନାହିଁ ଜୀବନରେ ,
ଯେମିତି ଜହ୍ନର ଗୁରୁତ୍ଵ ରହେନି
ରାତି ଶୋଇଗଲା ପରେ ।
୨୨ ଅନ୍ୟର ହିତରେ ଅସହ୍ୟ ଚିତ୍ତରେ
ଯିଏ ଦୁଃଖି ହେଉ ଥିବ ,
ଜୀଇଁ ଥାଉ ଥାଉ ଯନ୍ତ୍ରଣା ଜୁଇରେ
ନିଜେ ନିଜେ ଜଳି ଯିବ ।
୨୩ ସ୍ଵପ୍ନ ତାହା ନୁହଁ ଯାହା ଆମେ ଦେଖୁ
ନିଦେ ଶୋଇଥିଲା ବେଳେ
ମୁଁ ସପନ ଦେଖେ ନିଦ ଭୁଲିଥିବା
ସଂଗ୍ରାମୀ ଜିଜ୍ଞାସୁ ମେଳେ ।
୨୪ ଗୁଲିଗପ କିମ୍ବା ଗୁଜବ ବାରତା
କହିବାକୁ ଚାହେଁ ନାହିଁ ,
ଗୁରୁତ୍ଵ ଓ ଗୁଢ଼ ରହସ୍ୟ ଅନେକ
କହେ ଜନହିତ ପାଇଁ ।
୨୫ ଜୀବନେ ଯନ୍ତ୍ରଣା ଯେତେ ହେଲେ ହେଉ
ଜଗତ ପାଇଁ ଜୀଇଁବି ,
ଆବଶ୍ୟକ ହେଲେ ଜନହିତ ପାଇଁ
ଜୀବନ ଦେଇ ପାରିବି ।
୨୬ ଉପକାର ତୁମେ କରକି ନକର
ଅପକାର କର ନାହିଁ ,
ଯିଏ ଯେତେ ନିନ୍ଦା କରୁ ପଛେ ତୁମେ
କାହାକୁ ନିନ୍ଦିବ ନାହିଁ ।
୨୭ ଚିକିତ୍ସକ ଯଦି ଚିର ରୋଗୀ ହେବ
ରୋଗୀ କି ସେବା ପାଇବ ,
ଜଗତ ଯଦିବା ସ୍ଵାର୍ଥ ଅନ୍ଧ ହେବ
ତ୍ୟାଗୀ କି ତିଷ୍ଠି ପାରିବ ?
୨୮ ତା’ର ପୁଣ୍ୟ ଫଳ କେତେ କଣ ଯାହା
କେଉଁଠି ମୁଁ ଦେଖୁନାହିଁ
ନିଜେ ଉପାସରେ ରହି ମଧ୍ୟ ଯିଏ
ଭୋକିଲା କୁ ଦେଉଥାଇ ।
୨୯ ବଡ଼ ହେବା ପାଇଁ ଲାଳାୟିତ ହେବା
ଅଯଥା ପ୍ରୟାସ ସିନା ,
ବଡ଼ କିଏ କେବେ ହୋଇଛି ବନ୍ଧୁ
ବିଧାତାଙ୍କ ଇଚ୍ଛା ବିନା ?
୩୦ ସମସ୍ତଙ୍କ ଠାରୁ ସାନ ମନେ କଲେ
ସମସ୍ତଙ୍କ ଆଶୀର୍ବାଦ
ଅଯାଚିତ ଭାବେ ପ୍ରାପ୍ତ ହୁଏ ଯାହା
ଲାଘବ କରେ ପ୍ରମାଦ ।
୩୧ ଗୋ ରସ ଖୁଆଇ ଗୋଖର ପୋଷିଲେ
ଅକାଳେ ହେବ ମରଣ ,
ଦୁରାୱରି କ୍ରୁର ଜନକୁ ବିଶ୍ଵାସ
କରନ୍ତୁ ନା ବନ୍ଧୁ ଗଣ ।
୩୨ ବଡ଼ଲୋକ ହେବା ଭଲ କଥା ହେଲେ
ସାନଙ୍କୁ ଘୃଣାନ କର ,
ବିଭୁଙ୍କୁ ବିନୟେ କହିବି ମୁଁ ନିତି
ମଙ୍ଗଳ ହେଉ ତୁମର !
୩୩ ବାରମ୍ବାର ମରି ଯାଉଥାଏ ସିଏ
ଯିଏ ମରଣକୁ ଡରେ
ତମେ ବାରମ୍ବାର ମରିବନି ବନ୍ଧୁ
ମରିବ କେବଳ ଥରେ ।
୩୪ ସବୁ ସୌନ୍ଦର୍ଯ୍ୟରେ ଉତ୍ତମ ଗୁଣର
ଆଭାସ ପାଇବା ନାହିଁ ,
ସବୁ ଉତ୍ତମରେ ସୌନ୍ଦର୍ଯ୍ୟତା ଯାହା
ତା’ର ପଟାନ୍ତର ନାହିଁ ।
୩୫ ମାନିହାନି କରେ ଅହଂ ମଦ ନିଶା
ଆବଶ୍ୟକଠୁ ବଳିଲେ
ଧନ ମଦ ସାଙ୍ଗେ ଜନ ମଦ ନିଶା
ମାନବିକତାକୁ ଗିଳେ ।
୩୬ ଆବଶ୍ୟକ ଠାରୁ ବେଶି ଆଶା କରି
ଦୁଃଖ ହେଉଛ କାହିଁକି
ଗଲା ବେଳେ କିଛି ନେଇ ହୁଏ ନାହିଁ
ଏ କଥା କେ କହିନି କି ?
୩୭ ଶୋଷଣ କାରୀଙ୍କ ଶୋଷଣ କଳକୁ
ଅଚଳ କରିବା ପାଇଁ
ନିଭୀକ ପଣରେ ସଂଗ୍ରାମ କରନ୍ତୁ
ଆଦୌ ଓହରନ୍ତୁ ନାହିଁ ।
୩୮ ସୁଖ ଦୁଃଖ ବେନି ଜୀବନ ମୁଦ୍ରାର
ଦୁଇପଟେ ବିଦ୍ୟମାନ
ପ୍ରାଚୀନ କାଳରୁ ରହିଛି ରହିବ
ଯାହା ବିଧୂର ବିଧାନ ।
୩୯ ବିଭୁ ଇଚ୍ଛା ବିନା ଗଛର ପତର
ହଲେ ନାହିଁ ବୋଲି କହୁ
ଆଚରଣ ବେଳେ ଆପଣା ବଡ଼ିମା
ଅଜ୍ଞାନୀ ଭଳିଆ କହୁ ।
୪୦ କାମନାଭିଳାଷୀ ନହୋଇ ମଣିଷ
ଯଦି ତ୍ୟାଗ ବ୍ରତ ପାଳେ
ତେବେ ତା’ର ଯଶ ତିଷ୍ଠିଥ୍ବ ସଦା
ମହା କାଳର କପାଳେ ।
୪୧ ବିନା ସଂଘର୍ଷରେ ଜୀବନର ସଂଜ୍ଞା
ଅନୁଭବ ହୁଏ ନାହିଁ ,
ତାକୁ ହିଁ ସଂଗ୍ରାମୀ କୁହାଯାଏ ଯିଏ
ମଥାନତ କରେ ନାହିଁ ।
୪୨ ଦୁର୍ବୃତ୍ତଙ୍କ କାର୍ଯ୍ୟ ଦୂରୁ ଦେଖୁ ଦେଖୁ
ପଥ ବଦଳାଇ ଭାଗେ ,
ଦରଦୀ ନିର୍ଭିକ ଜନକୁ ଦେଖିଲେ
ଅଭୟେ ଆଶିଷ ମାଗେ ।
୪୩ ସ୍ଥାବର ଜଙ୍ଗମ ସବୁଠାରେ ବ୍ରହ୍ମ
ଦରଶନ କରେ ଯିଏ ,
ପାପ ପୁଣ୍ୟ ସୁଖ ଦୁଃଖର ଉର୍ଦ୍ଧ୍ବରେ
ଶାନ୍ତିରେ ରହନ୍ତି ସିଏ ।
୪୪ ସାଂସାରିକ ମୋହ ବଳିଷ୍ଠ ହୋଇଲେ
ଦ୍ବନ୍ଦ୍ବରେ ପଡ଼େ ସଂସାରୀ
ଦ୍ବନ୍ଦ୍ବ ବଳିଆର ହୋଇଲେ ମନ୍ଦକୁ
ଡାକୁଥାଏ ହାତ ଠାରି ।
୪୫ ପ୍ରତିକୂଳ ସ୍ଥିତି ଉପସ୍ଥିତି ହେଲେ
ସଞ୍ଚୟ କରି ସାହସ ,
ପୌରୁଷ ପଣରେ ମୁକାବିଲା କଲେ
ଜୀବନ ହେବ ସରସ ।
୪୬ ବିଶ୍ଵ ବ୍ରହ୍ମାଣ୍ଡରେ ଭଗବାନ ବିନା
ଆଉ କିଛି ନାହିଁ ବୋଲି
କହିବା ଲୋକଙ୍କୁ ଶ୍ରେଷ୍ଠ ମୁଁ କହିବି
ହୃଦୟ ଝରକା ଖୋଲି ।
୪୭ ଭକ୍ତ ଭଗବାନ ଅଭିନ୍ନ ବୋଲିତ
ଶାସ୍ତ୍ରରେ କୁହାଯାଇଛି ,
ଭଗବାନଙ୍କର ପ୍ରିୟ ସିଏ ଯିଏ ଭଗବାନଙ୍କୁ ଜାଣିଛି ।
୪୮ ପୁରୁଷାର୍ଥ ବିନା ପୌରୁଷ ପଣର
ମର୍ଯ୍ୟାଦା ମଉଳିଥାଏ ,
ସ୍ବାର୍ଥକୁ ସାରଥ୍ କରିଲେ ମଣିଷ
କଳଙ୍କ ବୋଝ ମୁଣ୍ଡାଏ ।
୪୯ ବିଧାତା କହନ୍ତି ମୋ ବିଧାନ ଯାହା
ତୁମରି ପାଇଁ କେବଳ
ମୋ ବିନା ଆଉ କେ ଅଛି କିବା ଯିଏ
ଚାହେଁ ସୃଷ୍ଟିର ମଙ୍ଗଳ ।
୫୦ ତ୍ୟାଗ ଆୟୁଧରେ ଲୋଭର ବେକକୁ
କାଟି ପାରିଲେ ମଣିଷ ,
ଶୂଳ ପାଣି ପରି ସଂସାର ହିତରେ
ପିଇ ପାରିବ ସେ ବିଷ ?
୫୧ ସୁଖେଚ୍ଛା ପାପର କାରଣ ବୋଲି ମୁଁ
କହିପାରେ ବାରମ୍ବାର ,
ପାପଠୁ ଯଦିଓ ଭୟଙ୍କର , ସୁଖ-
ଇଚ୍ଛାକୁ କର ସଂହାର ।
୫୨ ସଂସାରରୁ ଯାହା ପାଇଅଛ ତାକୁ
ସଂସାରେ ଲଗାଇ ଦିଅ ,
ସଂସାର ରଣରୁ ମୁକ୍ତି ହେବା ପାଇଁ
ଏବଠୁ ଶପଥ ନିଅ ।
୫୩ ପ୍ରାଣୀଜଗତକୁ ସିଏ ମାଆପରି
ମମତା ଦେଇଛି ଲେସି
ମାଟି ମା’ର ଗୁଣ ଶିଖୁଲେ ଆପଣ
ଆନନ୍ଦ ପାଇବେ ବେଣି ।
୫୪ ଭୋଗ ଅର୍ଥ ଯାହା ବୁଝିଅଛୁ ଆମେ
ସିଏ ତ ରୋଗର ମୂଳ
ଯୋଗର ଅର୍ଥକୁ ଯାହା କୁହ ସିଏ
ଆରୋଗ୍ୟ ସେତୁର ଚୂଳ ।
୫୫ କାମ, କ୍ରୋଧ, ଲୋଭ ନଷ୍ଟ ହୋଇ ଯାଏ
ପ୍ରାପ୍ତିରେ ସନ୍ତୋଷ ହେଲେ
ମଣିଷ ପଣର ମର୍ଯ୍ୟାଦା ବଢ଼ଇ
ଅନ୍ୟକୁ ସମ୍ମାନ ଦେଲେ ।
୫୬ ସ୍ଵକୀୟ ସତ୍ତାରେ ଆଲୋକିତ ସିଏ
ଖଦ୍ୟୋତ କ୍ଷୁଦ୍ର ହେଲେ ବି
ଉଆଁସ ରାତିକୁ ଆଲୋକ ଦେଖାଏ
ଉଦ୍ଦେଶ୍ୟ ଭିନ୍ନ ଥିଲେ ବି ।
୫୭ ସବୁ ବେଦନାରୁ ଆନନ୍ଦ ସାଉଁଟି
ଜିଇଁ ଜାଣିବାର କଳା
ଯେ ଜାଣେ ସେ କହେ ସମସ୍ତ ଦୁଃଖକୁ
ସଂସ୍କାର ବହ୍ନିରେ ଜଳା ।
୫୮ ଇତର ଆଖୁର ଆଇନାରେ ଯିଏ
ସ୍ଵକୀୟ ଚେହେରା ଦେଖେ
ତା’ର କ୍ରିୟମାଣ କାଳ କପାଳରେ
ନିଇତି ବିଧାତା ଲେଖେ ।
୫୯ ସୁଖ ଖୋଳୁ ଖୋଳୁ ଦୁଃଖ ଦରିଆରେ
ବୁଡ଼ି ଯାଇଥିଲା ହସ ,
ତାକୁ ଧରିଆଣି ଶରଧାରେ ଲୁହ
କୋଳାଇ ଦେଲା ସାହସ ।
୬୦ ଆଖର ଠିକଣା ଭୁଲିପାରେ ଲୁହ
ଓଠକୁ ଛୁଇଁଲା ପରେ
ଲୁହର ତାତିରେ ହସ ସିଝୁଥାଏ
ଏକା ଏକା ଏକାନ୍ତରେ ।
୬୧ ପ୍ରେମ ଋବି ଦ୍ଵାରା ଯାହାର ହୃଦୟ–
କବାଟ ଖୋଲି ହେଉଛି ,
ତା’ର ଲୀଳା ଯାହା ସମୟ ପିଠିରେ
ନିୟତି ନିତି ଲେଖୁଛି ।
୬୨ ଯେଉଁଠାରେ ମାଟି ଲୁହରେ ଭିଜୁଛି
ସେଇଠି ହସ ବଗିଛ , -
ସମୟ ସୁଅରେ ସୃଷ୍ଟି କରିପାର
ଯଦି ଅଛି ଦୃଢ଼ ଇଚ୍ଛା ।
୬୩ ହୃଦ ବିଦାରକ କ୍ରନ୍ଦନ ଶୁଭିଲେ
ପଥର ଠୁ ଲୁହ ଝରେ ,
ଆକାଶର ଆଖୁ ଓଦା ହୋଇପାରେ
ପକ୍ଷୀମାନଙ୍କ ଲୁହରେ ।
୬୪ ସୁଖ ବିପଣିରୁ ହସ କିଣୁ କିଣୁ
ଉଲୁସେ ଯାହାର ଛାତି
ସିଏ କି ବୁଝିବ କେତେ ଦୁଃଖ ଦାୟୀ
ବେଦନା ବହନ୍ତିର ତାତି ।
୬୫ ନିଃସ୍ଵ ଭଳିଆ ବିଶ୍ଵ ବିହାରୀଙ୍କ
ଭକ୍ତ ହୋଇଗଲା ପରେ
ତା’ର ଯଶ କିଛି ନଥୁଲେ ବି ସିଏ
ଅମର ଧରା ପୃଷ୍ଠରେ ।
୬୬ ମଣିଷର କଥା ତାକୁ ହିଁ ପଚାର
ଯିଏ ଗାଧୋଉଛି ଲୁହେ
ସେଇଠୁ ଆନନ୍ଦ ପାଇବା ଯେଉଁଠି
ମଣିଷକୁ ପୂଜାହୁଏ ।
୬୭ ଏଇଠି ସେଇଠି ସବୁଠାରେ ଯିଏ
ଯାଚିଥାଏ ଦିବ୍ୟାନନ୍ଦ
ତାର କଥା ସେହିମାନେ କହିଛନ୍ତି
ସିଏ ହିଁ ଆନନ୍ଦ କନ୍ଦ ।
୬୮ ଅଯଥାରେ ସୁଖ ଖୋଜୁଥାନ୍ତି ଜନେ
ଦୁଃଖ ଆଳୟରେ ଥାଇ
ଦୁଃଖରୁ ସୁଖକୁ ଆବିଷ୍କାର କଲେ
ଦୁଃଖ ତିଷ୍ଠିପାରେ ନାହିଁ ।
୬୯ ମୋ ଠାରୁ ଖରାପ କିଛି ନାହିଁ ବୋଲି
ଅବଗତ ହେଲା ପରେ ,
ମରିବାକୁ ଇଚ୍ଛା ଯାହାଥୁଲା ସବୁ
ମରିଗଲା ଅକାଳରେ ।
୭୦ ମରଣ କାହାକୁ କହିକି ଆସେନି
ତେଣୁ ମରିବା ପୂର୍ବରୁ
କିଛି କର ଯାହା ତୁମକୁ ଅମର
କରିପାରେ ମରୁ ମରୁ ।
୭୧ ପ୍ରତ୍ୟାଶା ନରଖ୍ ଅନାବିଳ ଭାବେ
ପ୍ରାଣୀହିତ ଆଚରଣ
ଯିଏ କରେ ତାକୁ ସମସ୍ତେ କହିବେ
ଧନ୍ୟ ଧନ୍ୟ ତା ଜୀବନ ।
୭୨ ବାଦଲ ଘୋଡ଼ାଇ
ରଖିଦେଇପାରେ
କିଛି କ୍ଷଣ ତପନକୁ
କୌଣସି ପ୍ରକାରେ ଘୋଡାଇ ହେବନି
ଯଶକାରୀଙ୍କ ଯଶକୁ ।
୭୩ ଅହିଂସା ବ୍ରତକୁ ପାଳନ କରିଲେ
ସହଜେ ମିଳଇ ଯାହା ,
ଯୁଗ ଯୁଗ ଧରି ପ୍ରତିମା ପୂଜିଲେ
ମିଳି ପାରିବନି ତାହା ।
୭୪ ମନର ଲଗାମ ବିବେକ ହାତରେ
ଦେଉ ଦେଉ ଖସିଗଲେ
କାହା ବୋଲ ସିଏ ମାନିବନି ତାକୁ
ଯେତେ କଟକଣା କଲେ ।
୭୫ ତୁମେ ସିନା ନିତି ବ୍ୟାକୁଳ ହେଉଛ
କିଛି ନା କିଛି ନେବାକୁ ,
ହେଲେ ସିଏ ବ୍ୟାକୁଳିତ ହେଉଥାନ୍ତି
କିଛି ନା କିଛି ଦେବାକୁ ।
୭୬ ଦେଲେ ବି ବିପଦ ନେଲେ ବି ବିପଦ
ଏ କଥା ବୁଝିଲା ପରେ
କର୍ତ୍ତା ପଣିଆଠୁ ପୃଥକ ରହିଲେ
ଶଙ୍କା ରହେନି ମନରେ ।
୭୭ ଜ୍ୟୋତ୍ସ୍ନାକୁ କୋଳାଇ ଜହ୍ନ ଲୁଚିଗଲେ
ଦିଗ- ବଳୟ ସେ ପଟେ
ପୁନେଇ ଏକଲା ରହିପାରିବ କି !
ରାତିର ନିବୁଜ ମଠେ ।
୭୮ ବରଷା ରାଣୀକୁ ମାଟି ମା କହିଲା
ଧନ୍ୟ ତୋର ଅବଦାନ
ତୋର ବିନା ଗୌଣ ହୋଇ ଯାଇପାରେ
ମୋର ଅମ୍ଳାନ ସମ୍ମାନ ।
୭୯ ଜୀବନ ଜଞ୍ଜାଳ ଜୁଇରେ ଜଳିବ
ଏହା ବିଧୂର ବିଧାନ
ସବୁ ଜ୍ୱାଳା ଶାନ୍ତ ହେବ ସାନ୍ତ୍ବନାରେ
ଯାହା ଗୁଣୀଙ୍କ ନିଦାନ ।
୮ଠ କର୍ମଫଳ ଆଶା ନରଖ୍ ଯଦିଓ
ତିଷ୍ଠିଛ ମଣିଷ ଧର୍ମେ
ସନ୍ୟାସୀ ନହୋଇ ସଂସାର ରେ ରହି
ସାଧୁ ହୋଇପାର ତମେ । ”
୮୧ ମୃତ୍ୟୁର ଡାକରା ଆସିବା ପୂର୍ବରୁ
ଜନ ଜଗତ ହିତରେ
କିଛି କରିବାକୁ ମାନବ ଜାତିକୁ
କହିବି ଯୋଡ଼ ହସ୍ତରେ ।
୮୨ ଦୁଃଖ କହିଲେ ମୁଁ ପ୍ରଶ୍ନ କରୁଥୁଲି
ସିଏ କି ପ୍ରକାର ଚିଜ !
ହେଲେ ମୁଁ ଯାହାକୁ ସୁଖ ମଣୁଥୁଲି
ସିଏ ହିଁ ଦୁଃଖର ବୀଜ ।
୮୩ ବଡ଼ ପଣିଆକୁ ବଳି ପକାଇ ଯେ
ସାନଙ୍କୁ ଆପଣାଉଛି
ସାନ ପଣେ ନିତି ସାନଙ୍କ କଥାକୁ
ବଡ଼ମାନଙ୍କୁ କହୁଛି ।
୮୪ ସାନ ମାନଙ୍କର ସୁଆଦିଆ କଥା
ସଭିଙ୍କ ମନକୁ କିଣେ
ସାନପଣିଆ ଓ ସରଳ ସ୍ବଭାବ
ମାନାଭିମାନକୁ ଜିଣେ ।
୮୫ ଅନାବିଳ ଭାବେ ଗୁରୁଙ୍କୁ ଭକ୍ତିରେ
ପୂଜୁଛି ଯିଏ ବିଧୂରେ
ଅଗୁଣୀ ହେଲେ ବି ଗୁଣୀ ଗଣେ ଗଣା
ହେବ ନିୟତି ନୀତିରେ ।
୮୬ ଭକ୍ତି ପୂତ ଭାବେ ମାତା ଓ ପିତାଙ୍କ
ସେବାରେ ମିଳେ ଯେତିକି
ପ୍ରୟାଗ ପ୍ରଭାସ ଆଦି ତୀର୍ଥ ଠାରେ
ପୁଣ୍ୟ ମିଳେନି ସେତିକି ।
୮୭ ମୁଁ କାନ୍ଦିଲେ ଯଦି କିଏ ହସିପାରେ
ହସୁଥାଉ ସିଏ ନିତି
ଲୁହକୁ ଲୁଗଇ ତା ପାଇଁ ବଞ୍ଚିବି
ସବୁ ଦୁଃଖକୁ ସାଇତି ।
୮୮ ଏମିତି ବିପଦ କିଛି ନାହିଁ ଯାହା
ମୋ ଠାରୁ ବଳେଇ ଯିବ
ଯେତେ ବଳିଆର ହୋଇଥାଉ ସିଏ
ପରାସ୍ତ ହୋଇ ଫେରିବ ।
୮୯ କାହାର ଦୁଃଖର କାରଣ ଯଦି ମୁଁ
ଧକ୍ ଧକ୍ ମୋ ଜୀବନ
ଏମିତିକା ସୁଖ ଲୋଡିବିନି ଆଦୌ
ଯହିଁରେ ଅଛି ବନ୍ଧନ ।
୯୦ ବେଦନା ସହିବା ଶକ୍ତି ସରିଗଲେ
ଆଖୁରୁ ନିଗିଡ଼େ ଯାହା
ଦୁଃଖ ସିନ୍ଧୁର କଳେବର ବୃଦ୍ଧି
କରିପାରିବ ତ ! ତାହା ।
୯୧ ଭାଗ୍ୟ ଯଦି ଦାଉ ସାଧ୍ଵ ସାଧୁ ସେ
କେବେ ହାର ମାନିବାନି
ସମସ୍ୟା ମାନଙ୍କୁ ସାମ୍ନା କରିବାକୁ
ପଛ ଘୁଞ୍ଚା ବି ଦବାନି ।
୯୨ ଅସରା ଦୁଃଖର ସରିତ ସୁଅରେ
ଭାସିଯାଇ ନାହିଁ ଯିଏ ,
ସୁଖ ସାଗରର ମଧୁରତା କେତେ
କେମିତି ଜାଣିବ ସିଏ ?
୯୩ ମୁଁ ମଲେ ଯଦି କିଏ କାନ୍ଦିବନି
ପ୍ରସ୍ତୁତ ମୁଁ ମରିବାକୁ
ଯେହେତୁ ଜୀବନ କାଳରେ କେବେ ବି
ଦୁଃଖ ଦେଇନି କାହାକୁ ।
୯୪ ଯେଉଁଠି ସମସ୍ତେ ଲୁହରେ ଗାଧାନ୍ତି
ସେହି ଠାରେ ହସେ ସୁଖ
ସେ ପରିବେଶର ବିପରୀତ ଯାହା
ଦେଖୁ ଆଶ୍ଚୟିତ ଦୁଃଖ ।
୯୫ ମୁଁ ତାହାଙ୍କର ସିଏ ହିଁ ମୋହର
ଅନ୍ୟ ସବୁ ବିପରୀତ
ଦୃଢ଼ ଭାବେ ଏହା ମାନି ନେଲା ପରେ
କିଏ ସେ ଅପରିଚିତ ।
୯୬ ସୁଖ ବୁଡ଼ିଗଲେ ଲୁହର ସିନ୍ଧୁରେ
କୂଳରେ ଦୁଃଖ କାନ୍ଦୁଛି
ସୁଖ, ଦୁଃଖାଦିର ଭାବକୁ ସମୟ
ହସ ପିଠି ରେ ଲେଖୁଛି ।
୯୭ ଦେହ ବଦଳୁଛି ବଦଳୁନି ଦେହୀ
ବଦଳିବ ନାହିଁ କେବେ
ଦେହୀକୁ ତମେ ବି ଜାଣିବ ସେ ଦିନ
ଦେହଧାସ ଯିବ ଯେବେ ।
୯୮ ଶିକ୍ଷଣୀୟ ଯାହା ଶିକ୍ଷାଦେଉଥାନ୍ତି
ଲୋକ ହିତକାମୀ ମାନେ
ପାଉଣା ପାଇବା ଆଶା ନଥିବାରୁ
ଆନନ୍ଦିତ ଶିକ୍ଷା ଦାନେ । ”
୯୯ ଶିକ୍ଷା ଦେବା ଶେଷ ହୁଏନି ବୋଲି ତ
କହୁଥାନ୍ତି ସେହି ମାନେ
ତଥାପି ଜିଜ୍ଞାସା ଜୀବିତ ନଥିଲେ
ବୃଥା ଶ୍ରମ ଶିକ୍ଷା ଦାନେ ।
(୧୦୦) ହାର୍ ଜିତ୍ ବେନି ସଂଘର୍ଷ ମୁଦ୍ରାର
ଦୁଇପଟୁ ଏହା କହେ
ହାରିଗଲା ପରେ ଧୈର୍ଯ୍ୟ ହରାଇଲେ
ସପନ ଅଧୁରା ରହେ ।
(୧୦୧)
ମାଟିକୁ ତା ମୂଲ୍ୟ ଦେଇନି ତ କିଏ
ତଥାପି ଯାଚିଲା ମଲ୍ଲୀ
ମାଟି କହେ ମୋର ମୂଲ୍ୟ ତ ଅମୂଲ୍ୟ
ତୁ କ’ଣ ଦେବୁଲୋ ବଲ୍ଲୀ ।
(୧୦୨)
ଜୀବନ ଯାତ୍ରାର ପ୍ରତ୍ୟେକ ମୋଡରେ
ଭେଟୁ ଥାଉ ମରଣକୁ
ଶରୀରର ଧର୍ମ ଭୁଲି ତା ମୋହରେ
ଭୟ କରୁ ମରଣକୁ ।
(୧୦୩ )
ମୃତ୍ୟୁ ଭୟ ମୋର ନଥିଲା ବୋଲି ତ
ମୋର ଶବକୁ କାନ୍ଧେଇ
ମୃତ୍ୟୁ ନେଇଗଲା କୁଆଡେ କେଜାଣି
ଖାଲି ପଡିଛି କୋକେଇ ।
(୧୦୪)
ଧନ ଜନ ମନ ସବୁ ଥିଲେ ଥାଉ
ବିଭୁ ଆଶିଷ ନ ହେଲେ
ଶାନ୍ତର ସନ୍ଧାନ ପାଇବନି ବନ୍ଧୁ
ଯେତେ ଖୋଜି ହେଲେ ହେଲେ ।
(୧୦୫)
ଅନ୍ୟକୁ ଅନେକ ଦୁଃଖ ଦେଲା ପରେ
ପାଉ ସାମାନ୍ୟ ଆନନ୍ଦ
କାହାର ପୀଡାକୁ ବୁଝୁ ନାହୁଁ ଯେଣୁ
ହୋଇଅଛୁ ସ୍ବାର୍ଥ ଅନ୍ଧ ।
(୧୦୬ )
ସନ୍ଧ୍ୟା ଆଗମନ ଜାଣୁ ଜାଣୁ ସୂର୍ଯ୍ୟ
ପଶ୍ଚିମାଚଳେ ଲୁଚିଲେ
କିଏ ଦାୟୀ ହେବ ଭ୍ରମର ବାପୁଡା
ପଦ୍ମିନୀ କୋଳେ ମରିଲେ ।
(୧୦୭)
ସେହିଦିନ ନିଦ ଦୋଳିରେ ସ୍ବପ୍ନକୁ
ଦୋହଲାଇ ଥିଲା ରାତି
ଆଜି ସ୍ଵପ୍ନ ଯାହା କରେ ତାହା ଦେଖି
ଥରୁଛି ରାତିର ଛାତି ।
(୧୦୮)
ସୁଖ ଯାହାର ଦ୍ବାର ପାଳ ତା’ର
ଭିତରେ ଦୁଃଖର ଲୀଳା
ଆଖୁ ଯୁଗଳରୁ ବେଦନାର ଦାଗ
ଓଠ ଯାଏଁ ଲମ୍ବିଥିଲା ।
(୧୦୯)
ଫୁଲ ଭ୍ରମରର ସଂପର୍କର ଖିଅ
ତୁଟିଗଲେ ତୁଟିଯାଉ
କବି ପାଠକଙ୍କ ସଂପର୍କର ସେତୁ
ଚିର ମଜଭୂତ ଥାଉ ।
(୧୧୦)
ପ୍ରଣମ୍ୟ ପାଠକ ଗଣକୁ ବିନୟେ
ପ୍ରଣାମ କରି କହିବି
ସଂଶୋଧନ ପାଇଁ ଅନାବିଳ ଭାବେ
ପରାମର୍ଶ ମୁଁ ମାଗିବି ।
(୧୧୧)
ବିଜ୍ଞ ମାନଙ୍କର ପାଦ ଧୂଳି ନେଇ
ମଥାରେ ବୋଳିଲା ପରେ
ଅଜ୍ଞ ବୃନ୍ଦାବନ କାବ୍ୟ କଲା ପୂର୍ଣ୍ଣ
ଶହେ ଏଗାର ପଦରେ ।



Comments
Post a Comment