ଅଭିନନ୍ଦନିକା
ଉତ୍ସର୍ଗ ଏହି ସଂକଳନଟି ଯେଉଁମାନଙ୍କର ହସ୍ତାକ୍ଷରରେ ସମୃଦ୍ଧ ସେହି ପ୍ରଣସ୍ୟ ମାନଙ୍କୁ କୃତଜ୍ଞତା ଜଣାଇ ଶ୍ରଦ୍ଧା ସୁମନ ରୂପକ ଏହି ସଂକଳନଟି ଭକ୍ତିପୂତ ଭାବେ ସେମାନଙ୍କ କର କମଳରେ । ବିନୟୀ ବୃନ୍ଦାବନ ବାଡ଼ତ୍ୟାସୁଶାନ୍ତ ଦାଶ ସଭାପତି : ଓଡ଼ିଶା ସାହିତ୍ୟ ବିକାଶ ପ୍ରତିଷ୍ଠାନ ସଭାପତି : ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି : ଗଜାମ ଜିଲ୍ଲା ପୁସ୍ତକ ମେଳା କମିଟି ଆବାହକ : ଉତ୍କଳ ସାହିତ୍ୟ ସମାକୁ ସଦସ୍ୟ : ଓଡ଼ିଶା ସାହିତ୍ୟ ଏକାଡ଼େମୀ
ବୃନ୍ଦାବନ ବାଡ଼ତ୍ୟା ଓଡ଼ିଆ ସାହିତ୍ୟର ଜଣେ ଅମୂଲ୍ୟ ରତ୍ନ
ଜୀବନ କାଳରେ ଏମିତି ଅନେକଙ୍କୁ ଆମେ ହଜେଇ ସାରିଛି । ଅନେକଙ୍କୁ ବର୍ତ୍ତମାନ ମଧ୍ୟ ହଜଉଛେ । ଆଗକୁ ମଧ୍ୟ ଠିକ୍ ଲୋକକୁ ଠିକ୍ ସମ୍ମାନ ନ ମିଳିବା ପ୍ରକ୍ରିୟା ଚାଲୁ ରହିବ । ବିଭିନ୍ନ କ୍ଷେତ୍ରରେ ଏହିପରି ଘଟିଥାଏ । କ୍ରୀଡା, କଳା, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ ସହ ବିଭିନ୍ନ ବିଭାଗରେ ଏମିତି ଅନେକ ବ୍ୟକ୍ତିତ୍ ଲୋକଲୋଚନକୁ ନଆସି ରହିଯାଆନ୍ତି । ତେବେ ପ୍ରଶ୍ନ ଉଠୁଛି ଏମାନଙ୍କ ଅଦ୍ଭୁତ ପ୍ରତିଭାକୁ ସମ୍ମାନ ଦେବା ନିମନ୍ତେ କାହାର ଭୂମିକା ଗୁରୁତ୍ବପୂର୍ଣ୍ଣ ? ଆମର ନା ଲେଖକର ବା ସେହି ବ୍ୟକ୍ତିବିଶେଷଙ୍କର ଯିଏ ଏହି ଦିଗରେ ଅବହେଳିତ ହେଉଛି । ମୁଁ କହିବି ଭଭୟଙ୍କର । ଅନ୍ୟର ପ୍ରତିଭାକୁ ସମ୍ମାନ ଦେବା ଆମର ଯେତିକି ଗୁରୁତ୍ବପୂର୍ଣ୍ଣ ସେମାନେ ବି ଏହି ଦିଗରେ ପ୍ରୟାସ କରିବା ତା'ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ । ଏମିତି କିଛିଜଣ ନିଜ ପ୍ରତିଭାର ବିକାଶ ନିମନ୍ତେ ସଂଗ୍ରାମ କରି ଆସୁଛନ୍ତି ସଫଳ ମଧ୍ୟ ହେଉଛନ୍ତି ।
ସେମିତି ଏକ ଚରିତ୍ର କବି ବୃନ୍ଦାବନ ବାଡ଼ତ୍ୟା । ଗଂଜାମ ଜିଲ୍ଲାର ଅଖ୍ୟାତ ପଲ୍ଲୀ କଂକୋରଡା ଗ୍ରାମର ଜଣେ ସାଧାରଣ ମଣିଷ, ଦିନ ମଜୁରିଆ, ପାଠ କହିଲେ କେବଳ ତୃତୀୟ ଶ୍ରେଣୀ । ଈଶ୍ବରଙ୍କ କୃପାରୁ ଖୁସିରେ ରହୁଥିଲେ ମଧ୍ୟ ଜୀବନରେ ଅଭାବ, ଅନଟନ, ଦୁଃଖ, ଯନ୍ତ୍ରଣା ସର୍ବଦା ନିଜର ହୋଇ ରହିଛି ତାଙ୍କର କିନ୍ତୁ ସାହିତ୍ୟ ପ୍ରତି ତାଙ୍କର ଅମାପ ଆଗ୍ରହ ପାଇଁ ସର୍ବଦା ଖୁସି ରଖିଥାଏ । ସାହିତ୍ୟ ପାଇଁ ସାରା ସଂସାରକୁ ସେ ଭୁଲି ଯାଆନ୍ତି । କୌଣସି ଅସୁବିଧା, ଅଭାବ, ଅନଟନ, ଦୁଃଖ ଯନ୍ତ୍ରଣା ତାକୁ ଦ୍ବନ୍ଦରେ ପକାଇନି ସାହିତ୍ୟ ସାଧନା ନିମନ୍ତେ । କାରଣ ସାହିତ୍ୟ ହିଁ ତାଙ୍କ ଜୀବନର ପ୍ରଥମ ଅର୍ଘ୍ୟ ତେଣୁ ତ ସେ ଅମାପ ଶାନ୍ତିରେ ବଂଚି ରହନ୍ତି ଜୀବନରେ । ତେଣୁ ବୃନ୍ଦାବନ ବାଡ଼ତ୍ୟା ଭଳି ସାଧାରଣ ମଣିଷର ଅସାଧାରଣ ପ୍ରତିଭାକୁ ମୁଁ ସମ୍ମାନ ଜଣାଏ । ଅକ୍ଷର, ଶବ୍ଦର ଆୟତଠାରୁ ସେ ବହୁ ଦୁରରେ, କାରଣ ଅପାଠୁଆ । ଶବ୍ଦ ଅକ୍ଷରରେ ଲେଖୁବା ବି କଷ୍ଟ ହୋଇଲେ ମଧ୍ୟ ପ୍ରୟାସ କରି କରି ନିଜକୁ ସାମର୍ଥ୍ୟ କରିପାରିଛନ୍ତି ନିଜକୁ । ତାଙ୍କର ଭାବ, ଚିନ୍ତା, ଚେତନା ବଳରେ ଅନେକଙ୍କ ପ୍ରିୟ ହୋଇପାରିଛନ୍ତି ସେ । ସେହିଭାବକୁ ସେ ସାହିତ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ଅହେତୁକ ଆନନ୍ଦ ଲାଭ କରନ୍ତି । ମୁଁ ସର୍ବଦା ଏହିପରି ସରଳ, ସାଧାରଣ, ନିଷ୍କପଟ ବ୍ୟକ୍ତିତ୍ଵକୁ ସମ୍ମାନ କରିଅଛି ଏବଂ ବୃନ୍ଦାବନ ବାଡ଼ତ୍ୟା ପରି ଅନେକ ସୁମଣିଷକୁ ଖୋଜି ବୁଲୁଛି । ସେମାନଙ୍କ ସାହିତ୍ୟ ପାଇଁ ତାହା ନୁହେଁ, ବରଂ ଆମ ସାହିତ୍ୟ, ସଂସ୍କୃତି, ଐତିହ୍ୟ ପରମ୍ପରାର ବିକାଶ ପାଇଁ ମୁଁ ଏହି ପରି ବ୍ୟକ୍ତିତ୍ଵମାନଙ୍କୁ ଅନ୍ବେଷଣ କରୁଥାଏ ।
ସଂସାରରେ ସମସ୍ତେ ସମସ୍ତଙ୍କ ନିଜର ହୁଅନ୍ତୁ । କିଏ ବି ଜୀବନରେ କାହାପ୍ରତି କୃତଘ୍ନ ନ ହୁଅନ୍ତୁ । ସାହିତ୍ୟସର୍ବଦା ସମାଜର ହିତସାଧନା କରୁ ଏହା ହିଁ କବି ବୃନ୍ଦାବନଙ୍କ ସାହିତ୍ୟର ନିର୍ଯ୍ୟାସ । ମୁଖ୍ୟତଃ ଶିଶୁ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସୁସାହିତ୍ୟିକ ବୃନ୍ଦାବନ ବାଡ଼ତ୍ୟା ଆଧୁନିକ କବିତା, ଶିଶୁସହିତ୍ୟ ଓ ସମାଜ ଉପଯୋଗୀ ଗଳ୍ପ ରଚନା କରିଥାନ୍ତି । ଅନେକ ବଧାବିଘ୍ନର ସମୁଖୀନ ହୋଇଥିଲେ ମଧ୍ୟ ସେ ସାହିତ୍ୟକୁ କେବେ ଅବହେଳା କରିନାହାନ୍ତି । ଆର୍ଥିକ ଅନାଟନ ତାଙ୍କୁ କେବେ ବି ସାହିତ୍ୟ ସୃଜନ କରିବା ପାଇଁ ବାଧକ ସାଜିନି । ସେ ଅନେକ ସଂକଳନର ସୃଷ୍ଟିକର୍ତ୍ତା । ତାଙ୍କରି ପ୍ରକାଶିତ ବହି 'କଲ୍ୟାଣ କବଚ', ‘ଆଦ୍ୟ ଅକ୍ଷର','ଉଚିତ୍ ଶିକ୍ଷା',‘ସଦ୍ୟ ସୁମନ',“ଅକ୍ଷର ଖେଳ', 'ବାସ୍ତବବାର୍ତ୍ତା’ ପ୍ରମୁଖ ସାହିତ୍ୟ ସଂକଳନ ଓଡ଼ିଆ ସାହିତ୍ୟର ଗୋଟିଏ ଗୋଟିଏ ଉଜ୍ଜ୍ବଳ ନକ୍ଷତ୍ର ।
ବ୍ୟକ୍ତିଗତ ଭାବେ କବି ବୃନ୍ଦାବନ ବାଡ଼ତ୍ୟାକୁ ମୁଁ ଜାଣେ । ତାଙ୍କ ସାହିତ୍ୟ ସାଧନାକୁ ଗୁରତ୍ଵ ଦିଏ । ସାହିତ୍ୟ ପ୍ରତି ତାଙ୍କର ନିଷ୍ଠାକୁ ମୁଁ ସମ୍ମାନ ଜଣାଏ । ଏକ ଭଲ ମଣିଷ ଭାବରେ ମୁଁ ତାଙ୍କୁ ଭଲପାଏ ବେଳେବେଳେ ମୋ' ଦ୍ବାରା ସବୁ ସମ୍ଭବ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟାକରେ। କାରଣ ବୃନ୍ଦାବନ ବାଡ଼ତ୍ୟାଙ୍କର ଭଳି ବ୍ୟକ୍ତିତ୍ଵମାନେ ଆମ ଓଡିଆ ସାହିତ୍ୟର ଏକ ଏକ ସଂପତ୍ତି । ଆମ ସଂପତ୍ତିକୁ ଆମେ କିପରି ନିଜର ତାହା ଆମର ଆମର ଦାୟିତ୍ଵ । କହିବାକୁ ଗଲେ ଏମିତି ଅନେକ ଅମୂଲ୍ୟ ରତ୍ନ ଆମ ପାଖରେ ଥାଆନ୍ତି । ସେମାନଙ୍କ ପ୍ରଚେଷ୍ଟାର ଅଭାବ ତଥା ଅନ୍ୟର ସୁଦୃଷ୍ଟିର ଅଭାବ ଯୋଗୁଁ ସେମାନେ ଲୋକଲୋଚନକୁ ଆସିପାରନ୍ତି ନାହିଁ। ତେଣୁ ଏହାର ପ୍ରଭାବରେ ଓଡ଼ିଆ ସାହିତ୍ୟର ଅନେକ କ୍ଷତି ହୁଏ । ତେଣୁ ଏହି ଦିଗରେ ସମସ୍ତେ ସଜାଗ ରହିବା ଉଚିତ୍ ।
ଖୁସିର କଥା କବି ବୃନ୍ଦାବନ ବାଡ଼ତ୍ୟାଙ୍କୁ ଏବେ ଷାଠିଏ ବର୍ଷ । ଜୀବନର ଅନ୍ୟ ଏ ପାହାଚ । ବରିଷ୍ଠ ନାଗରିକ ଦାୟିତ୍ବ ଓ ଜୀବନ । ମୁଁ ଏହି ଅବସରରେ କବି ବୃନ୍ଦାବନ ବାଡ଼ତ୍ୟା ଶୁଭେଛା ଓ ଅଭିନନ୍ଦନ ଜଣାଉଛି । ତାଙ୍କର ପରିବର୍ତ୍ତୀ ଜୀବନର ସୁଖ ସମୃଦ୍ଧି କାମନା କରୁଛି । ତାଙ୍କର କଲମ ଆହୁରି ସଶକ୍ତ ହେଉ ଓଡ଼ିଆ ଭାଷା ସାହିତ୍ୟର ପ୍ରଗତି କରୁ, ଏତିକି ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି । ବନ୍ଦେ ଉତ୍କଳ ଜନନୀ ।
ମୁଁ ଯେତିକି ଜାଣେ
ଶ୍ରୀ ପ୍ରସନ୍ନ କୁମାର ମନ୍ଥନ
ଶ୍ରୀ ବୃନ୍ଦାବନ ବାଡତ୍ଯାଙ୍କ ଜନ୍ମସ୍ଥାନ ଗଂଞାମ ଜିଲ୍ଲାର ଏମିତି ଏକ ଗାଁ ସଂକୋରଡା ଯାହାକୁ ପଲ୍ଲୀ ବା ସହର କହିହେବ ନାହିଁ ବର୍ତ୍ତମାନର ସ୍ଥିତିରେ ।
କବି ଶ୍ରୀ ବାଡତ୍ୟା ଯେତିକି ସରଳ ସେତିକି ବାସ୍ତବବାଦୀ, ଦରଦୀ, ମଣିଷ ପରି ମଣିଷ ଟିଏ । ଯାହା ତାଙ୍କର ସାହିତ୍ୟ କୃତି ପଢିଲା ପରେ ଅବଗତ ହୋଇଛି । ତାଙ୍କର ସ୍ଵାତନ୍ୟତା ଏହା ଯେ ସେ କିଶୋର ବୟସରୁ ହିଁ ସାହିତ୍ୟ ପ୍ରତି ଅନୁରକ୍ତି ହେତୁ କିଛି ନୂତନତ୍ବ ସୃଷ୍ଟି କରି ପାରିଛନ୍ତି ।
ସାଂସ୍କୃତିକ ଉତ୍ସବ ସମୟରେ କିଶୋର ବୟସର ଭତ୍ତରାଧିକାରୀମାନଙ୍କୁ ହାତଖର୍ଚ୍ଚ ବାହାନାରେ କିଛି ଅର୍ଥ ଦେଇଥାନ୍ତି ବୟୋଜ୍ୟେଷ୍ଠ ଅଭିଭାବକ ମାନେ । ସେହି ଟଙ୍କାକୁ କୁନି କୁନି ଭତ୍ତରାଧିକାରୀ ମାନେ ବିଭିନ୍ନ ବାଟରେ ଖର୍ଚ୍ଚ କରିଥାନ୍ତି । ମାତ୍ର ବୃନ୍ଦାବନ ବାଡତ୍ୟା ଭିନ୍ନ ମିଜାଜର କିଶୋର ଥିଲେ ସେ ଦିନ । ସେ ଯେତେବେଳେ ବି ତାଙ୍କର ସ୍ଵକୀୟ ସ୍ବଜନଙ୍କ ଠାରୁ ପଇସା ପାଆନ୍ତି ତାକୁ ସଂଚୟ କରି ରଖନ୍ତି , ପେଟକୁ ମାରି କିଛି ସାହିତ୍ୟ ପତ୍ରପତ୍ରିକା କିଣି ପଢ଼ନ୍ତି । ସେ ଏମିତି ଅନେକ ସାହିତ୍ୟ ପତ୍ର ପତ୍ରିକା ପଢୁ ପଢୁ କିଶୋର ବୟସରୁ ହିଁ ମାନବ ସମାଜର ହିତ ପାଇଁ କିଛି ସନ୍ଦେଶ ଲେଖିଥିଲେ । ତାହା ପାଠକୀୟ ଆଦୃତ ହେବା ଯୋଗୁଁ ସେ ସାହିତ୍ୟ ସାଧନାରେ ମଗ୍ନ ରହିଲେ ।
ତାଙ୍କର ପଞ୍ଚମ ବହି ବାସ୍ତବ ବାର୍ତ୍ତାନାମରେ ଆଧୁନିକ କବିତା ସଙ୍କଳନଟିଏ , ଯାହା ଆଜିର ସମାଜର ବାସ୍ତବ ରୂପକୁ ଦେଖାଏ । ନିର୍ଜୀବ କାଗଜରେ ତାଙ୍କର ଲେଖନୀ ଚାଲିଲେ ଜୀବନ୍ତ ହୋଇଥାଏ କାଗଜ। ଯାହା ଅନୁଭବି ପାଠକେ ନିଶ୍ଚିତ ଭାବେ ବୁଝି ପାରୁଥିବେ ।
ତାଙ୍କର ଲେଖା ଉଚ୍ଚକୋଟୀର ହେଲେ ମଧ୍ୟ ସେ ଉଚ୍ଚ ସ୍ତରର ନାମ କରା କବି ହୋଇ ପାରି ନାହାନ୍ତି । ତେଣୁ ତାଙ୍କୁ କମ୍ ଲୋକ ଜାଣନ୍ତି । ଏଥିପାଇଁ ମୁଁ ପାଠକ ମାନଙ୍କୁ ଅନୁରୋଧ କରି କହିବି ବୃନ୍ଦାବନ ବାଡତ୍ୟାଙ୍କର ବାସ୍ତବ ବାର୍ତ୍ତା ବହି ସଂଗ୍ରହ କରି ପଢିବା ପାଇଁ ।
ମୁଁ ସେହି ଦିନରୁ ହିଁ ବୃନ୍ଦାବନ ବାଡତ୍ୟାକଙ୍କୁ ଜାଣିଥିଲି ଯେଉଁ ଦିନ ତାଙ୍କର ହାତ ଲେଖା କବିତା ଟିଏ ପଢିଥିଲି । ଭକ୍ତ କବିତାର ଗୋଟିଏ ପଦ ଏହିପରି-
ଜୀବନ ଯୁଦ୍ଧରେ ଶହେ ଥର ହାରିଥରେ ଜିତିଥିବ ଯିଏ
ତାକୁ ହିଁ ପଚାର ଜୀବନର ସଂଜ୍ଞା
ବୋଧେ କହିପାରେ ସିଏ ।
ଶ୍ରୀ ବାଡତ୍ୟା ଜଣେ ପ୍ରତିଷ୍ଠିତ କାବ୍ୟକାର ବା ସାହିତ୍ୟିକ ହୁଅନ୍ତୁ ଏହି କାମନା କରି ରହୁଛି ।
ଦଶପଲ୍ଲା, ନୟାଗଡ
ଶୁଭେଚ୍ଛା ବାର୍ତ୍ତା
ଡ: କୈଳାଶ ଚନ୍ଦ୍ର ସ୍ବାଇଁ
ପ୍ରିୟ ମହାଶୟ,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡା ଗ୍ରାମରେ ଜନ୍ମ ଲାଭ କରି ପାଠକ ମାନଙ୍କୁ ଧନ୍ୟ କରିଛନ୍ତି , କାରଣ ଜୀବନରେ କମ୍ ଶିକ୍ଷା ଅଧ୍ୟୟନ କରି ମଧ୍ୟ ଆପଣଙ୍କ ପ୍ରତି ମା’ ବାଗଦେବୀଙ୍କ ଆଶୀର୍ବାଦ ରହିଛି । ଆପଣଙ୍କ ଲେଖନୀରେ ଅଛି କଳା , ସଂସ୍କୃତି , ପରମ୍ପରା , ନୈତିକତା ଓ ଜୀବନ୍ତ ପ୍ରତିଭା । ଯେଉଁ ପ୍ରତିଭାଟି ବଣରେ ଫୁଟି ବଣରେ ମଉଳିଗଲା ଭଳି ଅମ୍ଳାନ ପ୍ରତିଭା । ଆପଣଙ୍କ ଲେଖା ଗୁଡିକର ଶୈଳୀ ଏପରି ଭାବେ ପରିସ୍ଫୁଟ ଯେ ଆବାଳ- ବୃଦ୍ଧ ବନିତା ଏହାକୁ ପାଠ କରି ସହଜରେ ବୁଝି ପାରିଥାନ୍ତି ।
ଆଜିର ଉତ୍ଶୃଙ୍ଖଳ ସମାଜକୁ ଦିଗ୍ ଦର୍ଶନ ଦେବାରେ ଆପଣଙ୍କ ଲେଖା ସକ୍ଷମ । ବାହ୍ୟ ଜଗତରୁ ଅନ୍ତଃ ଜଗତକୁ ଏହି ସମାଜକୁ ଟାଣି ଆଣିଥାଏ । ଆପଣଙ୍କ କାବ୍ୟ କବିତାରୁ ଜ୍ଞାନ ବଦଳରେ ଜୀବନ ମିଳିଥାଏ । ଯାହାକି ଚରିତ୍ର ନିର୍ମାଣରେ ସାହାଯ୍ୟ କରିଥାଏ ।
ଆମ ଅଞ୍ଚଳର ଏହିଭଳି ପ୍ରତିଭାବାନ ବ୍ୟକ୍ତିଙ୍କୁ ଆମ ଅଞ୍ଚଳ ତରଫରୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ । ଆପଣ ସରକାରୀ ସାହାଯ୍ୟ ପାଇବା ଯୋଗ୍ୟ ଅଟନ୍ତି । କାରଣ ଶାସ୍ତ୍ରାକାର କହନ୍ତି । ‘ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା, ଦାରିଦ୍ର୍ୟତାଙ୍କର ସଙ୍ଗୀ ହେଲା ସଦା । ” ଆପଣଙ୍କ ନିକଟରେ ଯେହେତୁ ‘ବରଦା’ ଙ୍କ ଆଲିଙ୍ଗନ ରହିଛି ନିଶ୍ଚିତ ଭାବେ ଲକ୍ଷ୍ମୀଙ୍କ ଆଲିଙ୍ଗନ କମ୍ ରହିବ ।
ଆଜିର ଦୁନିଆରେ ଅର୍ଥର ଅଭାବରେ ଆପଣ ଆଗକୁ ବଢି ପାରିବେ ନାହିଁ । ଆପଣଙ୍କ ଦୀର୍ଘ ଜୀବନ କାମନା କରି ଶୁଭେଚ୍ଛା ପ୍ରେରଣ କରୁ ଅଛି ।
ଆପଣଙ୍କ ଶୁଭାକାଂକ୍ଷୀ
ଅଧ୍ଯାପକ, ରସାୟନ ବିଭାଗ
ବିଶ୍ବାସରାୟ ବିଜ୍ଞାନ ମହାବିଦ୍ୟାଳୟ
ପାଟପୁର, ଗଞ୍ଜାମ
ଜଣେ ନୀରବ ସାହିତ୍ୟ ସାଧକଙ୍କୁ ମୁଁ ଯେତିକି ଜାଣିଛି..
ଶ୍ରୀଅରବିନ୍ଦପଣ୍ଡା
ପ୍ରାକ୍ତନଅଧ୍ୟକ୍ଷ, ତାରାତାରିଣୀମହାବିଦ୍ଯାଳୟ
ପୁରୁଷୋତ୍ତମପୁର, ଗଂଜାମ
ସରଳ ନିରାଡମ୍ବର ବେଶଭୂଷାର ମଣିଷଟିଏକୁ ପ୍ରାୟତଃ ସବୁ ସାହିତ୍ୟ ଆସରରେ ଚୁପଚାପ୍ ଆଗ୍ରହୀ ଶ୍ରୋତା ଭାବେ ଦେଖି ଆସୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀଯୁକ୍ତ ବୃନ୍ଦାବନ ବାତ୍ୟା । ନିରବତା, ସରଳତା ଭିତରେ ଲୁଚି । ରହିଛି ପ୍ରଚଣ୍ଡ ସୃଜନୀ ଶକ୍ତିର ଭଣ୍ଡାର । ପାରମ୍ପାରିକ ଉଚ୍ଚ ଶିକ୍ଷାର ଅଭାବ ସତ୍ତ୍ଵେ ସ୍ରଷ୍କାର କୃତି‘ କଲ୍ୟାଣ କବଚ','ଅକ୍ଷର ଖେଳ’,‘ସଦ୍ୟ ସୁମନ’,'ବାସ୍ତବ ବାର୍ଭା', ଜଗନ୍ନାଥ ଜଣାଣ, ବିରହୀ ବାଳୀର ବିଚାର, ଆଦି ଅଗଣିତ କୃତି ସାହିତ୍ୟ କୃତୀରେ ଫୁଟି ଉଠିଛି ସେ ଜୀବନକୁ ବୁଝିବାର ସଫଳ ପ୍ରଚେଷ୍ଟା । ଶିଶୁ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠଙ୍କ ଯାଏଁ ଦିଗଦର୍ଶନ, ପେଷା ଠାରୁ ସାହିତ୍ୟନିଶାର ପ୍ରଭାବରେ ସେ ମସଗୁଲ । ନିରନ୍ତର ସାହିତ୍ୟ ସୃଷ୍ଟିରେ ନିମଗ୍ନ ମଣିଷଟିଏ । ଅଭାବ କଷଣ କେବେ ବାଧା ସୃଷ୍ଟି କରିନି ତାଙ୍କ ସୃଜନୀ କଳାକୁ ।
ନିରନ୍ତର ତାଙ୍କ ଲେଖନୀ ସଜୀବ ରହି ସମାଜକୁ ସାହିତ୍ୟ ମାଧ୍ୟମରେ ଉପଦେଶ ପ୍ରେରିତ କରୁ, ଉଦ୍ଜୀବିତ କରୁ । ଭଗବାନଙ୍କ ନିକଟରେ ଏଇ ପ୍ରର୍ଥନା ସହ ତାଙ୍କର ସଫଳତା କାମନା କରୁଛି ।
ଶୁଭେଚ୍ଛା ବାର୍ତ୍ତା
ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା
ସହକାରୀ ଶିକ୍ଷକ
ଚୈତନ୍ୟ ବିଦ୍ୟାପୀଠ, ହାଇସ୍କୁଲ
ପୁଡାମାରି, ଇଂଜାମ
କବି ମନର ଭାବକୁ ଭାଷାରେ ଆଙ୍କିଦିଏ, ନିଜେ କଷ୍ଟ ସହି ଅନ୍ୟ ମୁଖରେ ହସ ଫୁଟାଏ । ସେ ସମୟର ପ୍ରତିନିଧି ଓ ଦ୍ବିତୀୟ ଈଶ୍ୱର । ସାହିତ୍ୟ କେବଳ କଳ୍ପନାର ଅଭିବ୍ୟକ୍ତି ନୁହେଁ, ମାତ୍ର ସମାଜ ଜୀବନର ବାର୍ଭାବହ । ମନୁଷ୍ୟ ଜୀବନର ହିତୈଷିଣୀ ରୂପେ ସାହିତ୍ୟର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସାହିତ୍ୟ ବିନା ଜୀବନ ସଂଜ୍ଞାହୀନ ଓ ରସଶୂନ୍ୟ ।
ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ କଙ୍କୋରଡା ଗ୍ରାମସ୍ଥିତ ଏକ ଅମାୟିକ ପରିବାରରେ ଜନ୍ମ ଲଭିଥିବା କବି ଶ୍ରୀ ବୃନ୍ଦାବନ ବାତ୍ୟ ନିଜର କର୍ମମୟ ଜୀବନକୁ ଜଳାଞ୍ଜଳି ଦେଇ ସାହିତ୍ୟ ସାଧନାକୁ ନିଜର ନିଶା ରୂପେ ଗ୍ରହଣ କରି ଏହି ଅଂଚଳରେ ଚହଳ ସୃଷ୍ଟି କରିଛନ୍ତି । କବିଙ୍କ ସ୍ଵଲିଖିତ କବିତା ସଂକଳନ କଲ୍ୟାଣ କବଚ, ଉଚିତ ଶିକ୍ଷା, ସଦ୍ୟ ସୁମନ ଓ ଅକ୍ଷର ଖେଳ ତାଙ୍କ ସାହିତ୍ୟ କୃତିର ଏକ ଅମ୍ଳାନ ପ୍ରତିଭା । କବିଙ୍କ ଚିନ୍ତା ଚାତୁରୀ, ମନୋଜ୍ଞଶୈଳୀ, ସାବଲୀଳ ଭାଷା ତଥା ଭାବ ଅଭିବ୍ୟକ୍ତି ଅତ୍ୟନ୍ତ ଉଚ୍ଚକୋଟୀର । ସ୍ଵଳ୍ପ ଶିକ୍ଷା ଓ କର୍ମ ଜଞ୍ଜାଳ ମଧ୍ୟରେ ଆବଦ୍ଧ ରହି ସେ ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ ଯେଉଁ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି ତାହା ତାଙ୍କରି ସାହିତ୍ୟ ଜୀବନର ମୁଖ୍ୟ ଆକର୍ଷଣ ।
ଆଶା, କବି ଶ୍ରୀ ବାତ୍ୟାଙ୍କ ଆଗାମୀ ସାହିତ୍ୟ ସଂକଳନ ଓଡ଼ିଆ ସାହିତ୍ୟର ଶବ୍ଦ ସମ୍ଭାରକୁ ସୁ- ଶୃଙ୍ଖଳିତ ଭାବ ବିନ୍ୟାସରେ ରୁଦ୍ଧିମନ୍ତ କରି ଏକ ଅମ୍ଳାନ ସାହିତ୍ୟର ସ୍ରଷ୍ଟା ଭାବେ ସମାଜରେ ପରିଚିତ କରିବାରେ ତଥା ସମୁଜ୍ଜୁଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେଉ ଏହା ହିଁ ପ୍ରଭୁଙ୍କ ନିକଟରେ ମୋର କାମନା ।
ଅଭିନନ୍ଦନିକା ପାଇଁ
ଶ୍ରୀ ଜଗନ୍ନାଥ ଗୌଡ଼
କବି ସାରସ୍ଵତ ସାଧକ ଶ୍ରୀଯୁକ୍ତ ବୃନ୍ଦାବନ ବାଡ଼ତ୍ୟାଙ୍କ ମୁଁ ଯେତିକି ଜାଣେ, ଖୁବ୍ ଭଲ ଭାବେ ଜାଣେ । ଜଣେ ଅନବଦ୍ୟ ଅନବରତ ସାରସ୍ୱତ ସାଧକ, ଜଣେ ସଂଘର୍ଷ ରତ ସାରସ୍ବତ ସାଧନାର ପ୍ରଜ୍ଞାଦୀପ୍ତ ଅକଳନୀୟ ପ୍ରତିଭା, ସେ ତ କେବେ ଗୋପନୀୟ ହୋଇ ରହି ପାରେନା । ଠିକ୍ ଯେପରି ଶ୍ରୀଯୁକ୍ତ କବି ବାଡ଼ତ୍ୟା । ହାତରେ ଲେଖନୀ ରୂପୀ ନିହାଣ ଧରି ଏକ ଅକୁହା, ଅପରିଚିତ ସାରସ୍ଵତ ନିକାଞ୍ଚନ କ୍ଷେତ୍ରରୁ ଆବିର୍ଭୁତ ହୋଇଥିବା କବିଙ୍କ ପ୍ରତିଭାମୟ ମନ୍ଦିରର ଚୂଡ଼ାରେ ବେଶ୍ ଏବଂ ବିଶେଷ ଭାବେ ଫର୍ ଫର୍ ହୋଇ ଉଡ଼ି ଚାଲିଥିବ ନୀଳଚକ୍ରରେ ସାଧନାର ସାର୍ଥକ ରୂପୀ ନୀଳ ନବ ପତିତପାବନ ବାନା , ବେଶ୍ ପରିଚିତ ଓ ବେଶ୍ ଲୋକାଦୃତ ।
କବିଙ୍କ ସାଧନାର କୃତି ଗୁଡିକ ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ରୂପେ ପ୍ରତୀୟମାନ । କବି ଅକୁଣ୍ଠିତ ସାରସ୍ବତ ପ୍ରଦୀପର ଉତ୍କଳ ମାନ ଶିଖା । ଗୀତି କବିତାର ଭାବମୟ ପରିଧି ଉତ୍କଳ ବାଗ୍ ଦେବୀଙ୍କର ଅଲିଅଳ ବର ପୁତ୍ର । ତାଙ୍କରି ସାରସ୍ୱତ ପ୍ରତିଭା ଅମ୍ବାନ ରହୁ । ଆମ ସମୟର ଏକ ଚର୍ଚ୍ଚିତ ପ୍ରତିଭାଙ୍କ ଏହି ଅପୂର୍ବ ସାରସ୍ବତ ସାଧନା ଅଧିକରୁ ଅଧିକ ପ୍ରତିଭାଦୀପ୍ତ ହେଉ
-ଏହା ହିଁ ପ୍ରଭୁଙ୍କ ପଦାରବିନ୍ଦର ନିବେଦନ ।
କବି, ସାରସ୍ବତ ସାଧକ ଓ ସାହିତ୍ଯ ଗବେଷକ, ସଭାପତି- ପିତ୍ତଳ ସମ୍ବାଦ ସାହିତ୍ଯ ଘର, ଗଂଜାମ
ମୋ ଦୃଷ୍ଟିରେ : କବି ବୃନ୍ଦାବନ ବାଡ଼ତ୍ୟା
ଶ୍ରୀ ନିରଞ୍ଜନ ତ୍ରିପାଠୀ
ସନ୍ଥ କବି ତୁଳସୀ ଦାସଙ୍କ ଭାଷାରେ :"ପୋଥି ପଢ଼ି ପଢ଼ି ଜଗମୁଆ
ପଣ୍ଡିତ ଭୟା ନ କୋୟ
ଢ଼ାଇ ଅକ୍ଷର ପ୍ରେମ କା
ପଢ଼େ ସୋ ପଣ୍ଡିତ ହୋୟ ।"
କବିତ୍ବ ପାଇଁ ଶିକ୍ଷାଗତ ଯୋଗ୍ୟତା ବା ଆର୍ଥିକ ସମ୍ବଳ ଯେ ବାଧକ ହୋଇ ନ ପାରେ, ଏହା କବି ବୃନ୍ଦାବନ ବାଡତ୍ୟାଙ୍କ ଜୀବନରେ ପ୍ରମାଣିତ ।
ଯଦି ଓ କବିଙ୍କର ଲେଖା ବିଭିନ୍ନ ପତ୍ର ପତ୍ରିକାରୁ ପଢିବାର ଆଗରୁ ସୁଯୋଗ ପାଇଥିଲି ଏବଂ ପଟେଲ ସାହିତ୍ୟ ସଂସଦ ଓ ବିଭିନ୍ନ ସାହିତ୍ୟ ସଂସଦରେ ଭେଟିବାର ସୁଯୋଗ ପାଇଛି, ଗତ ଦୁଇ ବର୍ଷ ହେଲା ମୋର ତାଙ୍କ ସହ ସମ୍ପର୍କ ନିକଟତର ହୁଏ ଏବଂ ବ୍ୟକ୍ତିଗତ ତଥା କାବ୍ଯିକ ଭାବ ବିନିମୟ ନିବିଡ଼ ହୁଏ ।
ପିତା ୰ ଶ୍ରୀ ବୁଦ୍ଧିରାମ ବାଡ଼ତ୍ୟା ଏବଂ ମାତା ଶ୍ରୀମତୀ କୁନ୍ତଳା ବାଡ଼ତ୍ୟାଙ୍କ ପ୍ରଥମ ସନ୍ତାନ ରୂପେ କୋଳ ମଣ୍ଡନ କରନ୍ତି , ୧୯୫୯ ସାଲ ଶୁଭଦିନ ଶ୍ରୀ ବିନାୟକ ଚତୁର୍ଥୀରେ ସୁପୁତ୍ର ବୃନ୍ଦାବନ ଗଞ୍ଜାମ ଜିଲ୍ଲାର କଙ୍କୋରଡ଼ା ଡ଼େରାସାହି ଗ୍ରାମରେ ।
ଆର୍ଥିକ ଅନାଟନ , ପିତୃ ବିୟୋଗ ତଥା ପରିବାରର ଭରଣ ପୋଷଣ ଦାୟିତ୍ବ ଯୋଗୁଁ ତାଙ୍କର ବାଲ୍ୟ ଶିକ୍ଷା ଅଧୁରା ରହିଯାଏ । ହେଲେ ଅବସର ପାଇଲେ ଗୀତା, ଭାଗବତ, ପୁରାଣ, ଛାନ୍ଦ, ଚଉତିଶା, ଆଦି ପଢ଼ିବା ଶୁଣିବା ରେ କବିଙ୍କର ଯଥେଷ୍ଟ ଆଗ୍ରହ ଥାଏ । ଯାହା ପରବର୍ତ୍ତୀ ଜୀବନରେ କବିଙ୍କ କଲମ ଚାଳନାରେ ସହାୟକ ହୁଏ ।
ଏତଦ୍ ଭିନ୍ନ - "ଉତ୍ତମ ସଙ୍ଗେ ସଙ୍ଗେ ସାର
ସେ କରେ ଉତ୍ତମ ଆଚାର ।"
କବି ସୁଶାନ୍ତ ଦାଶ, ଡ଼ାକ୍ତର ଚନ୍ଦ୍ରମଣି ସ୍ବାଇଁ, ଡ଼କ୍ଟର ହରିକୃଷ୍ଣ ନାୟକ, କବି ଚନ୍ଦନ ନିରଞ୍ଜନ ରଥ, କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, କବି ସୁଶାନ୍ତ କର ଆଦି ଜ୍ଞାନୀ, ଗୁଣୀ ବ୍ୟକ୍ତିଙ୍କ ସଂସ୍ପର୍ଶ ଓ ପ୍ରେରଣା କବିଙ୍କ ଲେଖନୀକୁ ଚଳଚଞ୍ଚଳ କରେ । ବିଭିନ୍ନ ସମୟରେ କବିଙ୍କ ଲେଖନୀକୁ ଚଳଚଞ୍ଚଳ କରେ ।
ବିଭିନ୍ନ ସମୟରେ କବିଙ୍କ ଲେଖନୀରୁ ଝରିପଡ଼େ 'କଲ୍ୟାଣ କବଚ','ଉଚିତ ଶିକ୍ଷା','ଅକ୍ଷର ଖେଳ','ସଦ୍ୟ ସୁମନ’ ବାସ୍ତବ ବାର୍ତ୍ତା- ଇତ୍ୟାଦି । ପରିଶ୍ରମର ଫଳ ସ୍ଵରୂପ, ବିଭିନ୍ନ ସମୟରେ ସେ“ ନବୀନ ସାହିତ୍ୟ ପ୍ରତିଷ୍ଠାନ',ଉତ୍କଳିକା','ମଞ୍ଚ ଜ୍ୟୋତି' ‘ପଟେଲ ସାହିତ୍ୟ ସଂସଦ, କଥାରେ କଥାରେ ଆଦି ବିଭିନ୍ନ ସାହିତ୍ୟ ସଂଗଠନ ଦ୍ବାରା ପୁରଷ୍କୃତ ହୁଅନ୍ତି ।
ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ୟା ସରଳ ନିରାଡମ୍ବର ବ୍ୟକ୍ତିତ୍ଵ ଟିଏ । ତାଙ୍କ ରଚନା ଗୁଡିକ ଈଶ୍ଵର ଧର୍ମୀ ତଥା ସାମାଜିକ ଚେତନାରେ ଭରପୁର । ପଲ୍ଲୀ ଜୀବନର ଜୀବନ୍ତ ପ୍ରତିଫଳନ କବିତା ଗୁଡିକରେ ସ୍ପଷ୍ଟ ବାରି ହୁଏ । ତାଙ୍କ ଜୀବନୀ ଉପରେ ଆଧାରିତ ସ୍ମରଣିକାଟିଏ ପ୍ରକାଶିତ ହେଉଛି ଶୁଣି ବିଶେଷ ଆନନ୍ଦିତ ।
କବିଙ୍କ ଲେଖନୀରୁ ଅନବରତ ଝରିପଡୁ କାଳଜୟୀ ଲେଖା ଏବଂ ସେ ଦୀର୍ଘଜୀବୀ ହୋଇ ସମାଜକୁ ପ୍ରେରଣା ଦେଇଥାନ୍ତୁ । ଈଶ୍ଵରଙ୍କ ଠାରେ ଏହା ହିଁ ମୋର ପ୍ରାର୍ଥନା ।
ନିରଞ୍ଜନ ତ୍ରିପାଠୀ
ପାର୍କ ସାହି-୨, ଷ୍ଟେସନ୍ ରୋଡ୍,
ଛତ୍ରପୁର (ଗଂଜାମ) ମୋ ୯୪୩୭୯୭୩୮୮୦
ଯଶସ୍ୱୀ କବି ବୃନ୍ଦାବନ
ଶ୍ରୀ ଲୋକନାଥ ବିଷୟୀ
ଝରଣା କହିଲେ ଯେ କୌଣସି ଏକ ପାହାଡ ବା ପର୍ବତରୁ ଝରି ଆସୁଥିବା କଳଧାରକୁ ବୁଝାଏ । ସେହିପରି ଏକ ଦୁଃଖ ପାହାଡରୁ ଝରି ଆସୁଥିବା ଭିନ୍ନ ଏକ ଝରଣାର କଥା କହିବି ଯାହା ମତେ ସିକ୍ତ କରି ପାରିଚି । ମାତ୍ର ସେ ଝରଣା ଜଳଧାରା ନହେଁ । ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟଙ୍କଙ୍କ ଲେଖନୀରୁ ଝରୁଥିବା ସାହିତ୍ୟ ଧାରା ।
ଶ୍ରୀ ବାଡତ୍ୟା ଅନେକ ବିଷୟରେ ଲେଖନୀ ଚାଳନା କରିପାରିଛନ୍ତି । ସବୁଥିରେ ବାସ୍ତବ କଥା ହିଁ କହିଛନ୍ତି । ସୃଷ୍ଟିର ସ୍ରଷ୍ଟା ହିଁ ସୃଷ୍ଟିକୁ ପରିଚାଳନା କରନ୍ତି । ମନୁଷ୍ୟ ନିମିତ୍ତ ମାତ୍ର । ଯାହା କବି ଙ୍କ ସ୍ୱ ରଚିତ ଚୈତନ୍ୟ ଚଉତିଶା । 'ନ’ ପଦରେ ଲେଖିଛନ୍ତି ।
“ ନିର୍ଜୀବ କଣ୍ଢେଇ ଅଟୁ ତୁରେ ମନନଚାଉଛି ତତେ ଜଣେ
ନାଚିବା ବାଲାଠୁ ନଚାଇବା ବାଲା
ନିଶ୍ଚେ ଶ୍ରେଷ୍ଠ ବହୁ ଗୁଣେ
ନିର୍ଦ୍ଦେଶ ନ ଦେଲେ ନାଚିବୁ କେମିତି
ନିର୍ଦ୍ଦେଶକ ପରି ଯିଏ ନଚାଉଛି
ନକରୁ ତା ପ୍ରତି ଭକତି ।
ଧନ ଅପେକ୍ଷା ଜ୍ଞାନକୁ ମହତ୍ବ ଦେଇ 'ଚନ୍ଦ୍ରଚୂଡ ଚଉତିଶା' ରେ ଲେଖିଛନ୍ତି
ନଥିଲେ ନଥାଉ ଧନ ଅରଜି ପାରିଲେ ଜ୍ଞାନ
ଜୀବନ ହୋଇବ ଧନ୍ୟ ମର୍ତ୍ତ୍ୟ ମଣ୍ଡଳେ
ପୁରୁଷାର୍ଥ ଦ୍ଵାରା ଭବ ସାଗରରୁ ପାରି ହେବା କଥା‘ ଚିଦାନନ୍ଦ ଚଉତିଶା’ରେ ଲେଖିଛନ୍ତି
‘ ନିଷ୍କ୍ରିୟ ନ ହୋଇ କ୍ରିୟାଶୀଳ ହୋଇ
ନିଷ୍କାମ କର୍ମକୁ କରି
ନିରାକାର ପ୍ରତି କରୁ ଯଦି ଭକ୍ତି ।
ନିଶ୍ଚେ ହେବୁ ଭବୁ ପାରି ।
କବିଙ୍କ ଅନ୍ୟ ଏକ କୃତି ‘ଚଞ୍ଚଳା ଚଇତିଶା’ ରେ ମା' ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରି କବି କହିଛନ୍ତି
'ନାହିଁ ଘରେ ମୋର ଦାନା ବୋଲି କିଛିକନା ବୋଲି ନାହିଁ ଖଣ୍ଡିଏ
ନ ଦେଲେ ନ ଦିଅ ଧନ ଜନ ଆଦି
ନିଶ୍ଚେ ଦେବା କନା ଖଣ୍ଡିଏ ।'
ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ଦରିଦ୍ରର ପଦାଘାତରେ ବିଚଳିତ ନ ହୋଇ ଜଗନ୍ନାଥଙ୍କୁ ଆକ୍ଷେପ କରି ‘ଚକାଡୋଳା ଚଉତିଶା' ରେ ଲେଖିଛନ୍ତି ।
ଫଟା କପାଳରେ ଦୁଃଖ ଲେଖା ଥିଲେସୁଖ ତିଳେ ଦେଇ ନ ପାରୁ ତୁହି
ଫଳିବା ଫଳକୁ ଆଦରି ନେବାକୁ
ନିଷ୍ପତ୍ତି କରିଛି ମୁଁ ସ୍ଥିର ହୋଇ ।
ସବୁ ଧର୍ମ ଗ୍ରନ୍ଥ, ସମସ୍ତ ସନ୍ଥ ମାନେ କହି ଯାଇଛନ୍ତି, ଯାହା ଜାଣିଗଲେ ଆଉ କିଛି ଜାଣିବାକୁ ବାକି ରହେନି, ତାହା ହେଉଛି ନିଜକୁ ଅର୍ଥାତ୍ ସ୍ଵୟଂ କୁ ଜାଣିବା, କବିଙ୍କର ଶ୍ରେଷ୍ଠ କୃତି । 'କଲ୍ୟାଣ କବବ' ସ୍ଵୟକୁ ଜାଣିବାକୁ ପ୍ରବର୍ତ୍ତାଏ । ସ୍ଵୟଂ କୁ ସାକ୍ଷାତ କରିପାରିଥିବା ସାଧକ ମାନେ କହନ୍ତି ସ୍ଵୟଂକୁ ଜାଣିବା ସହଜ ସାଧ୍ୟ ହେଲେ ମଧ୍ୟ କିଛି ସାଧନାର ଆବଶ୍ୟକ ଅଛି । ସେହି ପରି ସାଧନାରେ ରତ ଥିବା ସାଧକ ମାନଙ୍କୁ କିଛି ବିଜାତୀୟ ବାଧା ଉପୁଜେ ସେ ବିଜାତୀୟ ମଧ୍ୟରୁ ଲୋଭ ହେଉଛି ମୁଖ୍ୟ ତେଣୁ କବି କହନ୍ତି-
'କନକ ବୋଇତରେ ମାଣିକ୍ୟ ଭରି ଆଣିକୁବେରଙ୍କର ଧନ ଦେଲେ ହେଁ ଲୋଭ ମୁଣି
କେବେ ପୂର୍ଣ୍ଣ ନ ହେବ ହେ ବୀର ଅରଜୁନ
କାୟା ବିସ୍ତାରି ଲୋଭ କହେ ଆହୁରି ଆଣ ।'
ଅର୍ଥାତ୍ କଲ୍ୟାଣ କବଚରେ ଯାହା ଲେଖା ହୋଇଛି ତା’ର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବନି ଲୋଭି । ତେଣୁ ଲୋଭରୁ ନିବୃତ୍ତ ରହିବାକୁ କହନ୍ତି କବି । ସେ ଯାହା ହେଉ କବି ତାଙ୍କ ଗୁରୁଙ୍କୁ ଭକ୍ତି କଲା ପରି ମୋତେ ଭକ୍ତି କରି ଆଶିଷ ଲୋଡୁଥାନ୍ତି । ତେଣୁ ଶ୍ରୀ ବାଡତ୍ୟା ଯଶସ୍ୱୀ ହୁଅନ୍ତୁ ବୋଲି କାମନା କରି ବିଭୂ ଚରଣାର ବିନ୍ଦରେ ପ୍ରାର୍ଥନା କରେ ମୁଁ ।
ଅବସର ପ୍ରାପ୍ତ ଶିକ୍ଷକ, ବାକିଲିକଣା, ଗଞ୍ଜାମ
ଅସାଧାରଣ ବ୍ୟକ୍ତିତ୍ବ
ଶ୍ରୀ ସୁରେଶ ରଥ
ନିଘୋଡ ନିଦରେ ସମସ୍ତେ ଶୋଇଗଲା ପରେ ବି ରାତି ଶୋଇ ପାରି ନଥିଲା । ଝିଙ୍କାରି ର... ଝିଁ...ଝଁ ନାଦ ହେତୁ । ଝିଙ୍କାରିର ଝଁ... ଶବ୍ଦ ତରଙ୍ଗରେ ତରଙ୍ଗିତ ଶବ୍ଦମାନେ ପହଞ୍ଚିଥାନ୍ତି କବିଙ୍କର କାନ ମୂଳ । ଆଉ ତା ପରେ କବିଙ୍କ ଆଖିକୁ ବିଦାୟ ମାଗି ଚାଲିଯାଏ ନିଦ , ମାଳ ମାଳ ଅସଜଡା ଶବ୍ଦମାନଙ୍କୁ ସଜାଡୁ ସଳାକୁ ଶମ୍ଭୁ ଆଳୟରୁ କମ୍ଭୁ ନାଦ ଶୁଭେ ସତରେ କବିତା ବେଦନା କେତେ ସାଧାରଣ ମଣିଷଟି ବୁଝି ପାରୁଥିବ ତ !
ଯେଉଁଠି ଅନେକ ଅସାଧାରଣ ଗୁଣ, ଗାରିମା, ଓ ଜ୍ଞାନର ମିଳନ ହୁଏ ସେହିଠାରେ ଆବିର୍ଭାବ ହୁଅନ୍ତି କବି, କଳାକାର, ବିଙ୍କ, ଗୁଣୀ ଯଶକାରୀମାନେ । ମୁଁ ଯେଉଁ କବିଙ୍କ କଥା କହିବି ସେ ହେଉଛନ୍ତି ମୋ ଗାଆଁର ବୃନ୍ଦାବନ ବାଡତ୍ୟା ।
ପ୍ରଣମ୍ୟ ବାଡତ୍ଯାଙ୍କର ପ୍ରତିଭାର ପଟାନ୍ତର ନାହିଁ ତଥାପି ସେ ଜଣେ ପ୍ରତିଭାଧାରୀ ବୋଲି କହିଲେ କେହି ବିଶ୍ୱାସ କରନ୍ତି ନାହିଁ" ଗାଆଁ କନିଆଁ ସିଙ୍ଘାଣୀନାକୀ ନୀତିରେ" ତାଙ୍କ ସୃଜନ ଶକ୍ତିକୁ ସମ୍ମାନ ଦେବ ସିଏ ଯିଏ ତାଙ୍କ ଦ୍ବାରା ରଚିତ ପୁସ୍ତକ ପଢିଥିବେ।
ତାଙ୍କର ଜୀବନ ଜିଇଁବା ଶୈଳୀ ଯେତିକି ସରଳ ତାଙ୍କର ରଚନାବଳୀ ସେତିକି ସାବଲୀଳ ଏବଂ ଭାବ ସହିତ ଭାଷାର ସଂଯୋଗ ଉଚ୍ଚକୋଟୀର, ବୟସର ମଧ୍ୟାହ୍ନ ଅତିକ୍ରମ କଲା ପରେ ବି ସେ ଏମିତି ପ୍ରେମ କବିତା ଲେଖନ୍ତି ଯାହା ପଢିଲେ ବୃଦ୍ଧ ବି ରୋମାଞ୍ଚିତ ହେବ, ସେହି ରୋମାଞ୍ଚିତ କବିତା ସମୂହରୁ ପଦେ
ଭଲପାଇବାର ସରିତ ସ୍ରୋତରେଭାସି ଯାଇ ନାହିଁ ଯିଏ
ପ୍ରେମ ସାଗରର ଗଭିରତା କେତେ
କେମିତି ବୁଝିବ ସିଏ ।
ଏମିତି ଅନେକ କବିତା ପଂକ୍ତି ତାଙ୍କର ରସିକ ପଣିଆର ପ୍ରମାଣ ଦିଏ ସେ ଯାହା ହେଉ ଜଗନ୍ନାଥ ତାଙ୍କର ଯଶକୁ ସଦା ଜୀବିତ ରଖନ୍ତୁ ଏତିକି କାମନା କରି ରହୁଛି ।
ଇତି ବ୍ରାହ୍ମଣ ସାହି, କଙ୍କୋରଡ଼ା, ଗଞ୍ଜାମ
ଜ୍ୟେଷ୍ଠ ତୁଲ୍ୟ ବୃନ୍ଦାବନ
ଶ୍ରୀ ଜିତେନ୍ଦ୍ର ପ୍ରଧାନ
ଆକାଶ କହିଲେ ଗୋଟିଏ ଶବ୍ଦ ନା ଆଉ କିଛି । ତା’ର ରୂପ ଓ ରଙ୍ଗ ବିଷୟରେ ପଚାରିଲେ ବୋଧ ହୁଏ କିଏ କିଛି କହିପାରିବନି । ହଁ କିଛି ବୁଦ୍ଧିଜିବୀ କହିପାରନ୍ତି ଶୂନ୍ୟ, ଶୂନ୍ୟ ଖାଲି ମହାଶୂନ୍ୟ । ଠିକ୍ ସେହିପରି ବୃନ୍ଦାବନ ବାଡତ୍ଯାଙ୍କ ସହ ମୋର ସମ୍ପର୍କ କ'ଣ ବୋଲି କିଏ ପ୍ରଶ୍ନ କଲେ ହଠାତ୍ ମୁଁ କିଛି କହି ନ ପାରେ । ମାତ୍ର କିଛି କ୍ଷଣ ପରେ ଏତିକି କହିପାରେ ଯେ ମଣିଷ ସହ ମଣିଷର ସମ୍ପର୍କ ଯେତିକି ବୃନ୍ଦାବନ ବାଡତ୍ୟାଙ୍କ ସହ ମୋର ସମ୍ପର୍କ ସେତିକି ।
ରହସ୍ୟ ଏହା ଯେ ଗୋଟିଏ ଠିକାଦାର୍ ର କୁଶଳୀ ଶ୍ରମିକ ଭାବେ କାର୍ଯ୍ୟରତ ଥିଲୁ ଉଭୟେ ବୃନ୍ଦାବନ ଭାଇ ଓ ମୁଁ । ଏହାର ଅର୍ଥ ନୁହେଁ ଯେ ଆମ ଦୁଇ ଜଣଙ୍କ ବ୍ୟତୀତ ଆଉ କିଏ ନ ଥିଲେ । ଉକ୍ତ ଠିକାଦାର ପାଖରେ ମୁଁ ନିଯୁକ୍ତି ପାଇବା ପୂର୍ବରୁ ସେ କାର୍ଯ୍ୟରତ ଥିଲେ । ମୁଁ ତାଙ୍କ ସହକର୍ମୀ ହେଲାପରେ ବୃନ୍ଦାବନ ଭାଇଙ୍କୁ ଓ ତାଙ୍କ ପ୍ରତିଭାକୁ ଜାଣିବାକୁ ମୋତେ ବେଶୀ ଦିନ ଲାଗି ନଥିଲା । ବୟସରେ ସେ ମୋ ଠାରୁ ଢେର ଅଧିକ ଓ ନମସ୍ୟ । ଭାଇଙ୍କର ମନ ସଦା ଜାଗ୍ରତ ଓ ଚଳଚଞ୍ଚଳ ସାଙ୍ଗକୁ ଉଛୁକା ନଈର ଢେଉ ପରି ଅମାନିଆ । ବେଳେ ବେଳେ ଫଳନ୍ତି ବୃକ୍ଷ ପରି ନମ୍ର ।
ସବୁଠାରୁ ମଜା କଥା ଏହା ଯେ ତାଙ୍କ ବୟସ ଷାଠିଏ ହେଲେ ମଧ୍ୟ ସେ ଯୁବ ସୁଲଭ ପ୍ରେମ କବିତା ଲେଖିବାରେ ସିଦ୍ଧ ହସ୍ତ । ତାଙ୍କ ରଚିତ କବିତା ପଢି ମୁଁ ପ୍ରଭାବିତ ହୋଇଥିବା ଗୋଟିଏ କବିତାର କିଛି ଅଂଶ ।
" ତମେ ମୋତେ ଭଲ ପାଅ କି ନ ପାଅଦାବି କରିବିନି ଆଦୌ
ମୁଁ ତୁମକୁ ଭଲ ପାଉଥିବି ସଦା
ବିପଦ ଆସିଲେ ମଧ୍ୟ ।"
ତାଙ୍କର ଏହିପରି ବୋଧଗମ୍ୟ ଭାବପୂର୍ଣ୍ଣ କବିତା ନିଶ୍ଚିତ ଭାବେ । ଅଭିନନ୍ଦନିକା ପାଠକାଦୃତ ହେବ । କଥିତ ଅଛି ସମସ୍ତ ସୁସ୍ଥ ଗୋଡ ବିନା ଦ୍ବିଧାରେ ଚାଲି ପାରିବ । ହେଲେ ସବୁ ସୁସ୍ଥ ହାତ ଲେଖନୀ ଚାଳନା କରିବାର ନିଦର୍ଶନ କିଛି ନାହିଁ । ମୋ ପକ୍ଷେ ଲେଖନୀ ଚାଳନା କରିବା ସହଜ ସାଧ୍ୟ ନ ହେବାରୁ ବିଶେଷ କିଛି ଲେଖି ପାରୁନି ।
ଭାଇନା ଯଶସ୍ୱୀ ହୁଅନ୍ତୁ । ଏହି କାମନା କରିବା ସହ ପ୍ରଣାମ ଜଣାଇ ରହୁଛି ।
କେନ୍ଦପାଲୀ ବରଗଡ
ଦୁଇ ପଦ କଥା
ଶ୍ରୀ କୋରା ମହାରଣା
ମନୁଷ୍ୟ ଓ ସଂସ୍କୃତି ପରସ୍ପର ପରିପୂରକ ଅଟନ୍ତି । ମନୁଷ୍ୟର ବିନା ଉପସ୍ଥିତିରେ' ସଂସ୍କୃତି' ଓ ସଂସ୍କୃତିର ବିନା ଆଧାରରେ 'ମଣିଷ' ତିଷ୍ଠିବା ଆଦୌ ସମ୍ଭବ ନୁହେଁ । ତେଣୁ ଏହି ପରିପ୍ରେକ୍ଷୀରେ ସଂସ୍କୃତିକୁ ବଞ୍ଚାଇ ରଖିବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ ବୋଲି ମୁଁ ସ୍ଵୀକାର କରେ । ସଂସ୍କୃତିକୁ ପ୍ରତିଷ୍ଠିତ କରାଇବାରେ ଯେଉଁ ପ୍ରକ୍ରିୟାର ଆବଶ୍ୟକତା ରହିଛି ବୋଧହୁଏ ତାହା ହିଁ ହେଉଛି' ସାହିତ୍ୟ' । ଅନ୍ୟ ପକ୍ଷରେ କହିଲେ "ସଂହିତେ ଇତି ସାହିତ୍ୟ" କୁ ମଧ୍ୟ ଆମେ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ମନେ କରୁ । ବାସ୍ତବିକ ରୂପେ ସାହିତ୍ୟ ସୃଷ୍ଟିର ଉଦ୍ଦେଶ୍ୟ ହେଲା ସମାଜର ହିତ ସାଧନ କରିବା । ଏହି କାରଣରୁ ସମାଜରୁ ‘କୁ ସଂସ୍କାର', ଅନ୍ଧ ବିଶ୍ଵାସ, ଅନ୍ୟାୟ, ଶୋଷଣ ଓ ଦୁର୍ନୀତି ଗୁଡିକୁ ସଜାଡ଼ିବାରେ ସାହିତ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗୋଟିଏ ପ୍ରଗତିଶୀଳ ସମାଜ ପାଇଁ ସାହିତ୍ୟ ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଁ ନିଃସନ୍ଦେହରେ କହିପାରେ । ଜଣେ ଲେଖକ ଯେତେବେଳେ ତାର କଲମ ମୁନକୁ କାଗଜ ଉପରେ ପରିଚାଳନା କରେ, ସେତେବେଳେ ତା’ ସାମାଜିକ ବିଧିବ୍ୟବସ୍ଥାର ସମସ୍ତ ଦୃଶ୍ୟପଟ ଆଖି ସମ୍ମୁଖରେ ନାଚି ଉଠିଥାଏ । ସେ ବ୍ୟତିକ୍ରମ ଦିଗ ଗୁଡିକୁ ଶାଣିତ ଭାଷାରେ ଏମିତି ରୂପ ଦିଏ, ପାଠକେ ଅଧ୍ୟୟନ ପୂର୍ବକ ନିଜକୁ ମାର୍ଜିତ କରିବାକୁ ବାଧ୍ୟ ହୁଅନ୍ତି ଓ ସାମାଜିକ ମୂଲ୍ୟବୋଧ ବୃଦ୍ଧିରେ ସହାୟକ ହୁଅନ୍ତି । ଏ ସବୁ ଦୃଷ୍ଟିକୋଣରୁ ସହଜେ ଅନୁମେୟ ହେଉଛି ଯେ ଜଣେ ଲେଖକ ପ୍ରତିଟି ମୁହୂର୍ତ୍ତ ସମାଜ ପାଇଁ ବିନିଯୋଗ ହୁଅନ୍ତି । ବାସ୍ତବରେ "କଲମ ଓ ପୃଷ୍ଠା" ଲେଖକଙ୍କ ପ୍ରମୁଖ ଦୁଇଟି ଅଙ୍ଗ ଅଟେ । ଏହାରି ମାଧ୍ୟମରେ ସେ ସୃଷ୍ଟି କରିଥାନ୍ତି ସଂସ୍କାର ବାଦୀ ସମାଜ ଓ ପ୍ରଗତିଶୀଳ ଚିନ୍ତାଧାରା । ଅତଏବ ଜଣେ ସାରସ୍ବତ ସାଧକ ସମାଜର ଏକ ଅମୂଲ୍ୟ ସଂପଦ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଛାତ୍ର ସମୟରେ ମୋ ଜିଲ୍ଲା ଗଞ୍ଜାମ ମାଟିର କେତେଜଣ ସ୍ବନାମଧନ୍ୟ ସାରସ୍ବତ ସାଧକଙ୍କ ଲେଖା ପଢିବାର ସୁଯୋଗ ପାଇଥିଲି । ସମାଜରେ ସଂସ୍କାର କିଭଳି ଭାବେ ବିରାଜମାନ ହେବ ତାହା ସେମାନଙ୍କ ଲେଖାରୁ ମୁଁ ପଢି ବୁଝିଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କବିସୂର୍ଯ୍ୟ ବଳଦେବ ରଥ, କବି ନରସିଂହ ମାଠ ଇତ୍ୟାଦିଙ୍କ ବିଭିନ୍ନ କୃତିରେ ଥିବା ପ୍ରସଙ୍ଗ ଗୁଡିକ କେବଳ ସଂସ୍କାର ବାର୍ତ୍ତାର ସ୍ଵାକ୍ଷର ବହନ କରୁଥିବା କଥା ମୁଁ ଅତି ନିକଟରୁ ହୃଦୟଙ୍ଗମ କରିଛି । ଠିକ୍ ସେହି ଭଳି ଏମିତି ଅନେକ ଏ ମାଟିର କବି/ ଲେଖକ ଆମର ଦୃଷ୍ଟି ଆଢ଼ୁଆଳରେ ରହି ଉକ୍ତ ସମାଜ ସଂସ୍କାର ଦିଗରେ ଦିନ ରାତି ନିଜକୁ ନିୟୋଜିତ କରିବାରେ ଲାଗିଛନ୍ତି । ତାଙ୍କରି କୃତି ସେ ସବୁର ପ୍ରମାଣ ଦେଉଛି ଆଜିକା ସମୟରେ । ଲୋକ ଲୋଚନଙ୍କୁ ନ ଆସି ମଧ୍ୟ ସେମାନଙ୍କ ମହାନତା କାର୍ଯ୍ୟରେ ଏ ଗଞ୍ଜାମ ମାଟି ଗର୍ବିତ । ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ୟା ସେ ଭଳି ଜଣେ କବି ପ୍ରତିଭାଟିଏ ଜଣେ ସରଳ, ନିରାଡମ୍ବର ମଣିଷ ହିସାବରେ ତାଙ୍କୁ ଯେତିକି ଆମେ ଜାଣୁ, ଜଣେ ସାରସ୍ବତ ସାଧକ ହିସାବରେ ଯଥେଷ୍ଟ ପରିମାଣରେ ତାଙ୍କୁ ଆମେ ଚିହ୍ନୁ । ତାଙ୍କର ବିଭିନ୍ନ କୃତି ପାଇଁ ସେ ଆଜି ଆମ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ନିଜର ବଳିଷ୍ଠ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର କୃତି ଗୁଡିକ ହେଲା 'ଅକ୍ଷର ଖେଳ', କଲ୍ୟାଣ କବଚ, ଉଚିତ ଶିକ୍ଷା, ସଦ୍ୟ ସୁମନ ଓ ବାସ୍ତବ ବାର୍ତ୍ତା, ଇତ୍ୟାଦି । ଉକ୍ତ କୃତି ଗୁଡିକର ଅଧ୍ୟୟନ ସୁଯୋଗ ଦେବାରେ ମୋ ଖଲିଙ୍ଗି ଗ୍ରାମର ଘନିଷ୍ଠ ବନ୍ଧୁ ଶ୍ରୀ ବିଜୟ କୁମାର ପାଢ଼ୀ ସାହଯ୍ୟ ଓ ପ୍ରେରଣା ଯୋଗାଇ ଥିବା ଯୋଗୁଁ ତାଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି । କାରଣ ତାଙ୍କରି ସହଯୋଗରେ ମୁଁ ଶ୍ରୀ ବୃନ୍ଦାବନ ବାଡତ୍ଯାଙ୍କୁ ଚିହ୍ନିବାର ରାସ୍ତା ପାଇଛି ।
ଶ୍ରୀ ବୃନ୍ଦାବନ ବାଡତ୍ୟା ହୁଏତ ଜଣେ ଅଖ୍ୟାତ ପଲ୍ଲୀ କଙ୍କୋରଡା ଗ୍ରାମର ବ୍ୟକ୍ତି ଏବଂ ନିମ୍ନ ଶିକ୍ଷାଗତ ଯୋଗ୍ୟତା ସଂପନ୍ନ ମଣିଷଟିଏ ହୋଇ ପାରନ୍ତି, କିନ୍ତୁ ତାଙ୍କର ଲେଖା ଗୁଡିକ ସେ ସବୁର ଉର୍ଦ୍ଧ୍ବରେ । ସରଳ, ସାବଲୀଳ ପଦ ସଂଯୋଜନା ଓ ସଂସ୍କାର ଧର୍ମୀକୃତୀ ଗୁଡିକୁ ଅଧ୍ୟୟନ କଲେ ବାରମ୍ବାର ପଢିବାକୁ ଇଚ୍ଛା ହୁଏ । ପ୍ରତ୍ୟେକ ଲେଖାକୁ ଚୁମ୍ବକୀୟ ଢଙ୍ଗରେ ସଜ୍ଜିତ କରି ନିଜ ସାହିତ୍ୟ ରଚନାର ପରାକାଷ୍ଠାକୁ ପ୍ରତିପାଦିତ କରିବାର କଳା କୌଶଳକୁ ବାସ୍ତବରେ ମାନିବାକୁ ପଡିବ । ତାଙ୍କର ପ୍ରତିଟି ଲେଖାରେ ହୃଦୟର କଥା ଓ ସଂସ୍କାରର ବାର୍ତ୍ତା ପରିସ୍ଫୁଟିତ ହୋଇଥାଏ । ସାମାଜିକ ମୂଲ୍ୟବୋଧ ଆଧାରରେ ତାଙ୍କର ପ୍ରସଙ୍ଗ ଗୁଡିକ ନିହାତି ଭାବେ ଗଢା ହେଇଛି । ବିଶେଷ ଭାବେ ଦୁର୍ନୀତି ହଟାଇବା ଉଦ୍ଦେଶ୍ୟରେ ତାଙ୍କର 'ବ୍ୟସ୍ତବ ବାର୍ତ୍ତା' କୃତି ଟି ଅନନ୍ୟ ଭୂମିକା ସୃଷ୍ଟି କରିଛି । ନିଦର୍ଶନ ସ୍ବରୂପ ଶ୍ରୀ ବୃନ୍ଦାବନ ବାଡତ୍ଯାଙ୍କ ଦ୍ଵାରା ରଚିତ ପୁସ୍ତକ 'ବାସ୍ତବ ବାର୍ତ୍ତା’ ର ପୃଷ୍ଠା ୩୧ ରେ ଥିବା ପ୍ରସଙ୍ଗ 'ଗୁମର କିଆ' କବିତାର କିଛି ଅଂଶ । ସାଧାରଣ ଅବଗତି ନିମନ୍ତେ ନିମ୍ନରେ ଦର୍ଶାଇବାକୁ ଚାହୁଁଛି ।
"ଆମେ ସବୁଦିନେ ସବୁବେଳେ କହୁ,ଆଜିକାଲି ଦୁର୍ନୀତି ବଢିଗଲାଣି-
ତାହାହେଲେ ଦୁର୍ନୀତି କରୁଛି କିଏ ?
ନିଜର ଦୋଷକୁ ଲୁଚାଇ
ଚତୁରତାର ସହ
ନିର୍ଦ୍ଧୋଷୀକୁ ମାରୁ ଦୋଷୀକୁ ପୋଷୁ,
ତଥାପି ନିର୍ଦ୍ଧୋଷୀ ଖୋଜୁ ।"
ଜଣେ ସାରସ୍ବତ ସାଧକଙ୍କ ଜୀବନ କହିଲେ ତା’ର ଭାଷା ଓ ଭାବନାକୁ ମୁଁ ବୁଝିଥାଏ । ଉଭୟ ତାର ପ୍ରକୃତ ସଂପଦ ଅଟନ୍ତି । ତେଣୁ ଶ୍ରୀ ବାଡତ୍ଯାଙ୍କ ଆର୍ଥିକ ଅବସ୍ଥାକୁ ମୁଁ ମୋ ବିଚାରର ବଳୟ ଭିତରକୁ ଆଣିବି ନାହିଁ । ଭଗବାନ କରନ୍ତୁ , ଏଭଳି ଜଣେ ସାଧକ ତାଙ୍କ ଗନ୍ତବ୍ୟ ପଥର ଆଉ ଦୁଇପାଦ ଦୂର ଅତିକ୍ରମ କରନ୍ତୁ । କିଏ କହିପାରିବ ଯେ ସେ ଦିନେ ଜପେନ୍ଦ୍ର ଭଞ୍ଜ/ ବଳଦେବ ରଥଙ୍କ ଭଳି କବି ନ ହେବେ ବା କେମିତି, ଶେଷରେ ଶ୍ରୀ ବାଡତ୍ୟା ଭାଇଙ୍କୁ କହିବି-
ଜୀବନଟା ସିନା ଭାବୁଛୁ ଆମର,ଇଏ ପରା ନିୟତିର ।
ନିୟତି ପାଇଁତ ବିନିଯୋଗ ଯଥା
ଅନ୍ୟଥା ଅନ୍ୟ ବିଚାର ।
ଅନ୍ୟ ସେବା ପାଇଁ ଜୀବନ ପ୍ରୟୋଗ
ମହାପୁରୁଷଙ୍କ ନୀତି ।
ସେହି ଧାରେ ଆମେ ଚଳିବାଟା ଭଲ
ଯାହା ହେଲେ ହେଉ ସ୍ଥିତି ।
ସାହିତ୍ୟ ସାଧନା ବଞ୍ଚି ରହୁ ତବ ।
ସମାଜ ସଂସ୍କାର ପାଇଁ,
କାହା ଭାଗ୍ୟେ ମିଳେ ଏଭଳି ସୁଯୋଗ
ସରସ୍ବତୀ କୃପା ଭାଇ ।
ଉ. ପ୍ରା. ବିଦ୍ୟାଳୟ
ଗୁଣସାଗର, ହଂସରାଳି, ସାନଖେମୁଣ୍ଡି
କବି ଶ୍ରୀ ବୃନ୍ଦାବନ ବାତ୍ୟାଙ୍କ ସଂପର୍କରେ
ଶ୍ରୀ ରାଜେନ୍ଦ୍ର ଗଉଡ
ବାସ୍ତବରେ କବି ବୃନ୍ଦାବନ ବାଡତ୍ୟା ଅଖ୍ୟାତ ପଲ୍ଲୀରେ ଜନ୍ମ ଗ୍ରହଣ କରି ତାଙ୍କ ଲେଖନୀ ଚାଳନାରେ ଜନ ମାନସରେ ବିଖ୍ୟାତ ଅର୍ଜ୍ଜନ କରି ପାରିଛନ୍ତି । ବହୁ ସାର ଗର୍ଭକ ଛାନ୍ଦ, ଚଉତିଶା ଓ କବିତା ଗୁଚ୍ଛ ସୃଷ୍ଟି କରି ପାଠକ ହୃଦୟରେ ସ୍ଥାନ ପାଇଛନ୍ତି । ଶ୍ରୀଯୁକ୍ତ ବାଡତ୍ୟାଙ୍କ ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ସାବଲୀଳ ଭାଷାରେ ଉତ୍ତମ ଭାବାପନ୍ନ ବୋଧଗମ୍ୟ କବିତା ସୃଷ୍ଟି କରି ପାଠକ ହୃଦୟ ଜିଣି ପାରିଛନ୍ତି ।
ତାଙ୍କ ରଚନା ଗୁଡିକ ମଧ୍ୟରୁ ସଦ୍ୟ ସୁମନ, ବାସ୍ତବ ବାର୍ଭା ଓ ଉଚିତ ଶିକ୍ଷା ଭଳି ପୁସ୍ତକ ପାଠକ ମାନଙ୍କ ପ୍ରତି ନିତ୍ୟ ନୈମିତିକ ଜୀବନରେ ପ୍ରେରଣା ଦ୍ୟୋତକ ହୋଇ ପାରିଛି ।
କବି ଶ୍ରୀଯୁକ୍ତ ବାଡତ୍ୟାକ ସଦ୍ୟ ସୁମନ କବିତା ଗୁଚ୍ଛର' ଋତୁଚକ୍ର' କବିତାଟି ବହୁ ସାର ଗର୍ଭକ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଠକ ପ୍ରାଣରେ ଭିନ୍ନ ଦିଗରେ ଏହାର ଚୂଡାନ୍ତ ରୂପ ନେଇ ପାରିଛି । ମାନବ ଜୀବନ ଦୁର୍ଲଭ ।। ଏହା ବାଲ୍ୟ, ପୌଗଣ୍ଡ, ଯୌବନ ଓ ବାର୍ଦ୍ଧକ୍ୟ ଦେଇ ଗତି କରିଥାଏ । ଠିକ୍ ଋତୁଚକ୍ରର ଆବର୍ତ୍ତନ ଭଳି । କିନ୍ତୁ କବି ବୃନ୍ଦାବନ ବାଡତ୍ୟାଙ୍କ ଦର୍ଶନ ଓ ସୃଷ୍ଟିରେ ଏଠାରେ ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ହୋଇ ପାରିଛି ।
ଯେ ଭଳିବର୍ଷାକୁ ଅପେକ୍ଷାରେ ଧଇର୍ଯ୍ୟ ଧରି
ଗ୍ରୀଷ୍ମତାପ ସହିଯାଅ ଦୁଃଖ ନ କରି ;
ବିଧିର ବିଧାନ କେବେ ଆନ ହେବନି ବିଧି
ବିଧାନ ମାନିଲେ ଦୁଃଖ ଲାଗେନି । (ସଦ୍ୟ ସୁମନ ପୃଷ୍ଠା- ୬୯)
ବର୍ଷାକୁ ଅପେକ୍ଷା କରିବା ଅର୍ଥ ନୈସର୍ଗିକ ସୁଖ ପାଇବା ପାଇଁ । ଏଣୁ ଏ ଭଳି ପ୍ରାପ୍ତି ନିମନ୍ତେ ଜୀବନରେ ଯେଉଁ ସବୁ ଯନ୍ତ୍ରଣା ଭୋଗ କରିବାକୁ ପଡେ, ତାହା ହେଉଛି ଗ୍ରୀଷ୍ମତାପ ସଦୃଶ । ବାସ୍ତବରେ ଯନ୍ତ୍ରଣାର ଅନ୍ୟନାନ ହେଉଛି ନୈସର୍ଗିକ ଆନନ୍ଦ ।
ଶ୍ରୀଯୁକ୍ତ ବାଡତ୍ୟାଙ୍କ ଉଚ୍ଚ ଆଦର୍ଶ ଭାବାନିଷ୍ଠ କାବ୍ୟିକ ପଣର' ବାଃ ବାଃ ରେ ବିଧାତା' (ପୃ- ୧୬ ) କବିତାରୁ ପ୍ରକାଶିତ । ଏଥିରେ ବିଧାତାର ନିର୍ଦ୍ଦେଶନା ମୁତାବକ କାହା ସହିତ କାହାର ଆକର୍ଷଣ ରହିଥାଏ, ତାହା ବିର୍ଣ୍ଣିତ ।
ଶୁଷ ଶିଂଶପା କାଷ୍ଠକୁଫୋଡିବା ସାମର୍ଥ୍ୟ ଥାଇବି
ଜ୍ୟୋତ୍ସ୍ନାରେ ଝାଉଁଳୁ ଥିବା
ପଦ୍ମିନୀ ର ଅଶ୍ଳେଷରୁ
ମୁକୁଳି ନ ପାରି ।
ଚିର ନିଦ୍ରାରେ ଶୋଇଥାଏ ଭ୍ରମର ।" ( ବାସ୍ତବ ବାର୍ତ୍ତା ପୃ- ୧୬ )
ବାସ୍ତବରେ କବିଙ୍କର ସୃଷ୍ଟି ପାଠକ ପ୍ରାଣରେ ପ୍ରେରଣା ଦ୍ୟୋତକ ହୋଇ ପାରିଛି । ତାଙ୍କ ଲେଖା ମଧ୍ୟରେ ' ଅନୁଭବିଙ୍କ ବାର୍ତ୍ତା' (ପୃ- ୧୭ ) ମାନବ ଜୀବନର ବାସ୍ତବ ସୁଖ କେଉଁଥିରେ ତାହା ଏକ ନିର୍ଣ୍ଣାୟକ ମୋଡ ନେଇଛି । ଛଳନାର ପ୍ରେମ ଠାରୁ ଦୂରେଇ ରହିବା , କୁମୁଦିନୀର ଦୁଃଖ କଥା ଏକ ଆଶାତୀତ ମଣିଷର ବାସ୍ତବତାକୁ କବି ବୃନ୍ଦାବନ ବାଡତ୍ୟା ଚିତ୍ରଣ କରି ପାରି ଆଧୁନିକ କବିତାରେ ପାରଦର୍ଶିତା ଆଣି ପାରିଛନ୍ତି ପ୍ରତୀକାତ୍ମକ ଭାବରେ ।
ପବିତ୍ର ଗଙ୍ଗା ଭଳି ଅନେକ ଭାବଧାରା ତାଙ୍କ କବିତା ଗୁଚ୍ଛରୁ ପ୍ରବାହିତ । ପ୍ରେରଣା ଦ୍ୟୋତକ ଉପଦେଶାତ୍ମକ ଊର୍ମିମାଳା ପାଠକ ପ୍ରାଣକୁ ଉଲ୍ଲସିତ କରିଛି । ବାସ୍ତବରେ କବି ବୃନ୍ଦାବନ ବାଡତ୍ୟାଙ୍କ କବିତା ସଂକଳନ ଉଚ୍ଚ କୋଟୀର ।
କି ସୁନ୍ଦର ଭାବ ଧାରାଚିନ୍ତା ଆଉ ଚେତନା ତାଙ୍କରି
ନିତ୍ୟ ପାଠକ ପ୍ରାଣରେ
ଭରିଛନ୍ତି ସଦ୍ୟ ସୁମନ ପରି ।
ଶିକ୍ଷକ
ଏମ୍ ଫିଲ୍ (ଓଡ଼ିଆ) ବି.ଇଡି, ଖଇର ବେଠୀ
ଅଭିନନ୍ଦନିକା ପାଇଁ
ଶ୍ରୀ ଜଗନ୍ନାଥ ଗୌଡ଼
କବି ସାରସ୍ବତ ସାଧକ ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ୟାଙ୍କୁ ମୁଁ ଯେତିକି ଜାଣେ, ଖୁବ ଭଲ ଭାବେ ଜାଣେ । ଜଣେ ଅନବଦ୍ୟ ଅନବରତ ସାରସ୍ବତ ସାଧକ, ଜଣେ ସଂଘର୍ଷ ରତ ସାରସ୍ବତ ସାଧନାର ପ୍ରଜ୍ଞାଦୀପ୍ତ ଅକଳନୀୟ ପ୍ରତିଭା, ସେ ତ କେବେ ଗୋପନୀୟ ହୋଇ ରହି ପାରେନା । ଠିକ୍ ଯେପରି ଶ୍ରୀଯୁକ୍ତ କବି ବାଡତ୍ୟା । ହାତରେ ଲେଖନୀ ରୂପୀ ନିହାଣ ଧରି ଏକ ଅକୁହା, ଅପରିଚିତ ସାରସ୍ଵତ ନିକାଞ୍ଚନ କ୍ଷେତ୍ରରୁ ଆବିର୍ଭୁତ ହୋଇଥିବା କବିଙ୍କ ପ୍ରତିଭାମୟ ମନ୍ଦିରର ଚୂଡାରେ ବେଶ୍ ଏବଂ ବିଶେଷ ଭାବେ ଫର୍ ଫର୍ ହୋଇ ଉଡି ଚାଲିଥିବା ନୀଳଚକ୍ରରେ ସାଧନାର ସାର୍ଥକ ରୂପୀ ନୀଳ ନବ ପତିତପାବନ ବାନା , ବେଶ ପରିଚିତ ଓ ବେଶ୍ ଲୋକାଦୃତ ।
କବିଙ୍କ ସାଧନାର କୃତି ଗୁଡିକ ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ ରୂପେ ପ୍ରତୀୟମାନ । କବି ଅକୁଣ୍ଠିତ ସାରସ୍ବତ ପ୍ରଦୀପର ଉଜ୍ଜ୍ବଳ ମାନ ଶିଖା । ଗୀତି କବିତାର ଭାବମୟ ପରିଧିରେ ଉତ୍କଳ ବାଗ୍ ଦେବୀଙ୍କର ଅଲିଅଳ ବର ପୁତ୍ର । ତାଙ୍କରି ସାରସ୍ବତ ପ୍ରତିଭା ଅମ୍ଳାନ ରହୁ । ଆମ ସମୟର ଏକ ଚର୍ଚ୍ଚିତ ପ୍ରତିଭାଙ୍କ ଏହି ଅପୂର୍ବ ସାରସ୍ବତ ସାଧନା ଅଧିକରୁ ଅଧିକ ପ୍ରତିଭାଦୀପ୍ତ ହେଉ
-ଏହା ହିଁ ପ୍ରଭୁଙ୍କ ପଦାରବିନ୍ଦର ନିବେଦନ ।କବି, ସାରସ୍ବତ ସାଧକ ଓ ସାହିତ୍ୟ
ଗବେଷକ, ସଭାପତି- ପିତ୍ତଳ ସମ୍ବାଦ
ସାହିତ୍ୟ ଘର, ଗଂଜାମ
କୃତୀଙ୍କ କୃତୀ ବିଷୟରେ
ଶ୍ରୀ ଭାଗିରଥୀ ବେହେରା -ଓ.ଇ.ଏସ୍ - ୨
ବୟୋଜ୍ୟେଷ୍ଠ, ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ ରଚିତ ବହି ମାନଙ୍କର ନାମ କରଣ କରିଛନ୍ତି ଏହିପରି ।
କବିତା କନକ, ବିରହୀ ବାଳୀର ବିଚାର, ଜଗନ୍ନାଥ ଜଣାଣ, ଚୈତନ୍ୟ ଚଉତିଶା, ମା ନାରାୟଣୀ ଭଜନାବଳୀ, ଚଞ୍ଚଳା ଚଉତିଶା, ଚନ୍ଦ୍ରଚୂଡ ଚଉତିଶା, ଚିଦାନନ୍ଦ ଚଉତିଶା, ମା ନାରାୟଣୀ ଜଣାଣ, ଏହିଭଳି ନ ଖଣ୍ଡ ପୁସ୍ତିକା ପରେ ଅନ୍ୟ ପୁସ୍ତକ ଗୁଡିକ ହେଲା କଲ୍ୟାଣ କବଚ, ଉଚିତ ଶିକ୍ଷା, ସଦ୍ୟ ସୁମନ, ଅକ୍ଷର ଖେଳ, ଏବଂ ଆଧୁନିକ କବିତା ସଙ୍କଳନ ବାସ୍ତବ ବାର୍ତ୍ତା ପରି ମୂଲ୍ୟବାନ ପୁସ୍ତକ ସମସ୍ତ ବର୍ଗର ପାଠକ ମାନଙ୍କ ପାଇଁ ରଚନା କରିଥିବା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କୁ ମୁଁ କବି ହିସାବରେ ଜାଣେ ।
ଘଟଣା ରୂପକ ପ୍ରତ୍ୟେକ ମୁଦ୍ରାକୁ ଓଲଟାଇବା ପାଇଁ, ସମାଜକୁ ସଚେତନ କରାଇବା ଉଦେଶ୍ୟରେ ଲେଖିଛନ୍ତି ।
ଯିଏ ତେଲିଆ ମୁଣ୍ଡରେ ତେଲ ବୋଳେତାକୁ ଯଦି ଦରଦୀ କହିବା
କ୍ଷୁଧାର୍ତ୍ତକୁ
ମୁଠେ ଦାନା ଦେଉଥିବା ମଣିଷକୁ, କ'ଣ କହିବା- ୨୭ ପୃଷ୍ଠା ବାସ୍ତବ ବାର୍ତ୍ତା ।
ସେ ଯାହା ହେଉ ସୌଭାଗ୍ୟ ବଶତଃ କବିଙ୍କ ଜନ୍ମସ୍ଥାନ କଙ୍କୋରଡାର ସରକାରୀ ନେହେରୁ ବହୁମୁଖୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ ମୁଁ ସେବାକରୁ ଅଛି ।
ଏହି ‘ଅଭିନନ୍ଦନନିକା' ପ୍ରକାଶ ସୁଯୋଗରେ ମୁଁ ଏତିକି କହିବି ଶ୍ରୀ ବାଡତ୍ୟା କେବଳ ଗଞ୍ଜାମ ଜିଲ୍ଲାର ନୁହେଁ ବରଂ ଓଡିଶା ସ୍ତରର ଜଣେ ସୁଖ୍ୟାତ କବି ଓ ଭଲ ମଣିଷ ଟିଏ ।
ପରିଶେଷରେ ତାଙ୍କର ସାହିତ୍ୟର ଉନ୍ନତି କାମନା କରି ରହୁଛି ।
ସଂପାଦକ- ଗଂଜାମ କବିତା ଘର ସାହିତ୍ୟ ମଞ୍ଚ
ବ୍ରହ୍ମପୁର - ୭୬୦୦୧୦
ମୋ - ୮୨୮୦୨ ୨୩୬୪୪
ସେ ଅନେକ ଗୁଣର ଗନ୍ତାଘର
ଶ୍ରୀ ରାମଚନ୍ଦ୍ର ପାଣିଗ୍ରାହୀ
କଙ୍କୋରଡା ଗ୍ରାମ ନିବାସୀ କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କୁ କଙ୍କୋରଡା ବାସୀନ୍ଦା ଯେତିକି ଜାଣନ୍ତି , କଙ୍କୋରଡା ବାହାରେ କବି ବୃନ୍ଦାବନ ବାଡତ୍ୟା ନାଆରେ ଢ଼େର ଲୋକ ଜାଣନ୍ତି । ସେ କେବଳ କବି ନୁହଁନ୍ତି ଜଣେ କୁଶଳୀ ମଧ୍ୟ ଇଂଜିନିୟରିଂ ନ ପଢି ଇଂଜିନିୟର ।
ଶିଳ୍ପି ଶାସ୍ତ୍ରରେ ଯେତେ ଶିଳ୍ପର ବର୍ଣ୍ଣନା ହୋଇଥାଉନା କାହିଁକି, ଅପଢ଼ା ଇଂଜିନିୟରଙ୍କ ହାତ ନ ଲାଗି କୌଣସି ଶିଳ୍ପ ପୂର୍ଣ୍ଣାଙ୍ଗ ହୋଇ ପାରି ନ ଥିବ । କହିବା ତାତ୍ ପର୍ଯ୍ୟ ଏହା ଯେ ବୃନ୍ଦାବନ ବାଡତ୍ୟାଙ୍କ କୌଶଳ ଦ୍ବାରା ଅନେକ ସାଧାରଣ ଶିଳ୍ପ ପୂର୍ଣ୍ଣାଙ୍ଗ ହୋଇଛି ।
ସେ ଯାହା ହେଉ ତାଙ୍କର କୃତି ବିଷୟରେ କିଛି କହିବା । ରସିକ କବି ଉପେନ୍ଦ୍ରଭଞ୍ଜଙ୍କ ଭଳି କିଛି ରସ କବିତା ଲେଖିଛନ୍ତି ଯାହା ପଢିଲେ ପ୍ରୋଢାବସ୍ଥାରେ ବି ଯୁବା ସୁଲଭ ଅନୁଭବ ହେଉଥାଏ । ଷାଠିଏ ପରେ ବି ସେ ଲେଖିଛନ୍ତି ।
ଆଦ୍ୟ ଯଉବନେ ପ୍ରେମର ଠିକଣାଖୋଜୁଥିଲା ବେଳେ ଆମେ
ମୋ ଠାରୁ ଆଗରୁ ପ୍ରେମ ଶିଉଳିରେ
ଖସିପଡ଼ି ଥିଲ ତମେ । "
ତମ ହାତ ଧରି ଉଠାଉ ଉଠାଉ
ମୋର ପାଦ ଖସିଗଲା
ତା ପରେ ତ ସବୁ ଭୁଲ ଭାଲ ହେଲା
ଯାହା ନ ହେବାର ଥିଲା ।"
ଦ୍ବି ଦଶନ୍ଧି ପୂର୍ବରୁ ମୁଁ ଶ୍ରୀ ବାଡତ୍ୟାଙ୍କୁ ଜାଣେ ସେ ସାହିତ୍ୟରେ ଏତେ ସଂଶ୍ଳିଷ୍ଟ ଯେ ସାହିତ୍ୟ ବିନା ବଂଚିବା କଷ୍ଟସାଧ୍ୟ ବୋଲି କହନ୍ତି ।
ତାଙ୍କ ଠାରେ ଅନେକ ମନ୍ଦଗୁଣ ଥିଲେ ମଧ୍ୟ ତା ମଧ୍ୟରୁ ଗୋଟିଏ ଗୁଣ ମତେ ଭାରି ଭଲ ଲାଗେ । ସତ କଥାଟି ଅପ୍ରିୟ ହୋଇଥିଲେ ମଧ୍ୟ ସେ ନିର୍ଭୀକ ଭାବେ ପ୍ରକାଶ କରୁଥାନ୍ତି । ତାଙ୍କର ସିଦ୍ଧାନ୍ତରେ ସେ ଅଟଳ ରହନ୍ତି ।
ବେଳେ ବେଳେ ତାଙ୍କର ପ୍ରତିଭା ବିଷୟରେ ଭାବି ଭାବି ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୁଏ ଯେ, କଙ୍କୋରଡ଼ାର ପଡୋଶୀ ଗାଆଁ କରାଖଣ୍ଡିର ଜଣେ ଅନନ୍ୟ କବି ନରସିଂହମାଠଙ୍କର ଦ୍ବିତୀୟ ଅବତାର ଶ୍ରୀ ବୃନ୍ଦାବନ ବାଡତ୍ଯା । ମୋର ବିଚାର କେତେ ସତ୍ୟ ତାହା ସମୟ କହିବ ।
ଚିକିତ୍ସକ
ବଜାର ସାହି, କଙ୍କୋରଡା- ୭୬୧ ୧୪୪- ଗଂଜାମ
ବିରଳ ବ୍ୟକ୍ତିତ୍ବ
ଶ୍ରୀ ଉଦୟ ନାଥ ପ୍ରଧାନ
ଆଦରଣୀୟ କବି ଶ୍ରୀ ବୃଦାବନ ବାଡତ୍ଯାଙ୍କୁ ମୋର ବାଲ୍ୟବନ୍ଧୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମେ ଦୁଇଜଣ ଆମରି ଗାଆଁର ଗୋଟିଏ ବିଦ୍ୟାଳୟରେ ପାଠ ପଢିଛୁ । ସେ ମୋ ଠାରୁ ଚାରି ବର୍ଷ କନିଷ୍ଠ ହେଲେ ବି ତାଙ୍କର ପାଠ ପଢ଼ା ରୁଚି ମତେ ସୁହାଉ ଥିଲା ସେ ଦିନ ।
ଅଧୁନା ଭାଇ ଭାଇ ସଂପର୍କରେ ତିଷ୍ଠିଛୁ । ମୁଁ ତାଙ୍କର ବଡ ଭାଇ ହୋଇ ପାରିଛି କି ନାହିଁ ସେ କଥା ମୁଁ ଜାଣିନି ମାତ୍ର ସେ ମୋର ସାନ ଭାଇ ପରି ମତେ ସମ୍ମାନ କରେ ।
ମୁଁ ଏତିକି କହିବାକୁ ଚାହେଁ କେବଳ ମୋ ଗାଆଁର ନୁହଁ ଆମ ଅଞ୍ଚଳର ପରିସୀମା ମଧ୍ୟରେ ବୃନ୍ଦାବନ ବାଡତ୍ୟା ପରି ପ୍ରତିଭାଦୀପ୍ତ ବ୍ୟକ୍ତି ବିରଳ ।
ସେ ଆବଶ୍ୟକ ଅନାବଶ୍ୟକ ବିଚାର ନ କରି ପ୍ରତ୍ୟେକ ଘଟଣା ଅଘଟଣ ର ମୁଦ୍ରାକୁ ଓଲଟାଉଥାଏ । ସତ୍ୟାନ୍ନେଷଣ କରିବା ଉଦ୍ଦେଶ୍ୟରେ । ଯାହାରି ଫଳରେ ସହଜରେ ବାରି ହେଉଥାଏ ତା’ର ସ୍ଵତନ୍ତ୍ରତା ।
ଯନ୍ତ୍ରଣା ଜର୍ଜରିତ ଜୀବନ ଜିଇଁଥିଲେ ବି ସାହିତ୍ୟ ସାଧନା କରେ ବୋଲି ସେ କହେ ।
ଯନ୍ତ୍ରଣାରୁ ଯିଏ ଆନନ୍ଦ ସାଉଁଟିଜୀବନ ଜୀଇଁ ଜାଣିଛି
ତା ଚରଣ ରେଣୁ ନ ପାଇ ନିରାଶେ
ଦୁଃଖରେ ଦୁଃଖ ଫେରିଛି ।
କବି ଶ୍ରୀ ବାଡତ୍ୟା ସ୍ଵଳ୍ପ ପାଠୁଆ ହେଲେ ବି ତାଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ବାସ୍ତବରେ ଉଚ୍ଚ ପ୍ରଶଂସନୀୟ ଯାହା ଉଚ୍ଚ ଶିକ୍ଷିତ ମାନଙ୍କୁ ବି ଚକିତ କରେ । ତାଙ୍କର ପ୍ରତିଭା ପ୍ରଭାବ ଲେଖନୀ ଚାଳନା କରିବାକୁ ବାଧ୍ୟ କରିଥିଲା ମତେ ତାଙ୍କର ପ୍ରତିଭାର ପ୍ରେରଣାରେ ଆଶ୍ରମ ଭଜନାବଳୀ ନାମରେ ଏକ ପୁସ୍ତିକା ଲେଖି ପ୍ରକାଶ କରିପାରିଥିଲି ସେ ଦିନ ।
ଶ୍ରୀ ବୃନ୍ଦାବନ ବାଡିତ୍ଯାଙ୍କୁ ମୁଁ ଯେତିକି ଜାଣେ ସେ ସବୁ ଲେଖିବା ଆବଶ୍ୟକ ମନେ କରୁନି କାହିଁକିନା ଚିହ୍ନା ବ୍ରାହ୍ମଣର ପଇତା ଦର୍କାର ନାହିଁ ।
ପାଇକ ସାହି
କଙ୍କୋରଡା- ୭୬୧ ୧୪୪- ଗଂଜାମ
ଯୋଗ୍ୟ ବାପା
ଶ୍ରୀମତୀ ତପସ୍ବିନୀ ବାଡତ୍ୟା
କେଜାଣିତୁମେ କେଉଁ
ଦୁର୍ଲଭ ଧାତୁରେ ଗଢ଼ା
ଯାହା ଜାଣିବାକୁ ଚେଷ୍ଟା କରିବି
ଜାଣି ପାରୁନି ମୁଁ
ମୁଁ ଜାଣେ, ସମାଜ ତମକୁ
ବିଜ୍ଞତାର ପ୍ରମାଣ ପତ୍ର ଦେଇନି
ମାତ୍ର ମୁଁ ନିର୍ଦ୍ବନ୍ଦରେ
ଦୃଢ଼ତାର ସହ କହିବି
ତମେ ଜଣେ ବୁଦ୍ଧିମାନ ।
ବିଦ୍ୟାଳୟ ଗତ
ଯୋଗ୍ୟତାର ପ୍ରମାଣ ପତ୍ର
ନ ଥିଲେ କ'ଣ ହେଲା
ତମକୁ ତ କେହିବି
ମୂର୍ଖ କହି ପାରିବେନି ।
ଧନ ଜନ ପ୍ରତିପତ୍ତି ନ ଥିଲେ ବି
ତମେ ଜଣେ ନିର୍ଭୀକ
ଆଉ ଯେତେ ମହଙ୍ଗା ହେଲେ ବି
ନିଜ ନିଷ୍ପତ୍ତିକୁ କେବେ ବଦଳାଇନ ।
ଦୁଃଖ ସହିବାକୁ ଶକ୍ତି ସଂଚୟ କରୁଛି
ହେଲେ ସୁଖକୁ ସାଲିସ୍ କରିନ
ଏଇଥିପାଇଁ ମୁଁ ଗୌରବାନ୍ବୀତ
ଯେହେତୁ ମୁଁ ତୁମର ସନ୍ତାନ ।
ଭଗବାନ
ଯେତେଥର ମଣିଷ ଜନ୍ମ ଦେବେ
ସବୁଥର
ତମର ସନ୍ତାନ ହୋଇ ଜନ୍ମିବାକୁ
ଭଗବାନଙ୍କୁ ପ୍ରାର୍ଥନା କରିବି ।
ବାହାଲ ଗଡ, ସୋନିପତ, ହରିୟାଣା
ନାତି ଉବାଚ
ଶ୍ରୀ ମୁକେଶ ବାଡତ୍ଯା
ତମକୁଯେତେ ସମ୍ମାନ ଦେଲେ ମଧ୍ୟ
ଉଣା ହେବ
ତମ ପ୍ରତିଭା ତୁଳନାରେ
ତମର
ନହୁଲୀ କବିତାର ମହକରେ
ମତୁଆଲା ମନ ମୋର
ପ୍ରଣାମ କରେ ତମକୁ
ତମ ଯୁବା ସୁଲଭ ବିଚାରକୁ
ଏତେ ମାଦକତା ଥାଏ
ତମ କବିତାରେ
ଯାହା
ଜଡରେ ବି ସ୍ପନ୍ଦନ ସୃଷ୍ଟି କରିପାରେ
ତମ କବିତାର ନାୟିକା
ସଦ୍ୟ ପ୍ରସ୍ଫୁଟିତ
ପଦ୍ମିନୀ ଠାରୁ ବି
ଲୋଭନୀୟ
ତାକୁ ଦେଖିଲେ
ସଂସାର ଛାଡି
ସନ୍ନ୍ୟାସୀ ହୋଇଥିବା ସନ୍ନ୍ୟାସୀ
ପୁଣି ଥରେ
ସଂସାରି ହେବାକୁ ମନ କରିବ ।
କାଡୁଗୁଡି, ବେଙ୍ଗଲୁର, କର୍ଣ୍ଣାଟକ
ଶ୍ରୀ ବାଡିତ୍ୟାଙ୍କ ସୃଷ୍ଟି ସମୂହରୁ କିଛି
ଶ୍ରୀ ମହେଶ୍ୱର ବାଡତ୍ଯା
କବି ବୃନ୍ଦାବନ ବାଡତିଆଙ୍କପାଞ୍ଚଖଣ୍ଡ ବହି ଏକୁ ଆରେକ
ବାସ୍ତବ ବାର୍ତ୍ତାରେ ବାସ୍ତବ କଥା
ଲେଖିଛନ୍ତି କରି ବାସ୍ତବ ଚିନ୍ତା ।
ଅକ୍ଷର ଖେଳରେ ଶିଶୁଙ୍କ ପାଇଁ
ଉପାଦେୟ କଥା ଅଛନ୍ତି କହି ।
ସଦ୍ୟ ସୁମନ ସରସ ସୁନ୍ଦର
କବିତା ଗୁଡିକ ଶ୍ରୁତି ମଧୁର
ଉଚିତ ଶିକ୍ଷାରେ ଉଚିତ ଚିନ୍ତା
କରି ଲେଖିଛନ୍ତି ଉଚିତ ବାର୍ତ୍ତା ।
କଲ୍ୟାଣ କବଚ କଉଶଳରେ
ଭବ ସାଗରୁ ପାରି କରିପାରେ ।
କବି କଳ୍ପନାର ନଥାଏ ସୀମା
ଚାରି ମୁଣ୍ଡ ବିନା କବିଟି ବ୍ରହ୍ମା
ସାମାନ୍ୟ ଆଦୌ ନମଣ କବିଙ୍କୁ
ଚତୁର୍ଭୁଜ ବିନା କବିଟି ବିଷ୍ଣୁ
ସମାଜକୁ ସୁବାର୍ତ୍ତା ଦିଏ ଯିଏ
ଅଭାଲ ଲୋଚନ ସମୁଟି ସିଏ ।
ନୋଡାଲ ଉଚ୍ଚ ବିଦ୍ୟାଳୟ, ସିଦ୍ଧେଶ୍ଵର, ଗଂଜାମ
ସ୍ନେହ ସନ୍ତକ
ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ
ଶ୍ରଦ୍ଧେୟ ଶ୍ରୀ ବୃନ୍ଦାବନ ବାଡତ୍ୟା ମୋର ପଡୋଶୀ ହେତୁ ମୋ ଠାରୁ ଅଧିକ କେହି ଜାଣି ନଥିବେ ବୃନ୍ଦାବନଙ୍କୁ । ହେଲେ ତାଙ୍କର ପ୍ରତିଭାକୁ ଜାଣିବାରେ ବିଳମ୍ବ ହେଇଛି ଯାହା କହିବାକୁ ଦୁଃଖ ଲାଗେ ।
ସେ ଜଣେ ଶାନ୍ତ ସରଳ ନିରାଡମ୍ବର ସ୍ଵାବଲମ୍ବନ ଜୀବନ ଜିଇଁଥିବା ମଣିଷ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଭାବୁ ଭାବୁ ତାଙ୍କର ଚିନ୍ତା ଧାରାକୁ ପ୍ରଶଂସା ନ କରି ରହି ହେଉନି ।
ସେ ମୋର ସାନ ଭାଇ ପରି ମତେ ମାନନ୍ତି ସମ୍ମାନ ଦିଅନ୍ତି ଭକ୍ତି କରନ୍ତି । ମୁଁ ବି ତାଙ୍କ ପ୍ରତିଭାକୁ ସମ୍ମାନ ଦିଏ ଏବଂ ପ୍ରତିଭାଧରଙ୍କୁ ଆଦର କରେ ମଧ୍ୟ |
ବୃନ୍ଦାବନ ବାଡତ୍ୟାଙ୍କର ବିଶେଷ ଗୁଣ ଏହା ଯେ ସେ ଫଳନ୍ତି ବୃକ୍ଷପରି ନମ୍ରତାରେ ବିଭୂଷିତ ହେଲେ ବି ଅଯଥାରେ ହାର ମାନନ୍ତିନି । ତେଣୁ ମୁଁ ତାହାଙ୍କୁ ଶତ ପ୍ରତିଶତ ସ୍ଵାଭିମାନୀ କହେ ।
ଜୀବନର ସମସ୍ତ ବେଦନାକୁ , ଦୁଃଖର ଦୌରାତ୍ମ୍ୟକୁ ନିର୍ବିକାରୀ ପରି ସହନ୍ତି, ହେଲେ ସୁଖକୁ ସାଲିସ୍ କରିବାର ମୁଁ କେବେ ଦେଖିନି । ତାଙ୍କର ପ୍ରତ୍ୟେକ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ ।
ସେ ପ୍ରାପ୍ତିରୁ ଆନନ୍ଦ ସାଉଁଟି ସନ୍ତୋଷ ସଂପଦ ଦ୍ବାରା ପ୍ରଫୁଲ୍ଲିତ ହେତୁ ତାଙ୍କ ଠାରୁ ପରାସ୍ତ ହୋଇଛି ଲୋଭ । ମଣିଷ ଠାରେ ଯେଉଁ ଯେଉଁ ଭଲଗୁଣ ରହିବା କଥା ସେ ସବୁ ତାଙ୍କରି ଠାରେ ଉପଲବ୍ଧ । ସେଇଥିପାଇଁ କହନ୍ତି
ଜାଣିବାର ତାକୁ କୁହାଯାଏ ଯିଏମାନବିକତାକୁ ଜାଣେ
ମାନବୀୟ ବିନା ଯିଏ ଯେତେ ଜାଣୁ
ଗଣା ନୁହେଁ ଗୁଣୀ ଗଣେ । "
ସର୍ବୋପରି ମୁଁ ଏତିକି କହିପାରେ ଯେ ସେ ଯଶସ୍ବୀ ହୁଅନ୍ତୁ ନିରୋଗ ରହନ୍ତୁ ତାଙ୍କର ସୃଷ୍ଟି ସଦା ଜୀବିତ ରହୁ ।
ନାଟ୍ୟ ନିର୍ଦ୍ଦେଶକ
ଡେରା ସାହି, କଙ୍କୋରଡା- ୭୬୧୧୪୪, ଗଂଜାମ
ସୃଜନ ଶକ୍ତି ସମ୍ମାନ
ଶ୍ରୀ ଶରତ ଚନ୍ଦ୍ର ପଣ୍ଡା
ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟା ମୋର ଜଣେ ଶ୍ରଦ୍ଧେୟ ବନ୍ଧୁ । ସେ ଜଣେ ଉଚ୍ଚ କୋଟୀର ଲେଖକ । ତାଙ୍କର କେତେକ ବହି ମୋ ଦ୍ଵାରା ସଂଶୋଧିତ ହୋଇ ପ୍ରକାଶିତ ହେତୁ ସେ କହନ୍ତି ମୁଁ କୁଆଡେ ତାଙ୍କ ପ୍ରତିଭାର ଉତ୍ସ ।
ସେ ଯାହା ହେଉ ନିୟତିରର ନୀତି ବିଚିତ୍ର ସେ ବିଚିତ୍ରତାର ଉଦାହରଣ ହେଉଛନ୍ତି ବନ୍ଧୁ ଶ୍ରୀ ବାଡତ୍ୟା । ବିଶେଷ ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ସୁନ୍ଦର ପଦ ବିନ୍ୟାସରେ କବିତା ଲେଖିବା ସେ ସିଦ୍ଧ ହସ୍ତ । ଯାହା ଯୋଗ୍ୟ ବ୍ୟକ୍ତିମାନଙ୍କୁ ବି ମୁଗ୍ଧ କରିଥାଏ ।
ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଜୀବନ ଜିଇଁଥିଲେ ମଧ୍ୟ ସାହିତ୍ୟ ସାଧନା ଜାରି ରଖିଛନ୍ତି ।
ସୃଜନ ଶୀଳତା ପୂର୍ବ ଜନ୍ମର ସଂସ୍କାର ହେଉ ବା ବିଭୁଦତ୍ତ ବିଭବ, ବାସ୍ତବରେ ବ୍ୟକ୍ତିର ଅବଦମିତ ଇଚ୍ଛା ସହିତ ଅନୁକୂଳ ପରିସ୍ଥିତି ସଂଯୋଗ ହେଲେ ମନୁଷ୍ୟ ଅସୀମ ଶକ୍ତିର ଅଧିକାରୀ ହୋଇପାରେ । ଶ୍ରୀ ବାଡତ୍ୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି । ତାଙ୍କ ପାଖରେ ଅନେକ ସଂଭାବନା ରହିଛି ।
ଜଗନ୍ନାଥ ତାଙ୍କୁ ନିରୋଗ ରଖିଥାନ୍ତୁ ତାଙ୍କ ଲେଖନୀ ସତତ ଚଳ ଚଞ୍ଚଳ ହୋଇ ସମାଜକୁ ନୂତନ ଦିଗ୍ ଦର୍ଶନ ଦେବାରେ ସହାୟକ ହେଉ ଏହି କାମନା କରି ରହୁଛି ।
ବରିଷ୍ଠ ଶିକ୍ଷକ, ଆଧ୍ୟାତ୍ମିକ ପ୍ରବକ୍ତା,
ଡେଙ୍ଗାଡି, ଗଂଜାମ
ପ୍ରତିଭାଧାରୀ ବୃନ୍ଦାବନ
ଶ୍ରୀ ଚିନ୍ମୟ ରଞ୍ଜନ ମିଶ୍ର
ଅମାୟିକ ଜୀବନ ଯାପନ ଶୈଳୀ , ମଣିଷ ପରି ମଣିଷଟିଏ । ବୟସର ଅପରାହ୍ନରେ ବି ସଦା ଜାଗ୍ରତ ଓ କର୍ମ ଚଞ୍ଚଳ । ପୁଣି ସ୍ମିତ ହାସ୍ୟ ପ୍ରସନ୍ନ ବଦନ । ଦାରିଦ୍ର୍ୟର ବିକଟାଳ ଗର୍ଜନରେ ବିଚଳିତ ହୁଅନ୍ତିନି ଯାହା ତାଙ୍କର ସାହସିକତାର ନମୁନା । ସେ ସମସ୍ୟା ମାନଙ୍କ ସହ ସଂଘର୍ଷ କରନ୍ତି ହେଲେ ସାଲିସ୍ କରନ୍ତି ନାହିଁ । ଦୀର୍ଘ ଦିନରୁ ମୁଁ ତାଙ୍କୁ ଏତିକି ଜାଣିଛି ଯେ ସେ ସ୍ଵାଭିମାନୀ ମାତ୍ର ଅଭିମାନୀ ନୁହଁନ୍ତି ।
ଉପରେ ବର୍ଣ୍ଣିତ ବିଷୟ ଗୋଟେ ଭଲ ମଣିଷର କଥା କହେ । ଯାହାର ହୃଦୟ ସ୍ପନ୍ଦନରୁ ସାହିତ୍ୟର ଧ୍ବନି ଶୁଣି ହୁଏ । ଯାହାକୁ ସାହିତ୍ୟ ଜଗତର ଅନେକ ଲୋକ ଜାଣନ୍ତି ଯାହାର ତନୁମନ ସାହିତ୍ୟ ପାଇଁ ସମର୍ପିତ ସେ ହେଉଛନ୍ତି ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟା । ଶ୍ରୀ ବାଡତ୍ୟା ଜଣେ ନିରଳସ ସାହିତ୍ୟ ସାଧକ କହିଲେ ଅତ୍ୟୁକ୍ତି ହେବନି । ସାହିତ୍ୟ ସିନ୍ଧୁର ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ ଅବଦାନ ହେତୁ, ସାହିତ୍ୟ ପ୍ରତି ନିଷ୍ଠାଥିବା ଯୋଗୁଁ ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ପୁରଷ୍କୃତ ଓ ପ୍ରଶଂସିତ ।
ଶ୍ରୀ ବାତ୍ୟାଙ୍କ ରଚନାବଳୀ ଭାରି ଚମତ୍କାର । ଜୀବନ ର ସାୟାହ୍ନରେ ବି ରସିକ କବି ଉପେନ୍ଦ୍ରଭଞ୍ଜଙ୍କ ଭଳି ଅନେକ ପ୍ରେମ କବିତା ବି ଲେଖିଛନ୍ତି ଯୁବା ସୁଲଭ ଭାବନାରେ
ବୟସର ସିଡି ଗଡିଯାଇ ପ୍ରିୟାଡେଇଁଛି ପନ୍ଦର ଫଗୁଣ
ତା'କୁ ଲାଜ ଛୁଇଁ ଦେଲା ପର ଠାରୁ
ସୁନ୍ଦର ଦିଶୁଛି ଦ୍ବିଗୁଣ ।
ବଳିଷ୍ଠ କବିତ୍ବ ଦ୍ବାରା ନିର୍ଜୀବ ଶବ୍ଦମାନଙ୍କୁ ଜୀବନ୍ତ କରୁ କରୁ ଶବ୍ଦ ସାମ୍ରାଜ୍ୟରୁ ଉଭେଇ ଯାନ୍ତି କବି । କଳ୍ପନା ରାଜ୍ୟରେ ହଜିଗଲେ କବି ।
ଶବ୍ଦ ଖୋଜୁଥାନ୍ତି କବିଙ୍କୁ
ଶବଦର ପାଦ ଶବ୍ଦ ଶୁଣୁ ଶୁଣୁ
କବି ଖୋଜେ ତା କଲମକୁ ।
କେତେକ ଫୁଲ ସକାଳେ ଫୁଟି ସଞ୍ଜରେ ଝଡି ପଡନ୍ତି ହେଲେ ତାର ମହକକୁ ଝୁରି ହେଉଥାଉ ଆମେ । ଠିକ୍ ସେହିପରି ଶ୍ରୀ ବୃନ୍ଦାବନ ବାଡତ୍ୟା ସମାଜରୁ ଉଭେଇ ଗଲାପରେ ତାଙ୍କର ସାହିତ୍ୟ ସୁମନର ମହକକୁ ସାଉଁଟି ଖୁସି ହେବ ମାନବ ସମାଜ ।
ଭଗବାନ କରନ୍ତୁ କବିଙ୍କର କୃତି ସଦା ଜୀବିତ ରହୁ । କବି ଅମର ରହନ୍ତୁ ।
ରାୟସିଂହପୁର ଶାସନ, ପିତଳ, ଗଂଜାମ
ବିଧି ବିଧାନ
ଶ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ
କଥିତ ଅଛି ଈଶ୍ୱର ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ସକାଶେ । ସେହି ମଙ୍ଗଳମୟ ଈଶ୍ଵରଙ୍କର ସମଗ୍ର ସୃଷ୍ଟିକୁ ନିକଟରୁ ନିରେଖି , ସମାଜର ହିତ ସାଧନ ପାଇଁ ଅନେକ କିଛି ସୃଷ୍ଟି କରାଯାଉଥାଏ ଅନବରତ । ତା ମଧ୍ୟରୁ କିଏ କେତେ କ'ଣ ସୃଷ୍ଟି କରି ପାରିଛନ୍ତି ସେ ବିଷୟରେ ଆଲୋଚନା ହୁଏ ବେଳେ ବେଳେ । ହେଲେ ସେ ସ୍ରଷ୍ଟାମାନଙ୍କ ମଧ୍ୟରୁ କାହାରିକୁ ବି କିଏ କେବେ ଦ୍ବିତୀୟ ଈଶ୍ବର କହିଛନ୍ତି ! ମାତ୍ର ସାରସ୍ବତ ସାହିତ୍ୟ ସାଧକ ମାନଙ୍କୁ ଦ୍ବିତୀୟ ଈଶ୍ଵର ସଂବୋଧନ କରାଯାଇଛି ।
ଈଶ୍ଵରଙ୍କର ଶ୍ରେଷ୍ଠ ସୃଷ୍ଟି ମଣିଷକୁ ବୁଦ୍ଧି, ବିବେକ, ଜ୍ଞାନ ସମାନ ଭାବରେ ଦାନ କରିଛନ୍ତି ଈଶ୍ବର । ହେଲେ ସମସ୍ତେ ସାରସ୍ବତ ସାଧକ ହୋଇ ପାରନ୍ତିନି । କାରଣ ଈଶ୍ଵରଙ୍କ ଅନିଚ୍ଛା ରେ ଗଛର ପତ୍ର ବି ହଲେନି ।
ଦର୍ପଣ ସତ କହିଲା ପରି ସାରସ୍ବତ ସାଧକଟି ସମାଜର ସତ୍ୟକୁ ଉପସ୍ଥାପନ କରେ ତା’ର ଲେଖନୀ ମୁନରେ । ଯାହାର ସାଧନ ଯେତେ ନିଷ୍ଠା ତାହାର ଉପସ୍ଥାପନ ସେତେ ସରସ ସୁନ୍ଦର ହୋଇ ପାରି ଥାଏ ।
ଗଞ୍ଜାମ ମାଟିରେ ମା' ସରସ୍ଵତୀଙ୍କର ଅସୀମ ଆଶିଷ ବୁଣି ହୋଇଥିବାର ନିଦର୍ଶନ ଯଥେଷ୍ଟ ଅଛି । ଓଡିଆ ଭାଷା ଓ ଓଡିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଏଇ ମାଟିର ଅବଦାନ ଅତୁଳନୀୟ କହିଲେ ଅତି ରଞ୍ଜିତ ହେବ ନାହିଁ । ଏହି ଶୁଦ୍ଧ ମାଟିରେ କେବେ କିଏ ନା କିଏ ସାରସ୍ବତ ସାଧକ ଆବିର୍ଭାବ ହୋଇଛନ୍ତି । ଅଧୁନା ନିର୍ଜରା କବି ଶ୍ରୀ ବୃନ୍ଦାବନ ବାଜତ୍ୟାଙ୍କ ଭଳି ଅନେକ ସାରସ୍ବତ ସାଧକ ଆବିର୍ଭାବ ହୁଅନ୍ତି । ଯାହାରି ଫଳରେ ଏ ମାଟିର ସାହିତ୍ୟ ସୁମନର ମହକ ସମୃଦ୍ଧି ହୋଇ ପାରିଛି ।
ସାଂପ୍ରତିକ ତିଷ୍ଠି ଥିବା ସାରସ୍ବତ ସାଧକ ମାନଙ୍କ ଠାରୁ ବୃନ୍ଦାବନ ବାଡତ୍ୟା ଅନେକ ପଛରେ ଅଛନ୍ତି । ଶିକ୍ଷା, ଦୀକ୍ଷା, ଧନ, ଜନାଦିରେ ।
ବୃନ୍ଦାବନ ବାଡ଼ତ୍ଯା ସ୍ବଳ୍ପ ପାଠୁଆଟି ହେଲେ କ'ଣ ହେଲା ତାଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ସାହିତ୍ୟ ଉଚ୍ଚ ଶିକ୍ଷିତ ମାନଙ୍କୁ ବି ମୁକ୍ତ କରେ । ବସ୍ତୁବାଦୀ ସମାଜ ବାସ୍ତବତାକୁ ପିଠି କରି ଅବାସ୍ତବ ଆଡକୁ ଦୌଡ଼ୁଥିବାର ଦେଖି ବାସ୍ତବତା ଆଡକୁ ଆଣିବା ପାଇଁ ଶ୍ରୀ ବାଡତ୍ୟା ତାଙ୍କର ସ୍ବରଚିତ କଲ୍ୟାଣ କବଚ ପୁସ୍ତିକାରେ ସମାଜ ରୂପକ ଅର୍ଜୁନଙ୍କୁ କହନ୍ତି
କେବଳ ମୋର ମାୟା ଜାଲରେ ଛନ୍ଦି ହୋଇ,କହୁଛୁ ମୋର ମୋର କିଏ କାହାର ନାହିଁ ।
କରିଲେ ସ୍ଵ କର୍ତ୍ତବ୍ୟ ଅନାସକ୍ତ ଚିତ୍ତରେ,
କର୍ମ ସିଦ୍ଧି ହୁଅଇ ସବୁ ଶାସ୍ତ୍ର ମତରେ ।
କେବଳ ଆତ୍ମଜ୍ଞାନ ଲଭିଲେ ମୁକ୍ତି ପଥ,
କୁସୁମିତ ହୋଇବ ହେ ବୀର ବର ପାର୍ଥ ।
(କଲ୍ୟାଣ କବଚ- ୩୨/୧୭/୨୪/ ପୃଷ୍ଠା )
କବିମାନେ ଦରଦୀ ମଣିଷ ହୋଇଥିବାରୁ ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ ବୋଲି କହୁ କହୁ ଅନ୍ୟର ଦୁଃଖ ଦେଖିଲେ ନିଜେ ଲୁହରେ ଓଦା ହୁଅନ୍ତି । ପୁଣି କିଏ କାହାକୁ କେତେ ଭଲ ପାଆନ୍ତି ସେ କଥା ଜାଣିହୁଏ କବିଙ୍କ ଭାଷାରେ ।
ଛଳନା ନ ଥାଇ ଲୁହ ଭିଜା ଓଠେଯେବେ ହସ ଫୁଲ ଫୁଟେ
ମନ ପ୍ରାଣ ଦେଇ ଭଲ ପାଇବାର
ସୂଚନା ସେଇଠୁ ଆସେ ।
( ସଦ୍ୟ ସୁମନ- ପୂ. :୨୫ )
କାହାର କୃତ୍ରିମ ମିଠା କଥାରେ ଫସିଗଲା ପରେ ନିଜର ସରଳ ପଣିଆ ଯୋଗୁଁ ସର୍ବସ୍ବ ହରାଇଲା ପରେ ଅକୁହା ଅଦେଖା ବେଦନା ମାନଙ୍କୁ ହଜମ କରୁ କରୁ ପାଖ ମଣିଷର ଅମଣିଷ ପଣିଆର କଟୁକ୍ତି ସହ ଜୀବନରେ ମାରି ଦେବା ପାଇଁ ଧମକ ଦେବାର ଶୁଣି ସର୍ବସ୍ବାନ୍ତ ହୋଇଥିବା ମଣିଷଟି ନିର୍ଭୀକ ଭାବେ କହେ,
ମୁଁ ତ ସେହି ଦିନୁ ମରି ଯାଇଛିଯେଉଁ ଦିନ ତମକୁ ବିଶ୍ଵାସ କରି
ତମର ଅଶ୍ଳିଳ ଆଚରଣକୁ
ପ୍ରତିବାଦ ନ କରି ସମର୍ଥନ କରିଥିଲି ।
(ବାସ୍ତବ ବାଉଁ- ୩୮ ପୃଷ୍ଠା)
ସର୍ବୋପରି ମୁଁ ଏତିକି କହିବି ଯେ ବୃନ୍ଦାବନ ବାଡତ୍ୟାଙ୍କ ସାହିତ୍ୟ ସାଧନା ଉତ୍ତରୋତ୍ତର ଉନ୍ନତି ହେଉ ସେ ନିରୋଗ ରହନ୍ତୁ ।
ଅବସର ପ୍ରାପ୍ତ ଶିକ୍ଷକ,
କରାଖଣ୍ଡି, ଗଂଜାମ
ବିଭୁଦତ୍ତ ଯଶ
ଶ୍ରୀ ସୁଶାନ୍ତ କୁମାର ପଣ୍ଡା ( ଡେଙ୍ଗାଡି )
ପରମେଶ୍ଵରଙ୍କ କୃପା ହେଲେ ହିଁ ଜୀବ ଜନ୍ମ ଗ୍ରହଣ କରନ୍ତି ସଂସାରରେ । ମହାଜୀବ ମଣିଷ ଜାଣିଥାଏ ଯେ ଦିନେ ଏହି ସଂସାରକୁ ଛାଡି ଯିବାକୁ ହେବ । ହେଲେ କେଉଁଠିକୁ ଯିବ ସେ କଥା ଯିବା ଯାତ୍ରୀଟି ହିଁ ଜାଣିଥାଏ । ମାତ୍ର ସମାଜର ହିତ ସାଧନରେ ରତ ରହୁଥିବା ମଣିଷର ମର ଶରୀର ମାଟିରେ ମଶିଲା ପରେ ବି ସେ ତିଷ୍ଠିଥାଏ ଜନମାନସରେ ।
ଏହି ପରିପ୍ରେକ୍ଷୀରେ ମୁଁ କହିବି ଉକ୍ତ ଭକ୍ତଟିକୁ ବଳିଷ୍ଠ କରିବା ପାଇଁ ବୃନ୍ଦାବନ ବାଡତ୍ୟା ଯଥେଷ୍ଟ । କାରଣ ଶିକ୍ଷାଗତ ଯୋଗ୍ୟତା କମ୍ ହୋଇଥିଲେ ମଧ୍ୟ ସମାଜ ହିତରେ ସୃଷ୍ଟି କରିଛନ୍ତି ଏକାଧିକ ଅନବଦ୍ୟ କୃତି । ସ୍ବରଚିତ ସାହିତ୍ୟର କଳେବର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅହରହ ପ୍ରୟାସ ରତ ରହନ୍ତି ।
ବାସ୍ତବରେ ଶ୍ରୀ ବାଡତ୍ଯାଙ୍କ ଭଳି ପ୍ରତିଭାଧର ବିରଳ । ମୋ ମତରେ ତାଙ୍କର ଉଦ୍ଦେଶ୍ୟ ସତରେ ଉଚ୍ଚ ପ୍ରଶଂସନୀୟ । ସାହିତ୍ୟ କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ସାହିତ୍ୟ ଅନୁଷ୍ଠାନମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ସବୁର ଶ୍ରେୟକୁ ସମର୍ପି ଦିଅନ୍ତି ତାଙ୍କର ପ୍ରଶଂସକ ମାନଙ୍କୁ ।
ତାଙ୍କର ବ୍ୟକ୍ତିଗତ ବିଷୟରେ ଆଲୋଚନା କଲେ ଜାଣି ହୁଏ ଯେ ଗରିବ ପଣିଆର ବ୍ୟଥାକୁ ସହିବା ତାଙ୍କର ଦେହସୁଆ ହୋଇଥିବାରୁ ସେ ସଦା ସର୍ବଦା ସନ୍ତୋଷ ରହନ୍ତି । କାରଣ ଯାହାର ବେଦନା ସହିବା ଶକ୍ତି ଥାଏ ସେ କେବେ ସୁଖକୁ ସାଲିସ୍ କରେନି ।
ସେ ଯାହା ହେଉ ପରିଶେଷରେ ମୁଁ ଏକଥା କହିପାରେ ଯେ ଏହି ପ୍ରତିଭା ମଲ୍ଲୀର ମହକ ଦିଗନ୍ତ ବ୍ୟାପି ହେଉ । ଉପଯୁକ୍ତ ପ୍ରୋତ୍ସାହନ ପାଇଲେ ଆର୍ଥିକ ସମସ୍ୟାର ସମାଧାନ ହୋଇ ପାରନ୍ତା । ତେଣିକି ତାଙ୍କର ଭାଗ୍ୟ ଜଗନ୍ନାଥଙ୍କର ଇଛା ଯାହା ତାହା ହିଁ ହେବ ।
ଇତି
ଅଧ୍ୟାପକ (ଇତିହାସ ବିଭାଗ)
ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡା
ଦରିଦ୍ର- ପଙ୍କର ପଦ୍ମ
ଶ୍ରୀ ବିଭୁ ପ୍ରସାଦ ସାହୁ
କଙ୍କୋରଡା ଗ୍ରାମ ନିବାସୀ କବି ଶ୍ରୀ ବୃନ୍ଦାବନ ବାଡତ୍ୟା ୬.୯.୧୯୫୯ ମସିହାରେ ପିତା ୰ ବୁଧିରାମ ବାଡତ୍ୟାଙ୍କ ଔରସରୁ ମାତା ଶ୍ରୀମତୀ କୁନ୍ତଳା ବାଡତ୍ୟା ଙ୍କ ଗର୍ଭରୁ ଏକ ଶୁଭକ୍ଷଣରେ ଭୂମିଷ୍ଠ । ସେହି ଅମ୍ଳାନ ପ୍ରତିଭାଧାରୀଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ କିଛି କଥା କିଛି ବ୍ୟଥା ସାଙ୍ଗରେ....
ଶୁଣିଛି ବାପା ଜେଜେଙ୍କ ସମୟରେ ଏକାଧିକ ପ୍ରତିଭା ପଦ୍ମର ମହକରେ ମହକୁଥିଲା ଆମ ଅଞ୍ଚଳ । କିନ୍ତୁ କୌଣସି ପ୍ରତିଭାଧାରୀଙ୍କୁ ଦେଖି ପାରି ନାହିଁ ବୟସର କନିଷ୍ଠତା ହେତୁ ।
ସାବାଳକ ହେଲା ପରେ ଅବଗତ ହେଲି ଯେ ଏହି ଅଞ୍ଚଳର ମାଟିର ମାହାତ୍ମ୍ୟ ଏତେ ଯେ ଏଠାରେ ନୂତନ ପ୍ରତିଭାଧାରୀ ସୃଷ୍ଟି ହେବା ସ୍ଵାଭାବିକ । ଅଧୁନା ମୋ ଗାଆଁରେ ଏମିତି ଏକ ପ୍ରତିଭାଧାରୀଙ୍କ ସାକ୍ଷାତ ଲଭିଲି ଯିଏ କି ଦୁଃଖର ଚାବୁକ ପ୍ରହାରରେ କ୍ଷତାକ୍ତ ହୋଇଥିଲେ ମଧ୍ୟ କ୍ଷତରୁ ଆନନ୍ଦ ସାଉଁଟି ଜୀବନ ଜିଇଁଛନ୍ତି । ଦିନକର କଥା ସେ ତାଙ୍କ ପ୍ରତିଭା ବିଷୟରେ କିଛି ବୁଦ୍ଧିଜୀବିଙ୍କୁ କହୁଥିଲେ ଆମ ଘର ସାମ୍ନାରେ ଯାହା ମୁଁ ଶୁଣି ଚକିତ ହୋଇଥିଲି ସେ ଦିନ । ଆଜି ତାଙ୍କ ରଚିତ ପୁସ୍ତକ ପଢିଲା ପରେ ସେ ମହାମାନ୍ୟଙ୍କୁ ଆଶିଷ ମାଗିବାକୁ ଇଛା କରେ ।
ପଙ୍କରୁ ପଙ୍କଜର ସୃଷ୍ଟି, ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଦରିଦ୍ର ପଙ୍କରୁ ସୃଷ୍ଟି ହୋଇଥିବା ପ୍ରତିଭା ପଦ୍ମକୁ ଜାଣୁଥିବା ଲୋକଙ୍କ ସଂଖ୍ୟା କମ୍ କାହିଁକି ନା କଥିତ ଅଛି ।
ଗୁଣ ଚିହ୍ନେ ଗୁଣିଆ ।"ବିଦ୍ବତଞ୍ଚ ନୃପତ୍ଵଞ୍ଚ ନୈବତୁଲ୍ୟ କଦାଚନ,
ସ୍ଵଦେଶେ ପୂଜ୍ୟତେ ରାଜା ବିଦ୍ବାନ ସର୍ବତ୍ର ପୂଜ୍ୟତେ ।"
ଚାଣକ୍ୟ ଏହି ନୀତି ଅନୁସାରେ କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ ପରି ପ୍ରତିଭାଧାରୀ ମାନେ ପୂଜ୍ୟସ୍ପଦ ହେଲେ ବି, ଯାହାର ପ୍ରତିପତ୍ତି ନାହିଁ, ସେମାନେ ଆଦରଣୀୟ ହୋଇ ପାରନ୍ତିନି ।
ମୋ ବିଚାରରେ କବି ଶ୍ରୀ ବୃନ୍ଦାବନ ବାଡତ୍ଯା ହୁଅନ୍ତୁ ବା ଯେ କୌଣସି ଅସାଧାରଣ ପ୍ରତିଭାଧାରୀ ହୁଅନ୍ତୁ, ସେମାନଙ୍କର ଅଲିଭା ସ୍ଵାକ୍ଷର କାଳ କପାଳରେ ତିଳକ ପରି ଝଟକୁ ଥିବ ।
ଯାହାଙ୍କର ଯଶ ଧରା ବୁକୁରେମହକୁଛି ଚିର ସୁଗନ୍ଧତାରେ ।
ଏପରି ବ୍ୟକ୍ତିତ୍ବ ଯାହାର ଥାଏ
ମାନବ ସମାଜେ ସେ ପୂଜ୍ୟ ହୁଏ ।
ମର ସଂସାରକୁ ଛାଡିଲା ପରେ
ଚିର ଅମର ସେ ମର ସଂସାରେ । (ସଦ୍ୟ ସୁମନ- ପୃଷ୍ଠା- ୪୪)
ଏହି ପରିପ୍ରେକ୍ଷୀରେ ପ୍ରତିଭା ଦୀପ୍ତ କବି ଶ୍ରୀ ବୃନ୍ଦାବନ ବାଡତ୍ୟା ଆଜି ସିନା ଅନାଦରଣୀୟ ଆଗାମୀ ଦିନରେ ତାଙ୍କ ସ୍ମୃତି ସାଉଁଟିବାକୁ ଆଗ୍ରହୀ ହେବ ସମାଜ ।
ଇଂଜିନିୟର ଛାତ୍ର- B.I.E.T ମହୁଡ଼ା, ବ୍ରହ୍ମପୁର
ସ୍ଥାୟୀ ଠିକଣା- ଭଙ୍ଗଣୀ ସାହି, କଙ୍କୋରଡା
୭୬୧୧୪୪, ଗଂଜାମ
ବିସ୍ମିତ ଜୀବନ
ଶ୍ରୀ ଜଗନ୍ନାଥ ସାହୁ
କଙ୍କୋରଡା ଗ୍ରାମ ନିବାସୀ କବି ଶ୍ରୀ ବୃନ୍ଦାବନ ବାଡତ୍ୟା, କ୍ଷୁଧାର ଯନ୍ତ୍ରଣା ସହ୍ୟ କରିପାରନ୍ତି, ଜୀବନର ସମସ୍ତ ଜଞାଳ ରୂପକ ସହରକୁ ପାନ କରିବାର, ପ୍ରମାଣ ଆବଶ୍ୟକ ନାହିଁ ମୋ ପାଇଁ । ସେ ଜଣେ ସ୍ପଷ୍ଟବାଦୀ, ସ୍ଵାଭିମାନୀ, ନିର୍ଭୀକ, ନିରଳସ, ମଣିଷ ଟିଏ । ଏମିତି କୌଣସି ବେଦନା ନାହିଁ ଯେଉଁ ବେଦନାକୁ ସେ ସହ୍ୟ କରିପାରୁଥିବା ଜୀବନର ଆନନ୍ଦକୁ ପ୍ରକୃତ ଆନନ୍ଦ କୁହାଯାଇପାରିବ ।
ତାଙ୍କର ଜୀବନ ଠାରୁ ଅଧିକ ବିସ୍ମୟକର ତାଙ୍କର ପ୍ରତିଭା । ସେ ଉଚ୍ଚ ଶିକ୍ଷିତ ନୁହଁନ୍ତି ସତ ମାତ୍ର ତାଙ୍କର ରଚନା ପଢିଲା ପରେ ଉଚ୍ଚ ଶିକ୍ଷିତ ମାନେ ପ୍ରଶଂସାରେ ପୋତୁ ଥାଆନ୍ତି ଶ୍ରୀ ବାଡତ୍ୟାଙ୍କୁ । କେଉଁ ପୂଣ୍ୟ ବଳରେ ହେଉ ବା କେଉଁ ଜନ୍ମର ସଂସ୍କାର ବଳରେ ହେଉ । ସେ ଆଧ୍ୟାତ୍ମିକ ବିଷୟକୁ ସହଜରେ ଗ୍ରହଣ କରି ପାରନ୍ତି । ତେଣୁ ସେ କର୍ତ୍ତବ୍ୟ କର୍ମରୁ ନ ଓହରିବା ପାଇଁ ଦୃଢତାର ସହ ଗୁରୁତ୍ବ ଦେଇ କହନ୍ତି କର୍ମ ହିଁ ଜୀବନ, କର୍ମ ହିଁ ଧର୍ମ ତାଙ୍କର ସ୍ଵରଚିତ‘ କଲ୍ୟାଣ କବଚ 'ପୁସ୍ତକରେ ଉଲ୍ଲିଖିତ
କର୍ମ ମୟ ଜୀବନ କର୍ମ ନ କରି କ୍ଷଣେକେଉଁଠି କେ ନ ଥିବ କର୍ମ ନ କରି ଜଣେ ।
କର୍ମ ଯୋଗୀ ହେବାକୁ ପ୍ରୟାସ କରୁଥିବୁ ।
କର୍ମ ଯୋଗୀ ହୋଇ ଲେ ଚିର ସୁଖ ଲଭିବୁ ।
କର୍ମ ଫଳକୁ ବିଭୁ ପାଦେ ସମର୍ପି ଦେବୁ ।
କୌଣସି ପ୍ରଲୋଭନେ କେବେ ବୁଡି ନଯିବୁ ।
(କଲ୍ୟାଣ କବଚ- ୧୬ ପୃଷ୍ଠା)
ଭାରତୀୟ ମହା ମୁନିସି ମାନେ ମୁକ୍ତ କଣ୍ଠେ କହି ଯାଇଛନ୍ତି ଆଧ୍ୟାତ୍ମିକକାରତାକୁ ବିଚାରଧାରାକୁ ବଳିଷ୍ଠ କରିପାରିବ ।ସତ୍ ସଙ୍ଗ ଅଧୁନା ଶ୍ରୀ ବାଡତ୍ୟା କହନ୍ତି ଯାହା ଭଗବାନ ଅର୍ଜୁନଙ୍କୁ କହିଥିଲେ
କରୁଥା ସତ୍ ସଙ୍ଗ ଅନାସକ୍ତ ଚିତ୍ତରେକାଳେ ଅବିକାରୀଙ୍କ ସାକ୍ଷାତ ହୋଇପାରେ ।
କୋଟିଏ ଜନ୍ମ ପାପ ଅକ୍ଲେଶରେ ସମାପ୍ତ ।
କରାଇଦିଏ ସତ୍- ସଙ୍ଗ ଏକଥା ସତ୍ୟ ।
କୃତିବାସ ଆଳୟେ ନିଶି ଜାଗର ରହି
କନକ ଚମ୍ପା ଲକ୍ଷେ ହର ଶିରେ ଚଢ଼ାଇ
କଲେ ଅନେକ ବ୍ରତ ଯେଉଁ ଫଳ ମିଳଇ
କିଞ୍ଚିତ ସତ୍ ସଙ୍ଗ ସେ ଫଳ ଦେଇଥାଇ । ( କଲ୍ୟାଣ କବବ- ୨୦ ପୃଷ୍ଠା )
ଏହି ଭଳି ପଂକ୍ତି ଗୁଡିକ ଆତ୍ମ କଲ୍ୟାଣର ନିଦର୍ଶନ
ଭବ ସିନ୍ଧୁ ପାର ହେବା ପାଇଁ ଶ୍ରୀ ବାଡତ୍ୟାଙ୍କ ସ୍ୱରଚିତ କଲ୍ୟାଣ କବଚ ' ପୁସ୍ତିକାଟି ନୌକା ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଲ୍ଲେଖିତ ଉକ୍ତିର ବିଷୟକୁ ମାପିବା ସମୟ ସାପେକ୍ଷ ତେଣୁ ଶ୍ରୀ ବାଡତ୍ୟା ଯଶସ୍ୱୀ ହୁଅନ୍ତୁ ବୋଲି କାମନା କରି ରହୁଛି ।
ସଂସ୍କୃତ ଶିକ୍ଷକ
ଶ୍ୟାମଳାଇ ନୋଡାଲ ଉଚ୍ଚ ବିଦ୍ୟାଳୟ
ପୋଡଙ୍ଗି, ଗଞ୍ଜାମ
ଅମ୍ଳାନ ପ୍ରତିଭା
ଶ୍ରୀ ହୃଷିକେଶ ରଥ
ମୋ ଗାଆଁର ଶ୍ରୀ ବୃନ୍ଦାବନ ବାଡତ୍ଯା, ନିବୀନ ନୁହେଁ ପ୍ରବିଣ କବି, ସେ ନଅଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତା ମଧ୍ୟରୁ ଦୁଇଟି କବିତା ସଂକଳନ 'ସଦ୍ୟ ସୁମନ' ଓ 'ବାସ୍ତବ ବାର୍ତ୍ତା' ଅଧ୍ୟୟନ କଲି । କବିଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଥିଲେ ମଧ୍ୟ ସାରସ୍ବତ ସାଧନା କ୍ଷେତ୍ରରେ କଳ୍ପନା ଅପେକ୍ଷା ସମାଜର ବାସ୍ତବ ଚିତ୍ର ବର୍ଣ୍ଣନା କରିବାରେ ସେ ସିଦ୍ଧହସ୍ତ ।
ତଥାପି କବି କହନ୍ତି- କବିତା ଗଢା ଯାଏନିଆପେ ଗଢ଼ି ହୁଏ
କବି ନିମିତ୍ତ ମାତ୍ର
ଉପରୋକ୍ତ କବିତା ପଂକ୍ତିକୁ ବଳିଷ୍ଠ କରିବା ପାଇଁ ପୁଣି କହନ୍ତି -
- ଯେଉଁ କବିତା ଆପେ ଗଢ଼ିହୁଏ
ସେ ଚିରଞ୍ଜିବୀ ହୋଇଥାଏ
ହାତ ଗଢା କବିତା
ଅଚିରେ ହଜିଯାଏ- ବାସ୍ତବ ବାର୍ତ୍ତା- ପୃଷ୍ଠା- ୧୦
କବି ତାଙ୍କ କବିତା ମାଧ୍ୟମରେ ମନୁଷ୍ୟ ପାଖରେ ଥିବା ମନ୍ଦ ଗୁଣକୁ କିପରି ଜାଣି ପାରିବା ଓ ତାହା ଦୂର କରିବାର ମାଧ୍ୟମ ମଧ୍ୟ ବର୍ଣ୍ଣନା କରିଛନ୍ତି । 'ଧନ୍ୟ ସେ ଲେଖନୀ’ ଯେଉଁ ଲେଖନୀରୁ ନିର୍ଗତ କବିତା ସାମାଜିକ ମୂଲ୍ୟ ବୋଧର ବାର୍ତ୍ତା ବହନ କରୁଛି ।
ମଦର ପରିଭାଷା ଅନେକ ହେଲେ ବି, ଯାହା ପାନ କଲେ ମତୁଆଲା କରେ ଏବଂ ତାର ମାତ୍ରା ଅଧିକ ହେଲେ ବେହୋସ୍ କରେ ତାକୁ ମଦ କୁହାଯାଏ ସାଧାରଣରେ । ମାତ୍ର କବି ଭିନ୍ନ ମଦ କଥା କହିଛନ୍ତି ଯାହା ପିଇବାକୁ ପଡୁନି ।
'ମାନହାନି କରେ ଅହଂ ମଦ ନିଶାଆବଶ୍ୟକ ଠାରୁ ବଳିଲେ
ଧନ ମଦ ସଙ୍ଗେ ଜନ ମଦ ନିଶା
ମାନବିକତାକୁ ଗିଳେ । " ସଦ୍ୟ ସୁମନ- ପୃଷ୍ଠା- ୩୦
ଖଦ୍ୟୋତ କ୍ଷୁଦ୍ର ହେଲେ ମଧ୍ୟ ବିଶାଳ ଅନ୍ଧାରକୁ ଚିରିବାକୁ ସମର୍ଥ ଠିକ । ସେହିପରି ଅଜ୍ଞାନ ଅଦାରର ବୁକୁ ଚିରିବାକୁ ଶ୍ରୀ ବାଡତ୍ଯାଙ୍କ ରଚିତ ବାସ୍ତବ ବାର୍ତ୍ତା ଯଥେଷ୍ଟ ।
ଏହି ପରିପ୍ରେକ୍ଷୀରେ ଶ୍ରୀ ବାଡତ୍ୟାଙ୍କର ସାହିତ୍ୟ ସାଧନା ଶୁଭମୟ ହେଉ ବୋଲି କାମନା କରି ରହୁଛି ।
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ରଙ୍ଗଣି ସାହି, କଙ୍କୋରଡା- ୭୬୧ ୧୪୪-ଗଂଜାମ
ନିଃର୍ଜରା କବି ବୃନ୍ଦାବନ
ଡାକ୍ତର ଚନ୍ଦ୍ରମଣୀ ସ୍ବାଇଁ
ବରିଷ୍କ ଚିକିତ୍ସକ ଓ ସାହିତ୍ୟନିଃର୍ଜରା କବି ବୃନ୍ଦାବନ ବାଡତ୍ୟାଙ୍କ ଦ୍ବାରା ରଚିତ ଚଉପଦୀ, ଚଉତିଶା, ଶିଶୁ ସାହିତ୍ୟ ଓ କବିତା, ପଲ୍ଲୀ କୁସୁମର ବିକଶିତ ସୁଗନ୍ଦସମ ପଲ୍ଲୀ ଜୀବନର ସରହଦକୁ ଡେଇଁ ସହରୀ ସଭ୍ୟତାରେ ଆଲୋଡନ ସୃଷ୍ଟି କରି ପାରିଛି । ତାଙ୍କ ସାହିତ୍ୟ କୃତିର ସମାରୋହ ଅତ୍ୟନ୍ତ ସହଜ, ସରଳ ଓ ସାବଲୀଳ । ସେ ସବୁ ନୀତିଶିକ୍ଷା ସମ୍ମିଳିତ ଏବଂ ପାଠକ ବିଶେଷ କରି ଶିଶୁପାଠକ ମାନଙ୍କ ଦ୍ଵାରା ବିଶେଷ ଭାବରେ ଆଦୃତ । କୃଷକ ଭାବେ କୃଷିକ୍ଷେତ୍ରରେ ବା ଶ୍ରମିକ ଭାବେ ଧାନ କଳରେ କାମ କରୁଥିବା ଅପାଠୁଆ ମଣିଷଟି ଭବିଷ୍ୟତରେ ବି ଏହିପରି ଜଣେ ସାବଲୀଳ କବିଟିଏ ହୋଇପାରେ ଏହା ଅବିଶ୍ଵାସ ହେଲେ ବି ସତ୍ୟ ଏବଂ କବି ବୃନ୍ଦାବନ ବାଡତ୍ୟା ଏହାର ଜ୍ଵଳନ୍ତ ଉଦାହରଣ ।
ଗଞ୍ଜାମ ଜିଲ୍ଲା, ସାନଖେମୁଣ୍ଡିର ନିପଟ ପଲ୍ଲୀ କଙ୍କୋରଡାରେ ଜନ୍ମ ଗ୍ରହଣ କରିଥିଲେ ବୃନ୍ଦାବନ ଏବଂ ବାଲ୍ୟରୁ ହିଁ ଅଭାବୀ ପରିବାରରେ ବର୍ଦ୍ଧିତ ହୋଇ ଥିଲେ । ଗାଆଁ ସ୍କୁଲରେ ମାତ୍ର ଦୁଇବର୍ଷ ‘କମଚ’ ପଢିବା ପରେ ପାଠରେ ଡୋରୀ ବାନ୍ଧି କୃଷି କ୍ଷେତ୍ରରେ ପ୍ରବେଶ କରିଥିଲେ, ନିଜର ଓ ନିଜ ପରିବାରର ପେଟକୁ ଆହାର ଯୋଗାଇ ଦେବା ପାଇଁ । ପରେ ପରେ ଧାନକଳ ଚାଳନର କିଛି କୌଶଳ ଆୟତ କରି, ତା'ର ଯନ୍ତ୍ରପାତି ସଜାଡିବା ଏବଂ ଧାନ, ଚାଉଳ, ପେଢ଼ିବା କାମରେ ନିଜକୁ ନିୟୋଜିତ କଲେ ଏବଂ ବିବାହ କରି ଦୁଃଖ କଷ୍ଟରେ ଜୀବନ ଅତିବାହିତ କଲେ । ସଂସାରିକ ଜୀବନ ଭିତରେ ବ୍ୟସ୍ତ ଥାଇବି ଆଧ୍ୟାତ୍ମିକ ଜଗତ ପ୍ରତି ଆକର୍ଷିତ ହୋଇ ଗୀତା, ଭାଗବତ, ଚର୍ଚ୍ଚାରେ ମନୋନିବେଶ କଲେ ଏବଂ ଦଶଖଣ୍ଡ ଚଉତିଶା, ଚଉପଦୀ ରଚନା କରିଥିଲେ । ପରେ ପରେ ସହରୀ ସଭ୍ୟତା ସହ ପରିଚିତ ହୋଇ ସହଜ, ସରଳ ଓ ସାବଲୀଳ କବିତା ମାନ ରଚନାରେ ମନ ଦେଲେ । ଶିଶୁଗପ, ଶିଶୁ କବିତା, ଆଧ୍ୟାତ୍ମିକ ଓ ଆଧୁନିକ କବିତା ମାନ ରଚନା କରି ସେ କବି ଭାବରେ ସର୍ବତ୍ର ପରିଚିତ ହେଲେ । 'ଉଚିତ ଶିକ୍ଷା','ଅକ୍ଷର ଖେଳ','ସଦ୍ୟ ସୁମନ','ବାସ୍ତବ ବାର୍ତ୍ତା' ଇତ୍ୟାଦି କବିତା ସଂକଳନ ତାଙ୍କ ଲେଖନୀରୁ ନିସୃତ । ଏତଦ୍ ବ୍ୟତୀତ ବିଭିନ୍ନ ସାହିତ୍ୟ ଆସର ମାନଙ୍କରେ କବିତା ସବୁ ପାଠ କରି ସେ ସାହିତ୍ୟ ଜଗତରେ ସୁପରିଚିତ, ତାଙ୍କ ଲେଖା ଗୁଡିକ ବହୁ ଜନାଦୃତ ।
ବହୁ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନର ସମ୍ବନ୍ଧନା ଓ ମାନପତ୍ର ପାଇବା ସହ ନବୀନ ସାହିତ୍ୟ ପ୍ରତିଷ୍ଠାନର ବିଷୁବ ମିଳନ ଉତ୍ସବରେ ସେ 'ନିଃର୍ଜରା କବି' ଉପାଧିରେ ବିଭୂଷିତ ହୋଇଛନ୍ତି । ତାଙ୍କ ଲେଖା ମାନଙ୍କୁ ଦେଖିଲେ ବିଶ୍ବାସ ହୁଏନି ଯେ, ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗାଁ ଚାଟଶାଳୀରେ ମାତ୍ର ଦ୍ବିତୀୟ ଶ୍ରେଣୀ, ଶବ୍ଦ ଓ ଅକ୍ଷର ସହ ଖେଳ ଖେଳି ସାହିତ୍ୟ ରଚନା କରୁଥିବା ବାବୁ ବୃନ୍ଦାବନ ସେଇ ଶବ୍ଦ ଓ ଅକ୍ଷରର ସମ୍ମିଶ୍ରଣରେ ଅନେକ ଗପ, କବିତା ରଚନା କରି ବିଜ୍ଞ କବି ଓ ସାହିତ୍ୟିକ ମାନଙ୍କ ଦ୍ଵାରା ଆଦୃତ ହୋଇ ପାରିଛନ୍ତି । ତାଙ୍କ ଶିଶୁ ଲେଖା ଓ ଅକ୍ଷର ଖେଳ ଶିଶୁମାନଙ୍କ ପାଇଁ ଉପାଦେୟ ପୁସ୍ତକ । ପୂର୍ବରୁ ସେ ଆଶା କରିଥିଲେ ତାଙ୍କ ସାହିତ୍ୟ କେବେ ଜରାଗ୍ରସ୍ତ ନ ହେଉ । ଏବେ କେବଳ କାହିଁକି, ସେ ବୃଦ୍ଧ ହେବା ପରେ ବି ତାଙ୍କ ଲେଖନୀ ନିସୃତ ଗପ କବିତା କେବେ ବି ଜରାଗ୍ରସ୍ତ ହେବ ନାହିଁ ଏବଂ ତାଙ୍କ 'ନିଃର୍ଜରା କବି' ଉପାଧିକୁ ସାର୍ଥକ କରୁଥିବ ।
ଅଭାବୀ ସଂସାର ଭିତରେ ବି ତାଙ୍କ ଲେଖନୀ କାଳଜୟୀ ଓ ଚଳ ଚଞ୍ଚଳ ରହିଥାଉ । ଅନେକ ଶିଶୁ ଗପ ଓ କବିତା ସେଇ ଲେଖନୀରୁ ଝରିପଡୁ କାଗଜ ପୃଷ୍ଠାରେ ।
ଡା. ଚନ୍ଦ୍ରମଣି ସ୍ବାଇଁ
ବରିଷ୍କ ଚିକିତ୍ସକ ଓ ସାହିତ୍ୟିକ
କବି ବୃନ୍ଦାବନ ବାଡତ୍ୟାକୁ ମୁଁ ଯେତିକି ଜାଣେ
ଶ୍ରୀମତୀ ଜ୍ୟୋସ୍ନାରାଣୀ ସ୍ବାଇଁ
ରଘୁନାଥ ମନ୍ଦିର ସାହି
ଗେଟ୍ ବଜାର, ବ୍ରହ୍ମପୁର- ୧, ଗଂଜାମ
କବି ବୃନ୍ଦାବନ ବାଡତ୍ଯା କବି ଭାବରେ ମୋ ପାଇଁ ଏକ ପରିଚିତ । ପ୍ରଥମତଃ ସେ ଆମ ଗ୍ରାମର ବାସିନ୍ଦା । ଆଗରୁ ଥରେ ଅଧେ ଦେଖି ଥିଲି କି ନାହିଁ ମନେ ପଡୁନି କିନ୍ତୁ ଏଇ ଗଲା ପଞ୍ଚ ସାତ ବର୍ଷ ଭିତରେ ବ୍ରହ୍ମପୁର ଓ ଆଖପାଖରେ ଆୟୋଜିତ ସାହିତ୍ୟ ଆସର ମାନଙ୍କରେ ତାଙ୍କ ସହ ଅନେକ ଥର ଦେଖା ହୋଇଛି । ଆସରରେ ଅନେକ ସହଜ , ସରଳ , କବିତା ସେ ପାଠ କରିଛନ୍ତି । ତା ' ପରେ ଘରକୁ ମୋ ସ୍ବାମୀଙ୍କ ସହ ଦେଖା କରିବାକୁ ସେ ଅନେକ ଥର ଆସିଛନ୍ତି ଏବଂ ତାଙ୍କ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରନ୍ତି ।
ତାଙ୍କ ରଚିତ କବିତା ଗୁଡ଼ିକ ମୁଖ୍ୟତଃ ଶିଶୁ ମନ ଲାଖି ଓ ନୈତିକ ଶିକ୍ଷା ଯୁକ୍ତ । ଉଚିତ ଶିକ୍ଷା , ସଦ୍ୟ ସୁମନ , ବାସ୍ତବ ବାର୍ତ୍ତା ଏବଂ ଅକ୍ଷର ଖେଳ ଇତ୍ୟାଦି ପ୍ରକାଶିତ ହେବା ପରେ ତାହା ସର୍ବତ୍ର ବିଜ୍ଞ ସାହିତ୍ୟିକ ତଥା ଶିଶୁ ମାନଙ୍କ ଦ୍ଵାରା ବହୁଳ ଭାବେ ଆଦୃତ ଲାଭ କରିଛି । ବିଭିନ୍ନ କୌତୁକ ପ୍ରଶ୍ନ ଜଡିତ ଅକ୍ଷର ଖେଳ ସାଧାରଣ ପାଠକ ମାନଙ୍କୁ ଆଦୃତ କରେ । ଏହା କିଛି ଅକ୍ଷର ଓ ଶବ୍ଦ ମାନଙ୍କ ସମାହାର ଯାହା ମନରେ କୌତୁକ ସୃଷ୍ଟି କରେ । ଶିଶୁ ମାନଙ୍କୁ ଏହା ନିଶ୍ଚିତ ଭଲ ଲାଗିଥିବ ।
ସେ ଯେମିତି ସରଳ ଓ ନିଷ୍କପଟ ମଣିଷ ଟିଏ ତାଙ୍କ କବିତା ଗୁଡିକ ମଧ୍ୟ ସେପରି ସହଜ ଓ ସରଳ । ଅଭାବୀ ସଂସାର ଭିତରେ ଥାଇ ସେ ଯେପରି ଶବ୍ଦମାନ ସୃଷ୍ଟି କରିଛନ୍ତି ତାଙ୍କ କବିତା ପଂକ୍ତିରେ ତାହା ବାସ୍ତବିକ ଆଶ୍ଚର୍ଯ୍ୟ ।
ଶୁଣିଥିଲି ଆଗରୁ ସେ ଆଧ୍ୟାତ୍ମିକ ସାହିତ୍ୟ ଜଗତରେ ପ୍ରବେଶ କରି କିଛି ଚଉପଦୀ ଓ ଚଉତିଶା ଲେଖିଥିଲେ । ଏ ଭିତରେ ଚାରିଖଣ୍ଡ ବହି ପ୍ରକାଶିତ ହେଲାଣି । ଏ ସବୁ ତାଙ୍କ କବିତ୍ବର ପ୍ରମାଣ ଦିଏ । ତାଙ୍କ ଲେଖନୀ ଚଳଚଞ୍ଚଳ ଥାଉ ଏବଂ ସେ ଆହୁରି ଅଧିକରୁ ଅଧିକ ଲେଖି ଚାଲନ୍ତୁ , ଏହା ହିଁ କାମନା ।
ଗୁଣ ମୁଗ୍ଧଜ୍ୟୋତ୍ସ୍ନା ରାଣୀ ସ୍ବାଇଁ
ପ୍ରଣସ୍ୟ ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ ପାଇଁ ପଦେ ..
ଶ୍ରୀ ଠିଙ୍କୁ ପ୍ରଧାନ
କୋମଳ ଓ ମହକର ପ୍ରତୀକ ଫୁଲ । ଫୁଲ ସଭିଙ୍କର ଆଦରଣୀୟ ହେତୁ ତାରି ବିଷୟରେ କାହାକୁ କିଛି ବୁଝାଇବା ଅନାବଶ୍ୟକ । ଅବଶ୍ୟ ସବୁ ଫୁଲର ମହକ ମତୁଆଲା କରି ନ ପାରେ ସଭିଙ୍କୁ । ମାତ୍ର କିଛି ଫୁଲର ମହକ ଅବଲୁପ୍ତ ମନରେ ଏମିତି ବସା ବାନ୍ଧିଥାଏ ଯେ , ତା ମଧ୍ୟରୁ କୌଣସି ଗୋଟିଏ ଫୁଲର ନାଁ ଧରୁ ଧରୁ ତା'ର ମହକ ମନକୁ ମହକାଉଥାଏ । ଠିକ୍ ସେହିପରି ଜଣେ କୃତୀକାରୀର ନାମ ଉଚ୍ଚାରଣ କରୁ କରୁ ତାଙ୍କ କୃତିର ମହକ ମନକୁ ଛୁଇଁଥାଏ ।
ମୁଁ ଏମିତି ଜଣେ କୃତୀଙ୍କ କଥା କହିବି , ସେ ହେଉଛନ୍ତି ନିଃଜରା କବି ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ୟା । ତାଙ୍କ ପ୍ରତିଭାର ମହକ ଅବିସ୍ମରଣୀୟ । ତଥାପି ତାଙ୍କ ପ୍ରତିଭା ବିଷୟରେ ସେ କେବେ , କାହାରିକୁ କହି ନାହାନ୍ତି । ଏକଦା ଏକ ଶୁଭକ୍ଷଣରେ ତାଙ୍କ ସଂସ୍ପର୍ଶରେ ଆସିଲି । ସ୍ଵଳ୍ପ ଦିନର ନିବିଡତାରେ ଯାହା ମୋ ମନରେ ଅନୁଭୂତ ହେଲା , ସେ ଜଣେ ଉଚ୍ଚକୋଟୀର ସାହିତ୍ୟ ସାଧକ । ମୋ ଜିଜ୍ଞାସାରୁ ସେ ନିଜର ସ୍ଵତନ୍ତ୍ର ପରିଚୟ ଦେଲେ ।
ତାଙ୍କ ପ୍ରତିଭା ବିଷୟରେ ସମୀକ୍ଷା କରି କିଛି ଲେଖି ପାରିଲା ପରି ଯୋଗ୍ୟତା ମୋ ଠାରେ ନ ଥାଇ ପାରେ ମାତ୍ର ତାଙ୍କର ଗୋଟିଏ ବହି ପଢିଲା ପରେ ଏତେକ ଲେଖିବାକୁ ସମର୍ଥ ହୋଇଛି । ସେ ସମ୍ପୁର୍ଣ୍ଣ ବାସ୍ତବବାଦୀ ହେତୁ ତାଙ୍କ ପଞ୍ଚମ ପୁସ୍ତକର ନାମ ' ବାସ୍ତବବାର୍ତ୍ତା ' ରଖିଛନ୍ତି । ସେ ପୁସ୍ତକର ପ୍ରତ୍ୟେକ କବିତାରୁ ବାସ୍ତବତାର ନିଦର୍ଶନ ମିଳେ । ତେଣୁ ତାଙ୍କ ସୃଷ୍ଟିରୁ ପଦେ-
" ପଥର ଦେହରେ ସିନ୍ଦୁର ଲଗାଇମାଆ ମାଆ ବୋଲି ଡାକୁଛେ
ଆ .. ବୋଲି ମାଆ ପଛରୁ ଡାକିଲେ
ବିରକ୍ତି ପ୍ରକାଶ କରୁଛେ । "
ଉକ୍ତ କବିତାଟି ଅଧ୍ୟୟନ ପରେ କିଛି କ୍ଷଣ ହେଉ ପଛେ ମୁଁ ଅବାସ୍ତବତା ଠାରୁ ମୁକ୍ତି ପାଇଥିଲି । ଏହି ପରିପ୍ରେକ୍ଷୀରେ ଶ୍ରୀ ବାଡତ୍ୟା ବାବୁଙ୍କୁ ପ୍ରଣାମ ଜଣାଇ ତାଙ୍କର ମଙ୍ଗଳ କାମନା କରି ମୋ ଲେଖନୀକୁ ବିରାମ ଦେଉଛି ।
କୁମୁଣ୍ଡେ, ସୋନପୁର
ମୋ ଦୃଷ୍ଟିରେ: କବି ବୃନ୍ଦାବନ ବାଡତ୍ୟା
ଶିଶୁ ଗୌରବ ନିରଞ୍ଜନ ତ୍ରିପାଠୀ
ସନ୍ଥ କବି ତୁଳସୀ ଦାସଙ୍କ ଭାଷାରେ:" ପୋଥି ପଢି ପଢି ଜଗମୁଆ
ପଣ୍ଡିତ ଭୟା ନ କୋୟ
ଢାଇ ଅକ୍ଷର ପ୍ରେମ କା
ପଢ଼େ ସୋ ପଶ୍ଚିତ ହୋୟ ।"
କବିତ୍ବ ପାଇଁ ଶିକ୍ଷାଗତ ଯୋଗ୍ୟତା ବା ଆର୍ଥିକ ସମ୍ବଳ ଯେ ବାଧକ ହୋଇ ନ ପାରେ , ଏହା କବି ବୃନ୍ଦାବନ ବାଡତ୍ଯାଙ୍କ ଜୀବନରେ ପ୍ରମାଣିତ ।
ଯଦି ଓ କବିଙ୍କର ଲେଖା ବିଭିନ୍ନ ପତ୍ର ପତ୍ରିକାରୁ ପଢିବାର ଆଗରୁ ସୁଯୋଗ ପାଇଥିଲି ଏବଂ ପଟେଲ ସାହିତ୍ୟ ସଂସଦ ଓ ବିଭିନ୍ନ ସାହିତ୍ୟ ସଂସଦରେ ଭେଟିବାର ସୁଯୋଗ ପାଇଛି , ଗତ ଦୁଇ ବର୍ଷ ହେଲା ମୋର ତାଙ୍କ ସହ ସମ୍ପର୍କ ନିକଟତର ହୁଏ ଏବଂ ବ୍ୟକ୍ତିଗତ ତଥା କାବ୍ୟିକ ଭାବ ବିନିମୟ ନିବିଡ ହୁଏ ।
ପିତା ୰ଶ୍ରୀ ବୁଦ୍ଧିରାମ ବାଡତ୍ୟା ଏବଂ ମାତା ଶ୍ରୀମତୀ କୁନ୍ତଳା ବାଡତ୍ୟାଙ୍କ ପ୍ରଥମ ସନ୍ତାନ ରୂପେ କୋଳ ମଣ୍ଡନ କରନ୍ତି , ୧୯୫୯ ସାଲ ଶୁଭଦିନ ଶ୍ରୀ ବିନାୟକ ବତୁର୍ଥୀରେ ସୁପୁତ୍ର ବୃନ୍ଦାବନ ଗଞ୍ଜାମ ଜିଲ୍ଲାର କଙ୍କୋରଡ଼ା ଡେରାସାହି ଗ୍ରାମରେ ।
ଆର୍ଥିକ ଅନାଟନ , ପିତୃ ବିୟୋଗ ତଥା ପରିବାରର ଭରଣ ପୋଷଣ । ଦାୟିତ୍ବ ଯୋଗୁଁ ତାଙ୍କର ବାଲ୍ୟ ଶିକ୍ଷା ଅଧୁରା ରହିଯାଏ । ହେଲେ ଅବସର ପାଇଲେ ଗୀତା , ଭାଗବତ , ପୁରାଣ , ଛାନ୍ଦ , ଚଉତିଶା , ଆଦି ପଢିବା ଶୁଣିବା ରେ କବିଙ୍କର ଯଥେଷ୍ଟ ଆଗ୍ରହ ଥାଏ । ଯାହା ପରବର୍ତ୍ତୀ ଜୀବନରେ କବିଙ୍କ କଲମ ଚାଳନାରେ ସହାୟକ ହୁଏ ।
ଏତଦ୍ ଭିନ୍ନ –" ଉତ୍ତମ ସଙ୍ଗେ ସଙ୍ଗ ଯାର
ସେ କରେ ଉତ୍ତମ ଆଚାର ।"
କବି ସୁଶାନ୍ତ ଦାଶ, ଡାକ୍ତର ଚନ୍ଦ୍ରମଣି ସ୍ବାଇଁ, ଡକ୍ଟର ହରିକୃଷ୍ଣ ନାୟକ କବି ଚନ୍ଦନ ନିରଞ୍ଜନ ରଥ , କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ , କବି ସୁଶାନ୍ତ କର ଆଦି ଜ୍ଞାନୀ , ଗୁଣୀ ବ୍ୟକ୍ତିଙ୍କ ସଂସ୍ପର୍ଶ ଓ ପ୍ରେରଣା କବିଙ୍କ ଲେଖନୀକୁ ଚଳଚଞ୍ଚଳ କରେ।
ବିଭିନ୍ନ ସମୟରେ କବିଙ୍କ ଲେଖନୀରୁ ଝରିପଡେ କଲ୍ୟାଣ କବଚ ' , “ ଉଚିତ ଶିକ୍ଷା ' , “ ଅକ୍ଷର ଖେଳ ' , ' ସଦ୍ୟ ସୁମନ ’ ବାସ୍ତବ ବାର୍ତ୍ତା- ଇତ୍ୟାଦି । ପରିଶ୍ରମର ଫଳ ସ୍ଵରୂପ , ବିଭିନ୍ନ ସମୟରେ ସେ ' ନବୀନ ସାହିତ୍ୟ ପ୍ରତିଷ୍ଠାନ ' , ଉତ୍କଳିକା ' , ' ମଞ୍ଚ ଜ୍ୟୋତି ' ପଟେଲ ସାହିତ୍ୟ ସଂସଦ ' , କଥାରେ କଥାରେ ଆଦି ବିଭିନ୍ନ ସାହିତ୍ୟ ସଂଗଠନ ଦ୍ବାରା ପୁରଷ୍କୃତ ହୁଅନ୍ତି ।
ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ୟା ସରଳ ନିରାଡମ୍ବର ବ୍ୟକ୍ତିତ୍ଵ ଟିଏ । ତାଙ୍କ ରଚନା ଗୁଡିକ ଈଶ୍ବର ଧର୍ମୀ ତଥା ସାମାଜିକ ଚେତନାରେ ଭରପୁର । ପଲ୍ଲୀ ଜୀବନର ଜୀବନ୍ତ ପ୍ରତିଫଳନ କବିତା ଗୁଡିକରେ ସ୍ପଷ୍ଟ ବାରି ହୁଏ । ତାଙ୍କ ଜୀବନୀ ଉପରେ ଆଧାରିତ ସ୍ମରଣିକାଟିଏ ପ୍ରକାଶିତ ହେଉଛି ଶୁଣି ବିଶେଷ ଆନନ୍ଦିତ ।
କବିଙ୍କ ଲେଖନୀରୁ ଅନବରତ ଝରିପଡୁ କାଳଜୟୀ ଲେଖା ଏବଂ ସେ ଦୀର୍ଘଜୀବୀ ହୋଇ ସମାଜକୁ ପ୍ରେରଣା ଦେଉଥାନ୍ତୁ । ଈଶ୍ଵରଙ୍କ ଠାରେ ଏହା ହିଁ ମୋର ପ୍ରାର୍ଥନା ।
ନିରଞ୍ଜନ ତ୍ରିପାଠୀ
ପାର୍କ ସାହି- ୨, ଷ୍ଟେସନ୍ ରୋଡ, ଛତ୍ରପୁର ( ଗଂଜାମ ) ମୋ - ୯୪୩୭୯୭୩୮୮୦
ପ୍ରତିଭାର ଅନ୍ତରାଳେ....
ଶ୍ରୀ ଶ୍ରୀନିବାସ ପାଣିଗ୍ରାହୀ, ସହକାରୀ ଶିକ୍ଷକ
ପ୍ରତିଭା ଯେ ଦିନେ ହୃଦୟର କେଉଁ ଅନୁକୋଣରୁ ସ୍ବତଃସ୍ପର୍ତ୍ତ ନିଃସୃତ ତାହା କେବଳ ପ୍ରତିଭା ର ଅନ୍ତରାଳେ.. ଭାବଚ୍ଛ୍ବାସ , ଭାବାବେଗରୁ ହିଁ ପ୍ରତୀୟମାନ ହୋଇଥାଏ । ଏତତ୍ ଦୁଃଖତାପ ପରିପୂର୍ଣ୍ଣ ସମାଜରେ ନିଜ ଜୀବନର ସ୍ଥିତି ଯେତେବେଳେ ଏପରି ବିଡମ୍ବିତ , ସେତେବେଳେ ମନୁଷ୍ୟ କେଉଁ ସାହାସରେ ଅନ୍ୟମାନଙ୍କ ଜୀବନକୁ ନେଇ ଖେଳୁଥାଏ , ଅହଂକାର କରେ । କିନ୍ତୁ ସମସ୍ତେ ମହାକାଳର ଅଧୀନ । ଏହି ବିରାଟ ସୃଷ୍ଟିରେ ସୂର୍ଯ୍ୟ ଚନ୍ଦ୍ର ତାରା ସମସ୍ତ ସୃଷ୍ଟି କେହି ଚିରନ୍ତନ ନୁହଁନ୍ତି , ମହାକାଳ ଶକ୍ତି ନିକଟରେ ସମସ୍ତେ ପରାଭୂତ । ମାତ୍ର ସବୁଦିନ ପାଇଁ ରହିଯାଏ , ସ୍ମୃତି , କୃତି ଓ କୀର୍ତ୍ତି । ଗୋଟିଏ ସ୍ମୃତି ମାତ୍ର ଗୌରବାନ୍ବିତ କରିଥାଏ ସୃଷ୍ଟିର ସ୍ରଷ୍ଟାଙ୍କୁ ।
କବିର କବିତା ଏକ ସ୍ଵଚ୍ଛ ସ୍ରୋତସ୍ଵିନୀ , ଗିରିକନ୍ୟା ତଟିନୀ । ଗିରିଗହ୍ବରରୁ ସମ୍ଭୁତ ହୋଇ ବହୁ ବନ୍ଧୁର ପଥ ଅତିକ୍ରମ କରି ମହା ସମୁଦ୍ରରେ ଆତ୍ମଲୀନ ଲଭିଥାଏ । ତା'ର ଗତି ପଥରେ କେତେ ବାଧା , ବିଘ୍ନ , ଉତ୍ଥାନ , ପତନ ଘଟିଥାଏ । ମାତ୍ର ଜୀବନ ପଥରେ କେବେ ଶ୍ରମ ପାଇ ହଟି ନାହିଁ , ବହିଯିବା ସତେ ଯେପରି ତାହାର ଧର୍ମ । ଯୁଗୀୟ ଚେତନାର ମହାସ୍ରୋତ ଦେଇ କଳ କଳ ନାଦିନୀ ସ୍ରୋତସ୍ବିନୀ ପରି ଲେଖନୀ ସଦା ଆଗକୁ ମାଡିଚାଲେ କବିଙ୍କର ।
ପ୍ରାୟତଃ ଶୀର୍ଷକଟିରେ କାବ୍ୟ ସ୍ରଷ୍ଟା ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ କାବ୍ୟ କଳ୍ପନା , ଭାଷାର ଚାତୁରୀ , ରୋମାଣ୍ଟିକ୍ କଳ୍ପନା ବିଳାସ , ଭକ୍ତିର ଆଭାସ , ଅନନ୍ତ ପ୍ରେମ , ସର୍ବୋପରି କବିତା ରଚନାରେ କାବ୍ୟିକ ସୌରଭ ଅତ୍ୟନ୍ତ ଚମତ୍କାର ଭାବରେ ରୂପାୟିତ ହୋଇଅଛି। ତାହା ସଦ୍ୟ ଗୈାରବାନ୍ବିତ କରେ ଓଡ଼ିଆ ସହିତ୍ୟକୁ ।
ବର୍ଣ୍ଣନା ବିଳାସର ଚମତ୍କାରିତା ମଧ୍ୟରେ ମଧ୍ୟେ ମଧ୍ୟେ କବିଙ୍କ ସଂଳାପ ସୃଷ୍ଟି କବିତା ଗୁଡିକୁ ରୁଦ୍ଧିମନ୍ତ କରି ରଖିଛି । କଥା ବସ୍ତୁର ସଂପ୍ରସାରଣ , ସଂଯୋଜନା , ସଂଘର୍ଷ , ଭାବର ଆଦାନ ପ୍ରଦାନ , ପ୍ରେମତ୍ବ , ଭାବତ ପ୍ରଦାନ,ପ୍ରେମତ୍ବ,ଭାବତ୍ବ ରସିକତ୍ବ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଭାଷାର ସରଳତା , ପ୍ରାଚୀନ ଭାଷାର ପ୍ରୟୋଗ , ଭାବର ଗୋପନୀୟତା , ବାସ୍ତବତା , ଭକ୍ତିବାଦିତା , ଆଧ୍ୟାତ୍ମିକ ଚେତନା , ଶୃଙ୍ଗାର , ଭାଷାର ସାବଲୀଳତା , ରଚନା ଶୈଳୀରେ ସୁଦୂର ଦୃଷ୍ଟିଭଙ୍ଗୀ ଅନୁଭୂତ ହେଉଅଛି ।
ଓଡ଼ିଆ ସାହିତ୍ୟକୁ ଗର୍ବ ଓ ଗୈାରବର ଆସନରେ ଉପବେଶନ କରାଇ ପାରିଛି କବିଙ୍କ କୃତ । ସେ ଆଉ କେହି ନୁହଁନ୍ତି । ସେ ହେଉଛନ୍ତି କବି ବୃନ୍ଦାବନ ବାଡତ୍ଯା । ପ୍ରକୃତିର ପରିବେଷ୍ଟନୀ ଭରା ଅନାମଧେୟ ଗ୍ରାମ କଙ୍କୋରଡା (ସାନଖେମୁଣ୍ଡି, ଗଂଜାମ) ୧୯୫୯ ମସିହାରେ ମାତା କୁନ୍ତଳା ବାତ୍ୟା ଓ ପିତା ଶ୍ରୀ ବୃଦ୍ଧି ରାମ ବାଡତ୍ଯାଙ୍କ କୋଳ ମଣ୍ଡନ କରି ଆସିଥିଲେ ଧରାପୃଷଠକୁ । ଗରୀବ ଦୀନ, ହୀନ ପରିବାରରେ ଜନ୍ମ, ସର୍ବୋପରି ପରିବାରର ଜ୍ୟେଷ୍ଠ ସନ୍ତାନ ହେତୁ ଗରିବ ପିତାଙ୍କୁ ସମସ୍ତ କ୍ଷେତ୍ରରେ ସାହାଯ୍ୟର୍ଥେ ଉଚ୍ଚ ଶିକ୍ଷା ଲାଭରୁ ବିଞ୍ଚିତ । ସ୍ବଳ୍ପ ଶିକ୍ଷା, ଅଭାବ ଅନଟନର ଜୀବନ । ଅଦ୍ୟାବଧି ବୟସ ଅତିକ୍ରାନ୍ତ ସମୟରେ ମଧ୍ୟ ସେ ଦିନ ମଜୁରିଆ ଜୀବନ ଅତିବାହିତ କରୁଛନ୍ତି । ଏତେ ଦୁଃଖ କଷ୍ଟରେ ମଧ୍ୟ ସେ ଭଗବାନଙ୍କୁ ଭୁଲି ନାହାନ୍ତି । କବିତା ଲେଖାରୁ ନିବୃର ହୋଇ ନାହାଁନ୍ତି । କବି ଶ୍ରୀ ବୃନ୍ଦାବନ ବାଡତ୍ୟା ଜଣେ ବାସ୍ତବବାଦୀ କବି, ବାସ୍ତବତାକୁ ହିଁ ଭଲ ପାଆନ୍ତି । କବିଙ୍କ ଅନେକ କବିତା ସୃଷ୍ଟି ମଧ୍ୟରୁ “ବାସ୍ତବ ବାର୍ତ୍ତା' କବିତା ଗ୍ରନ୍ଥଟି ଅତି ଉଚ୍ଚକୋଟୀର, ଯାହା ବାସ୍ତବଧର୍ମୀ, ସମାଜକୁ ଦିଗ୍ ଦର୍ଶନ ଦେଲାଭଳି ବାର୍ତ୍ତା ପ୍ରଲେପ ବିଦ୍ୟମାନ ।
ସୁତରାଂ ଭଗବାନଙ୍କ ଠାରେ ଏତିକି ପ୍ରାର୍ଥନା, ଅନବଦ୍ୟ ସୃଷ୍ଟି କରି ସଂସାରକୁ ଦିଗ୍ ଦର୍ଶନ ଦେଇ, ସମାଜର ମଙ୍ଗଳ ଓ ସଂସ୍କାର କାମନା କରି ଆସୁଥିବା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କୁ ଜ୍ଞାନ ଓ ମୁକ୍ତିର ଆଲୋକ ଭରି ଦିଅନ୍ତୁ । ମୁଁ ଆଶା କରେ କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ କୃତି ସବୁ ଜନ ଆଦୃତ ଲାଭ କରିବ । ପରିଶେଷରେ ଜଗତର ନାଥ ଜଗନ୍ନାଥ, ବିଶ୍ବନିୟନ୍ତା, ବିଶ୍ବବିହାରୀ, ମଙ୍ଗଳମୟ ପ୍ରଭୁ ଭଗବାନ ତାଙ୍କରି ଚଲାପଥକୁ କୁସୁମିତ କରନ୍ତୁ, ଏତିକି ପ୍ରାର୍ଥନା ।
" ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀଭବ ତୁମେ ... ।
ସଂପର୍କର ଖିଅ
ଶ୍ରୀମତୀ ସସ୍ମିତା ମହାରଣା
ଶ୍ରୀଯୁକ୍ତ ବୃନ୍ଦାବନ ବାଡତ୍ଯା ମୋ ଠାରୁ ଢେର ବୟୋଜ୍ୟେଷ୍ଠ ହେତୁ ସେ ମୋର ବଡ ଭାଇ ଭଳି । ମୋର ବାହାଘର ପୂର୍ବରୁ ସେ ମୋ ସ୍ୱାମୀଙ୍କର ଘନିଷ୍ଠ ବନ୍ଧୁ ଥିଲେ । ଅଦ୍ୟାବଧି ଦୁହିଁଙ୍କର ବନ୍ଧୁତ୍ବ ତିଷ୍ଠିଛି ନିବିଡ ଭାବେ । ସେହି ଦୃଷ୍ଟିରୁ ଦୁଇ ପଟରୁ ମୁଁ ସମ୍ମାନ ଦିଏ ଭକ୍ତି ପୂତ ଭାବେ । ସେ ମତେ ଏମିତି ବ୍ୟବହାର ଦେଖାନ୍ତି, ସତେ ଯେମିତି ମୁଁ ତାଙ୍କର ସାନ ଭଉଣୀ । ଭଗବାନ କରନ୍ତୁ ଆମର ଏହି ସଂପର୍କ ଚିର ଦିନ ତିଷ୍ଠି ରହୁ ।
ସୌଭାଗ୍ୟର କଥା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ ଦ୍ୱାରା ରଚିତ ସମସ୍ତ ପୁସ୍ତକ ମୋ ପାଇଁ ସହଜ ଲଭ୍ୟ ହୋଇ ପାରିଛି । କାରଣ ତାଙ୍କର ପ୍ରତ୍ୟେକ ସଂକଳନ ପ୍ରକାଶ ପାଇବା ପୂର୍ବରୁ ସେ ମୋ ସ୍ବାମୀଙ୍କ ଠାରୁ କିଛି ଅର୍ଥ ସାହାଯ୍ୟ ନିଅନ୍ତି । ଯାହାରି ଫଳରେ ତାଙ୍କର ପୁସ୍ତକ ପଢିବା ସୁଯୋଗ ପାଉଛି ମୁଁ । ମୋ ଠାରେ ପଠନ ରୁଚି ଥିବାରୁ ଓ ତାଙ୍କର ରଚନା ପଠନୀୟ ମନେ ହେବା ହେତୁ ତାଙ୍କର ସମସ୍ତ ବହି ପଢି ସାରିଛି ମୁଁ ।
ଶ୍ରୀ ବାଡତ୍ୟାକ ଗ୍ରନ୍ଥର ଅନେକ ଶିକ୍ଷଣୀୟ ବାର୍ତ୍ତାକୁ ମୁଁ ଆଚରଣ କରୁଥିବାରୁ ମୋର ସନ୍ତାନମାନେ ମତେ ଅନୁସରଣ କରନ୍ତି । ସେଥିପାଇଁ ସେମାନେ ସଂସ୍କାର ଓ ସ୍ଵଚ୍ଛ ଜୀବନ ଜିଇଁବେ ବୋଲି ମୋର ଆଶା । ବେଳେ ବେଳେ ମୋର ସଂପର୍କୀୟ ମାନଙ୍କୁ ବି ପ୍ରବର୍ତ୍ତାଏ ଶ୍ରୀ ବାଡତ୍ୟାକ ବହି ପଢିବା ପାଇଁ ।
ଭାଇଙ୍କର ସଂକଳନ ଗୁଡିକ ଭିନ୍ନ ଭିନ୍ନ ବିଷୟକୁ ନେଇ ବର୍ଣ୍ଣିତ “ବାସ୍ତବ ବାର୍ତ୍ତା" ର- ୪୧ ରୁ ୬୧ ପୃଷ୍ଠା ରେ ଏମିତି ରୋମାଞ୍ଚିତ କବିତା ଅଛି ସେ ମଧ୍ୟରୁ କିଛି କବିତା ପଢିଲା ପରେ ଯେ କେହି ହୁଅନ୍ତୁ ନା କାହିଁକି ନ ହସି ରହି ପାରିବେ ନାହିଁ । ତାଙ୍କର ରଚନାରେ ଏମିତି ଦରଦୀ କବିତା ବି ଅଛି ଯାହା ପଢିଲେ ହୃଦୟରେ ଯମାଟ ବାନ୍ଧିଥିବା ଦୁଃଖ ବରଫ ତରଳି ଆଖିପଟେ ନିଗିଡିବ ନିଶ୍ଚିତ ଭାବେ । ସେମିତି ଏକ ପଂକ୍ତି‘ ବୋଧ ହୁଏ ଭୀମ ଭୋଇଙ୍କୁ ଅନୁକରଣ କରି ଲେଖିଛନ୍ତି ।
ଜଗତ ହିତରେ ଦୁଃଖ ନିଆଁରେମୋ ଜୀବନ ଜଳୁଥାଉ
ମୋର ମାଗୁଣିର ମାନ ଭଙ୍ଗ ହେଲେ
ତବ ଇଚ୍ଚା ପୂର୍ଣ୍ଣ ହେଉ... “ସଦ୍ୟ ସୁମନ ୩୮ ପୃଷ୍ଠା ।"
ସ୍ବରଚିତ ‘ଉଚିତ ଶିକ୍ଷା' ପୁସ୍ତକରେ ଶିଶୁମାନଙ୍କୁ "ଉଚିତ ଶିକ୍ଷା " ଦେବା ବଡ ମାନଙ୍କର କର୍ତ୍ତବ୍ୟ ବୋଲି ଦର୍ଶାଇଛନ୍ତି । ଉଚିତ ଶିକ୍ଷା ପାଇଲେ ଶିଶୁମାନେ ବଡ ହେଲେ ମାନବରୁ ମହା ମାନବ ହୋଇ ପାରନ୍ତି ବୋଲି ଦୃଢ଼ ଆଶା କବିଙ୍କର ।
ଅନ୍ୟ ଏକ ପୁସ୍ତକ 'ଅକ୍ଷର ଖେଳ’ ରେ ବିଭିନ୍ନ ଶବ୍ଦର ଅର୍ଥକୁ ବକ୍ରଭାବେ ବର୍ଣ୍ଣନା କରିଛନ୍ତି । ଶିଶୁ ଓ କିଶୋରମାନେ ଏହାକୁ ପାଠକରି କୌତୁହଳ ପ୍ରକାଶ କରିବା ସହ ଶବ୍ଦକୁ ଖୋଜିବାରେ ପ୍ରୟାସ କରିବେ ବୋଲି କବି କହନ୍ତି ।
ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟା ପ୍ରସିଦ୍ଧ ଯଶସ୍ୱୀ ହୁଅନ୍ତୁ ତାଙ୍କ ଲେଖନୀରୁ ସଂସ୍କାର ଧର୍ମୀ ଓ ଶିକ୍ଷଣୀୟ ସଂଦେଶ ନିର୍ଗତ ହେଉ ଏହାହିଁ ମୋର କାମ୍ୟ ।
ସୁ ଗୃହୀଣୀ
ସ୍ବା. ଶିଶିର ମହାରଣା, ମସିହାଖାଲି, ଗଞ୍ଜାମ
ଶୁଭେଚ୍ଛା ବାର୍ତ୍ତା
ଶ୍ରୀମତୀ ସସ୍ମିତା ପ୍ରଧାନ
ପ୍ରଣସ୍ୟ କବି ଶ୍ରୀ ବୃନ୍ଦାବନ ବାଡତ୍ୟା ମୋ ବାପାଙ୍କର ବାଲ ବନ୍ଧୁ ହେତୁ । ସେ ମୋର ପିତୃ ତୁଲ୍ୟ, ଶୈଶବରୁ ୨୪ ବର୍ଷ ଯାଏଁ ଯେଉଁ ମାଟିରେ ମୁଁ ତିଷ୍ଠିଥିଲି ସେ ମାଟିର ଜଣେ ପ୍ରତିଭାଧରଙ୍କୁ ଜାଣିପାରି ନ ଥିଲି ସେଦିନ । ଆଜି ମୋ ବାପାଙ୍କ ମାଧ୍ୟମରେ ତାଙ୍କ ପ୍ରତିଭାକୁ ଜାଣିଲା ପରେ ମୁଁ ଉଲ୍ଲସିତ ।
ସେ ପ୍ରତିଭାଧାରୀଙ୍କ ପ୍ରତିଭା ପଦ୍ମର ମହକ ଏତେ ବଳିଷ ଯାହା ମତୁଆଲା କରିପାରେ ପାଠକ ପ୍ରାଣକୁ । ସାହିତ୍ୟ ଆକାଶରେ ଧ୍ରୁବ ତାରା ପରି ତାଙ୍କର ରଚିତ ପୁସ୍ତକମାନ (୧) କଲ୍ୟାଣ କବଚ, (୨) ଉଚିତ ଶିକ୍ଷା (୩) ସଦ୍ୟ ସୁମନ (୪) ଅକ୍ଷର ଖେଳ (୫) ବାସ୍ତବ ବାର୍ତ୍ତା
ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ବଳ୍ପ ହେଲେ ମଧ୍ୟ ତାଙ୍କର ଲେଖକୀୟ ଶୈଳୀ ଉଚ୍ଚକୋଟୀର ଓ ହୃଦୟ ସ୍ପର୍ଶୀ । ମାଆ ମାନଙ୍କର ମମତା ଓ ମାଆ କୋଳିର ମହନୀୟତାକୁ କବି କହନ୍ତି
ଗଙ୍ଗାଠୁ ଗଭିର ପବିତ୍ର ହୃଦୟଫୁଲଠୁ କୋମଳ କୋଳ
ତିନି ପୁର ସୁଖ ସାଉଁଟି ବିଧାତା
ସେଇଠି କରିଛି ଠୁଳ ।
( ସଦ୍ୟ ସୁମନ ୬୫ ପୃଷ୍ଠା )
ସାଂପ୍ରତିକ ସମାଜ ଅନ୍ଧ ବିଶ୍ୱାସର ବହୁଳ ଅନ୍ଧାରରେ । ସମାଜକୁ ବାସ୍ତବତାର ଆଲୋକ ଦେଖାଇପାରେ ଶ୍ରୀ ବାଡତ୍ୟାଙ୍କ ରଚିତ ପୁସ୍ତକ “ବାସ୍ତବ ବାର୍ତ୍ତା'। ବାସ୍ତବ ବାର୍ତ୍ତା ବହି ର ପ୍ରାୟ କବିତାରେ କବି ପାଠକଙ୍କୁ ପ୍ରଶ୍ନ କରିଛନ୍ତି ।
ଯିଏ ତେଲିଆ ମୁଣ୍ଡରେ ତେଲ ବୋଳେତାକୁ ଯଦି ଦରଦୀ କହିବା
କ୍ଷୁଧାର୍ତ୍ତକୁ
ମୁଠେ ଦାନା ଦେଉଥିବା ମଣିଷକୁ
କ’ଣ କହିବା ?
ବାସ୍ତବ ବାଗାଁ ୨୭ ପୃଷ୍ଠା
ଶିଶୁ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ‘ଉଚିତ ଶିକ୍ଷା’ ବହିର ଦକ୍ଷତା ଯଥେଷ୍ଟ, ପାଠକଙ୍କୁ ବୈରାଗ୍ୟ ପ୍ରାପ୍ତ କରାଇବା ସାମର୍ଥ୍ୟ ଅଛି “କଲ୍ୟାଣ କବଚ" ର ଉପରେ ଲିଖିତ ସୃଷ୍ଟିମାନଙ୍କ ବିଷୟରେ ଅନେକ କଥା କହିହେବ ହେଲେ ମୋ ସଂସାର ଜଞ୍ଜାଳ ମତେ ଅତିଷ୍ଠ କରୁଥିବାରୁ ଲେଖନୀକୁ ବିରାମ ଦେଉଛି ।
ଶିକ୍ଷୟିତ୍ରୀ
ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
-ଯିଉରା
ନିର୍ଜରା କବିଙ୍କ ବିଷୟରେ ପଦେ ..
ଶ୍ରୀ ବିଜୟ କୁମାର ପାଢୀ
ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟା । ଆର୍ଥିକ ଅନାଟନ ହେତୁ ସ୍ବଳ୍ପ ଶିକ୍ଷା ଲାଭ କଲା ପରେ ପାଠ ପଢାରେ ଡୋର ବାନ୍ଧନ୍ତି ସିନା ହେଲେ ପାଠୁଆଙ୍କୁ ଟପିଲା ପରି କବିତା ଲେଖନ୍ତି । ତାଙ୍କ ରଚିତ ପୁସ୍ତକ ମାନ ସରଳ , ସାବଲୀଳ, ବୋଧଗମ୍ୟ.... ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହନ୍ତି ।
କବିଙ୍କ ଭାଷାରେ..କେବଳ ଆତ୍ମଜ୍ଞାନ ଲଭିଲେ ମୁକ୍ତି ପଥ
କୁସୁମିତ ହୋଇବ ହେ ବୀରବର ପାର୍ଥ ।
(କଲ୍ୟାଣ କବଚ- ପୃ- ୨୪)
ପୁଣି କହିଲେ-
କ୍ଳେଶ ନ ମଣି ଦୁଃଖ- ସୁଖରୁ ଉର୍ଦ୍ଦ୍ବେ ଉଠି
କରୁଥା ସତ୍ ସଙ୍ଗ ଲଭିବୁ ଦିବ୍ୟ ଦୃଷ୍ଟି ।
(କଲ୍ୟାଣ କବଚ ପୃ- ୧୯)
ସତରେ ଦୁଃଖ ଓ ସୁଖ ଉଭୟକୁ ଯେ ସମାନ ଭାବିଥାଏ ଏବଂ ସତ୍ ସଙ୍ଗ କରେ ସେ ହିଁ ଦିବ୍ୟ ଚକ୍ଷୁ ଲାଭ କରିବାରେ ସକ୍ଷମ ହୋଇଥାଏ । କବିଙ୍କ "ଉଚିତ ଶିକ୍ଷା’- ଯାହା ଶିଶୁ ମାନଙ୍କୁ ଉଚିତ ମାର୍ଗ ଦର୍ଶନର ସହାୟକ । "ସଦ୍ୟ ସୁମନ"- ବିଭିନ୍ନ କବିତାର ସମାହାର ଯାହା ଆରମ୍ଭରୁ ଶେଷ ଯାଏ ନ ପଢିଲେ କେହି ବି ବିଶ୍ୱାସ କରି ପାରିବେନି , କବିତା ମାଧ୍ୟମରେ ଏ ସମାଜକୁ ସୁ ବାର୍ତ୍ତା ରହିଛି ବୋଲି । ତାଙ୍କର ସଦ୍ୟ ସୁମନର ପ୍ରଥମ କବିତା ରେ ସେ କହିଛନ୍ତି-
ଗୁପାଦେ ନିତି ଗୁହାରିଆ ପଡ଼ିଭକ୍ତିରେ ଗୁରୁଙ୍କୁ ତୋଷିଛି
ଅଗୁଣି ହେଲେ ବି ଗୁରୁ କୃପା ବଳେ
ଗୁଣି ଗଣେ ଗଣା ହୋଇଛି ।
ଗୁରୁଙ୍କର କାନ ଅଗ୍ନି ଜାଳିପାରେ
ଅଜ୍ଞାନ ରୂପକ ମେରୁକୁ
ତେଣୁ ଗଙ୍ଗାଧର ଗୋବିନ୍ଦଙ୍କ ସହ
ସମାନ ମଣୁଛି ଗୁରୁଙ୍କୁ ।
(ସଦ୍ୟ ସୁମନ- ପୃ- ୧)
ବାସ୍ତବରେ ଗୁରୁଙ୍କୁ ନ ମଣିବ କର , ଗୁଗୁଟି ସାକ୍ଷତ ଇଶ୍ବର ବୋଲି କବି ଏଠାରେ ପ୍ରମାଣ ଦେଇଛନ୍ତି।
ଧନ ଥିଲେ ଧନୀ ବୋଲି ନିର୍ଦ୍ବନ୍ଦରେସମସ୍ତେ କହନ୍ତି ସିନା
ଗୁଣୀକୁ ସମସ୍ତେ ଚିହ୍ନି ପାରିବେନି
ପ୍ରକୃତ ଗୁଣିଆ ବିନା ।
( ସଦ୍ୟ ସୁମନ- ପୃ-୧୬ )
ଆଃ କି ଚମତ୍କାର କବିତା ପଂକ୍ତି । ପ୍ରକୃତରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବେଶୀ ନାହିଁ , ହେଲେ ସେ ମୁର୍ଖ ନୁହଁନ୍ତି । ଆଉ ଧନ ନ ଥିଲେ ବି ସେ ଦରିଦ୍ର ନୁହଁନ୍ତି ।
ପୁଣି କବିଙ୍କ ଭାଷାରେ– ଭଲ ମଣିଷକୁ ଆମେ ସେତେବେଳେ ଚିହ୍ନିବା ଯେତେବେଳେ ଆମେ ନିଜେ ଭଲ ହେବା । ଅନ୍ୟକୁ କାହିଁକି ନିନ୍ଦା କରିବା ଯଦିଚ ଆମେ ଭଲ ହୋଇ ପାରିବାନି । ଯେମିତି...
ଭଲ ମଣିଷକୁ ଚିହ୍ନି ହେବ ସେବେଯେବେ ଆମେ ଭଲ ହେବା
ନିଜେ ଯଦି ଭଲ ହୋଇ ପାରିବାନି
ପରକୁ କିଆଁ ନିନ୍ଦିବା । ( ସଦ୍ୟ ସୁମନ- ପୃ - ୨୩ )
କବିଙ୍କ ଆଉ ଗୋଟିଏ ସଙ୍କଳନ ' ଅକ୍ଷର ଖେଳ ’ ଯାହାକି ଛୋଟ ପିଲାମାନଙ୍କର ମନୋରଞ୍ଜନ ଏବଂ ବୌଦ୍ଧିକ ବିକାଶୋପଯୋଗୀ ପୁସ୍ତିକା । କବିଙ୍କ ‘ ବାସ୍ତବ ବାର୍ତ୍ତା ’ ଆଧୁନିକ କବିତା ଏକ ଅମ୍ଳାନ କୃତି । ୧୦ ଟି କବିତାର ସମାହାର ‘ଚଉତିଶା ଚୟ' ଯାହା ବର୍ତ୍ତମାନ ଅପ୍ରକାଶିତ ।
ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତାଙ୍କର ଦୈନନ୍ଦିନ ଜୀବନ ଚର୍ଯ୍ୟା ସହିତ ସାରସ୍ବତ ସାଧନାକୁ ଉଜ୍ଜୀବିତ କରି ରଖିଛନ୍ତି । ଅନେକ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସେଥିପାଇଁ ମୋ ହୃଦୟର ଗଭୀରତମ ପ୍ରଦେଶରୁ ତାଙ୍କୁ ଶୁଭେଚ୍ଛା , ଅଭିନନ୍ଦନ ଜ୍ଞାପନ ପୂର୍ବକ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଚଲାପଥ କୁସୁମିତ ହେଉ ଏବଂ ତାଙ୍କର ଲେଖନୀ ଚାଳନା ଏମିତି ଅବ୍ୟାହତ ରହୁ ।
ଖଲିଙ୍ଗି, ସାନଖେମୁଣ୍ଡି
ଗଞ୍ଜାମ, ମୋ- ୮୫୯୮୯୧୪୫୨୫
କୃତୀଙ୍କ କୃତୀ ବିଷୟରେ
ଶ୍ରୀ ଭାଗିରଥୀ ବେହେରା -ଓ.ଇ.ଏସ୍ - ୨
ବୟୋଜ୍ୟେଷ୍ଠ, ନିଃର୍ଜରା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କ ରଚିତ ବହି ମାନଙ୍କର ନାମ କରଣ କରିଛନ୍ତି ଏହିପରି ।
କବିତା କନକ, ବିରହୀ ବାଳୀର ବିଚାର, ଜଗନ୍ନାଥ ଜଣାଣ, ଚୈତନ୍ୟ ଚଉତିଶା, ମା ନାରାୟଣୀ ଭଜନାବଳୀ, ଚଞ୍ଚଳା ଚଉତିଶା, ଚନ୍ଦ୍ରଚୂଡ ଚଉତିଶା, ଚିଦାନନ୍ଦ ଚଉତିଶା, ମା ନାରାୟଣୀ ଜଣାଣ, ଏହିଭଳି ନ ଖଣ୍ଡ ପୁସ୍ତିକା ପରେ ଅନ୍ୟ ପୁସ୍ତକ ଗୁଡିକ ହେଲା କଲ୍ୟାଣ କବଚ, ଉଚିତ ଶିକ୍ଷା, ସଦ୍ୟ ସୁମନ, ଅକ୍ଷର ଖେଳ, ଏବଂ ଆଧୁନିକ କବିତା ସଙ୍କଳନ ବାସ୍ତବ ବାର୍ତ୍ତା ପରି ମୂଲ୍ୟବାନ ପୁସ୍ତକ ସମସ୍ତ ବର୍ଗର ପାଠକ ମାନଙ୍କ ପାଇଁ ରଚନା କରିଥିବା କବି ଶ୍ରୀ ବୃନ୍ଦାବନ ବାଡତ୍ୟାଙ୍କୁ ମୁଁ କବି ହିସାବରେ ଜାଣେ ।
ଘଟଣା ରୂପକ ପ୍ରତ୍ୟେକ ମୁଦ୍ରାକୁ ଓଲଟାଇବା ପାଇଁ, ସମାଜକୁ ସଚେତନ କରାଇବା ଉଦେଶ୍ୟରେ ଲେଖିଛନ୍ତି ।
ଯିଏ ତେଲିଆ ମୁଣ୍ଡରେ ତେଲ ବୋଳେତାକୁ ଯଦି ଦରଦୀ କହିବା
କ୍ଷୁଧାର୍ତ୍ତକୁ
ମୁଠେ ଦାନା ଦେଉଥିବା ମଣିଷକୁ, କ'ଣ କହିବା- ୨୭ ପୃଷ୍ଠା ବାସ୍ତବ ବାର୍ତ୍ତା ।
ସେ ଯାହା ହେଉ ସୌଭାଗ୍ୟ ବଶତଃ କବିଙ୍କ ଜନ୍ମସ୍ଥାନ କଙ୍କୋରଡାର ସରକାରୀ ନେହେରୁ ବହୁମୁଖୀ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଭାବେ ମୁଁ ସେବାକରୁ ଅଛି ।
ଏହି ‘ ଅଭିନନ୍ଦନନିକା ' ପ୍ରକାଶ ସୁଯୋଗରେ ମୁଁ ଏତିକି କହିବି ଶ୍ରୀ ବାଡତ୍ୟା କେବଳ ଗଞ୍ଜାମ ଜିଲ୍ଲାର ନୁହେଁ ବରଂ ଓଡିଶା ସ୍ତରର ଜଣେ ସୁଖ୍ୟାତ କବି ଓ ଭଲ ମଣିଷ ଟିଏ ।
ପରିଶେଷରେ ତାଙ୍କର ସାହିତ୍ୟର ଉନ୍ନତି କାମନା କରି ରହୁଛି ।ସଂପାଦକ- ଗଂଜାମ କବିତା ଘର ସାହିତ୍ୟ ମଞ୍ଚ
ବ୍ରହ୍ମପୁର - ୭୬୦୦୧୦
ମୋ - ୮୨୮୦୨ ୨୩୬୪୪
ଅକଳ୍ପିତ
ଶ୍ରୀ ବୃନ୍ଦାବନ ବାଡତ୍ୟା
ଷାଠିଏ ନିଦାଘ ପାହାଚ ଚଢ଼ିଛିସହିଛି ତା” ର ବେଦନା
ତଥାପି ବରଷା ତନୁକୁ ଛୁଇଁଲେ
ମନ ହୁଏ ଆନମନା ।
ମନ ହଜିଯାଏ କଳ୍ପନା ରାଇଜେ
ତନୁର ତାତି ବଢିଲେ
ତନୁର ବେଦନା ଲାଘବ ହେବନି
ମନ ମତୁଆଲା ହେଲେ ।
ଶରତ ସନ୍ଧ୍ୟାରେ, ହେମନ୍ତ ରାତିରେ
ଶୀତର ଆଲିଙ୍ଗନରେ
ଅମାନିଆ ମନ ଉନ୍ମାଦିତ ହୁଏ
ଯୁବା ସୁଲଭ ଢଙ୍ଗରେ ।
ସମ୍ଭୋଗ ବାସ୍ନାକୁ ବଳିଆର କରେ
ମହୁଲର ମାଦକତା
ବଉଳ ବାସନା କାନ ମୂଳେ କହେ
ପ୍ରଣୟ ସୁଖର କଥା ।
କଳ୍ପନା ବିଳାସୀ କବି ବି କବିକୁ
କଳ୍ପନା କରି ନ ପାରେ
ରବିକୁ କଳ୍ପନା କରିଛି ବିଜ୍ଞାନ
କବି କଳ୍ପନା ଉର୍ଦ୍ଧ୍ବରେ ।








































👍👍👍👍👍
ReplyDeleteNice
ReplyDelete