ଉଚିତ ମାର୍ଗ
ଦିବ୍ୟାନୁଭବ
ହେ ମାନବ ସମାଜର ଉତ୍ତରାଧୁକାରୀମାନେ, ତମ ଭଳି ଗୋଟିଏ ସୁମନ କଳିକାର କଥା କହିବି ଯାହା ତମେ ଜାଣିବା ଦରକାର ।
ପଲ୍ଲୀ ବା ସହର କହିହେବ ନାହିଁ ଏମିତି ଗୋଟିଏ ଗାଆଁ, ସେ ଗାଆଁର ନାମ ସଦାନନ୍ଦପୁର, ସେ ଗାଆଁର ବିଦ୍ୟାଳୟର ନାମ ନିତ୍ୟାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଠାରେ ପ୍ରଥମ ଶ୍ରେଣୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହୁଏ । ସେ ବିଦ୍ୟାଳୟରେ ଅଧ୍ୟୟନ କଲାଠାରୁ ଅର୍ଥାତ୍ ପ୍ରଥମ ଶ୍ରେଣୀ ଠାରୁ ଷଷ୍ଠ ଶ୍ରେଣୀଯାଏ ପ୍ରଥମ ସ୍ଥାନ ଅଧିକାର କରିଥିଲା ଗୋଟିଏ ଛାତ୍ରୀ । ଛାତ୍ରୀ ଜଣକର ନାମ ତପସ୍ବିନୀ । କିନ୍ତୁ ଏବେ ସେ ସପ୍ତମ ଶ୍ରେଣୀରେ ।
କେଉଁ ସଂସ୍କାର ବଳରେ କେଜାଣି ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପ୍ରଥମରୁ ହିଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆଦରଣୀୟ ହେବା ସାଙ୍ଗକୁ ଉତ୍ତମ ଛାତ୍ରୀର ମାନ୍ୟତା ପ୍ରାପ୍ତ କରି ସାରିଥିଲା ତପସ୍ବିନୀ ।
ରୀତିମତ ସେ ବିଦ୍ୟାଳୟରେ ପ୍ରାର୍ଥନା ପରିସମାପ୍ତି ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେ ଯା’ର ଶ୍ରେଣୀ କକ୍ଷରେ ପ୍ରବେଶ କରି ଆପଣା କର୍ଭବ୍ୟ ତୁଲାଇଥାନ୍ତି ।
ଏଠାରେ କେବଳ ସପ୍ତମ ଶ୍ରେଣୀ କଥା କହିବି, ଦିନେ ପ୍ରାର୍ଥନାର ପରିସମାପ୍ତି ପରେ, ସପ୍ତମ ଶ୍ରେଣୀର ସମସ୍ତ ଛାତ୍ର ଓ ଛାତ୍ରୀମାନେ ନିଜ ଶ୍ରେଣୀ କକ୍ଷରେ ପରସ୍ପର ମଧ୍ୟରେ ପାଠ ସମ୍ବନ୍ଧୀୟ କିଛି ଆଲୋଚନା କରୁଥିବା ସମୟରେ ତାଙ୍କ ଗୁରୁଜୀ ପ୍ରବେଶ କଲେ ଓ ସବୁଦିନ ଭଳି ସେ ଦିନ ବି ଛିଡ଼ା ହୋଇ ଗୁରୁଜୀଙ୍କୁ ପ୍ରଣାମ କଲେ । ହେଲେ ଗୁରୁଜୀ ସବୁଦିନ ଭଳି ସେଦିନ ଛାତ୍ର ଛାତ୍ରୀମାନଙ୍କୁ ବସିବାକୁ କହିଲେ ନାହିଁ, କାରଣ ଗୁରୁଜୀକର ଉଦ୍ଦେଶ୍ୟ ଭିନ୍ନ ଥିଲା ସେଦିନ ।
ସେ ଛାତ୍ର ଓ ଛାତ୍ରୀଙ୍କର ହିତେଚ୍ଛୁ ହୋଇଥିବାରୁ ଛାତ୍ର ଛାତ୍ରୀଙ୍କର ସାଧାରଣ ଜ୍ଞାନ ପରଖିବା ନିମନ୍ତେ ଜଣ ଜଣକୁ ମୌଖିକ ପ୍ରଶ୍ନ ପଚାରିଲେ ଯିଏ ଯାହା ଉତ୍ତର ଦେଲେବି, ତାକୁ ବସିବାକୁ କହିଲେ । ମାତ୍ର ତପସ୍ବିନୀର ଉତ୍ତରରେ ମୁଗ୍ଧ ହୋଇଥିଲେ ଗୁରୁଜୀ । ତପସ୍ବିନୀ ପାର୍ଶ୍ୱରେ ଥିଲା ସମ୍ଭ୍ରାନ୍ତ ପରିବାରର ଝିଅ ତେଜସ୍ବିନୀ । ତେଜସ୍ବିନୀ ଏମିତି ଉତ୍ତର ଦେଲା ଯେ ଗୁରୁଜୀ ବାଧ୍ୟ ହେଲେ ପାହାରେ ପିଟିବାକୁ । ସେତିକିରେ ତେଜସ୍ବିନୀ ଲାଜରେ ମୁଣ୍ଡ ନୂଆଁଇ କାନ୍ଦିପକାଇଲା । ତେଜସ୍ବିନୀର କାନ୍ଦ ଶୁଣି ସ୍ବଭାବିକଭାବେ ତପସ୍ବିନୀ ଆଖିରୁ ଲୁହ ନିଗିଡ଼ିଲା । କାହିଁକିନା ତପସ୍ବିନୀ କାହାର ଦୁଃଖ ସହି ପାରେନା ।
ବିଦ୍ୟାଳୟ ବାର୍ତ୍ତାକୁ ଏଇଠି ରଖୁଛି । ଏବେ ତପସ୍ବିନୀର ଘର କଥା କିଛି କହିବି । ଦିନେ ତପସ୍ବିନୀର ଜେଜେମା ମନ୍ଦାକିନୀ ଦେବୀ ତପସ୍ବିନୀକୁ ଖାଇବାକୁ ଦେଉ ଦେଉ ଜଣେ ପଡ଼ୋଶୀ ସ୍ତ୍ରୀ ଲୋକ ଡାକ ପକାଇଲେ । ତପସ୍ବିନୀର ଜେଜେମା ମୋ କଥା ଟିକେ ଶୁଣିବକି ! ଟିକେ ରୁହ କହି ମନ୍ଦାକିନୀଦେବୀ ତପସ୍ବିନୀକୁ ଖାଇବାକୁ ଦେଲାପରେ ପଡ଼ୋଶୀଙ୍କ କଥା ବୁଝିବାକୁ ଗଲେ । ସେତିକି ବେଳେ ମିଆଁଉ ମିଆଁଉ କରି ବିରାଡ଼ି ଛୁଆଟି ତପସ୍ବିନୀର ପାଖକୁ ଗଲା । ତପସ୍ବିନୀ ତା ଖାଦ୍ୟରୁ ଅନ୍ୟଏକ ପାତ୍ରରେ ବିଲେଇ ଛୁଆକୁ ଖାଇବାକୁ ଦେଉଥିଲା । ତେଣେ ମନ୍ଦାକିନୀ ଦେବୀ ପଡ଼ୋଶୀଙ୍କ ସହ କ'ଣ କଥା ହେଲେ କେଜାଣି, ମାତ୍ର ଠିକ୍ ସମୟରେ ଘରକୁ ଆସି, ତପସ୍ବିନୀର କାର୍ଯ୍ୟକଳାପ ଦେଖି ଇଏ କ'ଣ କରୁଛି ବୋଲି ପ୍ରଶ୍ନ କରୁ କରୁ ତପସ୍ବିନୀ କହିଲା, ବିରାଡ଼ି ଛୁଆଟା ମୋ ଠାରୁ ବେଶୀ ଭୋକିଲା ଥିଲା ତ ତାକୁ ଖାଇବାକୁ ଦେଉଛି । ତପସ୍ବିନୀର ଉତ୍ତର ଶୁଣି ତାକୁ ନିରବଦ୍ରଷ୍ଟା ପରି କିଛି କ୍ଷଣ ଚାହିଁ ରହିଲେ ମନ୍ଦାକିନୀ ଦେବୀ । ତା'ପରେ ନିଜକୁ ସାନ୍ତ୍ଵନା ଦେଇ ଭାବିବାକୁ ଲାଗିଲେ, ଏତିକି ବକଟେ ଛୁଆର ଏତେ ଉଦାର ଭାବ ! ପୁଣି ଭାବ ବିଭୋର ହୋଇ ଅଯାଚିତ ଭାବେ ଆଶୀଷ ଅବାଡ଼ି ଦେଇ ଭଗବାନ ତୋର ମଙ୍ଗଳ କରନ୍ତୁ ବୋଲି କହି ତପସ୍ଵିନୀର ମୁଣ୍ଡକୁ ଆଉଁସି ଦେଲେ ମନ୍ଦାକିନୀ ଦେବୀ ।
ତପସ୍ବିନୀ ଏତେ ଦିବ୍ୟ ଗୁଣର ଅଧିକାରିଣୀ ହେଲେ ମଧ୍ୟ ତାକୁ ହତଭାଗିନୀ କୁହାଯାଇପାରେ । କାରଣ ଶୈଶବରୁ ମାତା ଓ ପିତାଙ୍କୁ ହରାଇଥିଲା । ମାତ୍ର ତା’ ପରିବାର ଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସବୁରି ଆଦରଣୀୟ ହୋଇଥିଲା । ତା’ ପରିବାର କହିଲେ ସିଏ ଆଉ ତା ଜେଜେମା ମନ୍ଦାକିନୀ । ମାନ୍ଦାକିନୀ ଦେବୀ ହିଁ ତା’ର ସବୁକିଛି ।
ପ୍ରତିଦିନ ସକାଳୁ ବିଛଣା ଛାଡ଼ିଲା ପରେ, କ’ଣ ଗୁଡ଼ାଏ ଗୁଣୁଗୁଣୁ ହୋଇ ମନ୍ଦାକିନୀ ଦେବୀଙ୍କର ପାଦ ଛୁଉଁଥିଲା ତପସ୍ବିନୀ । ଦିନେ ମନ୍ଦାକିନୀଦେବୀ ଅଟାରେ ପଚାରିଲେ ତୁ ମୋର ପାଦ ଛୁଉଁଛୁ ଠିକ୍ କରୁଛି ଯେ, ଯୋ ଗୁଣୁଗୁଣୁ ହେଉଥିଲା ମତେ ଗାଳି ଦେଉନୁ ତ ! ଥଟା କଥା ପଦକ ବି ଆଘାତ ଦେଲା ତପସ୍ବିନୀକୁ । ତେଣୁ ତା' ଆଖିର ଲୁହ ଓଠକୁ ଛୁଇଁଲା । ଆଉ ସେ ଯାହା ଗୁଣୁଗୁଣୁ ହେଉଥିଲା ତାହା ଲୁହ ଭିଜା ଓଠରେ ସ୍ପଷ୍ଟ ଉଚ୍ଚାରଣ କଲା ।
ତ୍ୱମେବ ମାତ ଚ ପିତା ତ୍ଵମେବ
ତ୍ୱମେବ ବନ୍ଧୁ ଚ ସଖା ତ୍ୱମେବ ।
ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ଵମେବ
ତ୍ୱମେବ ସର୍ବଂ ମମ ଦେବ ଦେବ ।
*******
ଦିବ୍ୟ ଦର୍ଶନ
ହେ ମାନବ, ସମାଜ ବଗିଚାର ନବ ପଲ୍ଲବିତ ବାଳ ପାଦପଗଣ,
ଯେଉଁ ମାନଙ୍କ ପ୍ରଯତ୍ନରେ ତମେ ତିଷ୍ଟିଛ, ଭବିଷ୍ୟତରେ ସେହିମାନେ
ତମଠାରୁ କିଛି ପାଇବା ଆଶା ରଖିବା ସ୍ଵାଭାବିକ । କାଳେ ସେମାନଙ୍କର ଅଭିପ୍ରାୟ ତମେ ବୁଝିପାରିବ ସେଥିପାଇଁ ଆମ ପୂର୍ବଜମାନେ କିଛି ନିୟମ ପ୍ରଣୟନ କରିଯାଇଛନ୍ତି ପରେ ପାଳନୀୟ ।
ବୟୋଜ୍ୟେଷ୍ଠଙ୍କ ଅଭିପ୍ରାୟ ତାଙ୍କ ଉତ୍ତରାଧିକାରୀଙ୍କୁ ଜଣାଇବା
ନିମନ୍ତେ ପୂର୍ବଜଙ୍କ ପ୍ରଣିତ ନିୟମ କହେ, ସେବା ଓ ଭକ୍ତି ଦ୍ଵାରା
ବୟୋଜ୍ୟେଷ୍ଠଙ୍କୁ ଖୁସି କରି ସେମାନଙ୍କ ଠାରୁ ଶୁଭାଶିଷ ମାଗି ନେବା
ଉଚିତ ହେବ । ଯାହାରି ଫଳରେ ତାଙ୍କରି ଦାନର ପ୍ରତିଦାନ ପାଇପାରିବେ ସେମାନେ । ଶୈଶବରୁ ଶକ୍ତିମାନ୍ ହେଲାଯାଏ ଯେଉଁମାନେ ତମରି ଯାତ୍ନ ନେଇଥାନ୍ତି ସେମାନେ ତ ତମ ପାଇଁ ନମସ୍ୟ, ଆଉ ନମସ୍ୟମାନଙ୍କୁ ସେବା ବା ଭକ୍ତି କରିବା ଉପଯୁକ୍ତ ମନେ ହୁଏନି କି ?
ବୟୋଜ୍ୟେଷ୍ଠ ଉପାସ୍ୟ ମାନଙ୍କୁ ଉପାସନା କରିବା ବିଧେୟ ବୋଲି । ପ୍ରାଚୀନ ବୈଦିକ ଶାସ୍ତ୍ର, ଭାରତୀୟ ପରମ୍ପରା, ସବୁ ସଂପ୍ରଦାୟର ସନ୍ଥମାନେ, ମୁକ୍ତ କଣ୍ଠେ ଘୋଷଣା କରି ଯାଇଛନ୍ତି । ଯାହା ଉଣା ଅଧିକେ ଅଦ୍ୟାବଧ ପ୍ରଚଳିତ ଅଛି ହେଲେ ବିଡ଼ମ୍ବନାର ବିଷୟ ଏହା ଯେ ପୂଜ୍ୟ ପୂଜାର ସଂଜ୍ଞା ଜାଣିଥିବା ଲୋକଙ୍କ ସଂଖ୍ୟା କମ୍ ।
କିଛି ଲୋକ ଅବୁଝା ପଣରେ ଅନ୍ଧ ବିଶ୍ବାସରେ ବୁଡ଼ି ରହିଥିବା ଯୋଗୁଁ ଅଳ୍ପ ଦିନ ହେଉ ପଛେ ଭଣ୍ଡ ବାବାମାନେ ଭଣ୍ଡାମୀର ସାମ୍ରାଜ୍ୟ ବିସ୍ତାର କରିଥାନ୍ତି । ନିଜକୁ ପରମାତ୍ମା ବା ଭଗବାନ ବୋଲାଇଥିବା ଭଣ୍ଡ ପ୍ରବଞ୍ଚନାର ପ୍ରବଞ୍ଚନାରେ ପ୍ରବଞ୍ଚିତ ଆଉ ପ୍ରତାରଣାର ସର୍ପଦଂଶନରେ ଯନ୍ତ୍ରଣା ଜର୍ଜରିତ ଜୀବନ ଜୀଉଁଥିବା ଜୀବନ କଥା ନ କହିବା ଭଲ ।
ହେଲେ ହେ ଉତ୍ତରାଧିକାରୀ ମାନେ ତମେ କୌଣସି ଭଣ୍ଡର ଭଣ୍ଡାମିରେ ଫଶିବା ପୂର୍ବରୁ ତମକୁ ସତର୍କ କରାଇବା ଉଦ୍ଦେଶ୍ୟରେ କିଛି ବାସ୍ତବ କଥା କହିବି । କାହିଁକି ନା ମାନବ ସମାଜର ମାନସିକତା ଦୂଷିତ, ଅସୁସ୍ଥ ହୋଇସାରିଲାଣି । ତମେ ମୋ କଥା ମାନିଲେ ସୁସ୍ଥ ମାନସିକଧାରୀ ମାନବ ସମାଜ ଗଠନ ହୋଇପାରିବ ଭବିଷ୍ୟତରେ ।
ସୁସ୍ଥ ମାନବ ସମାଜ ଆଶା କରୁଛି ବୋଲି ଅନ୍ଧବିଶ୍ୱାସର ଅନ୍ଧାର ଭିତରୁ । ତମକୁ ମୁକୁଳାଇ ବାସ୍ତବତାର ଆଲୋକ ଆଡ଼କୁ ନେଇଯିବା ପାଇଁ ପ୍ରୟାସ କରୁଛି । ତେଣୁ ପ୍ରାଚୀନତାକୁ ପ୍ରାଧାନ୍ୟ ଦେଇ ସତ କଥା ପଦେ କହିବି ।
"ହିନ୍ଦୁ ଧର୍ମାବଲମ୍ବୀମାନେ ତେତିଶି କୋଟି ଦେବାଦେବୀଙ୍କ କଥା କହନ୍ତି ହେଲେ ଏମିତି କିଏ ନ ଥାଇପାରନ୍ତି ଯିଏ କି ତେତିଶ କୋଟି ଦେବା ଦେବୀଙ୍କ ନାମ କହିପାରିବ ।
ସେ ଯାହା ହେଉ ତମେମାନେ ଉପରୋକ୍ତ ଉକ୍ତିର ସମସ୍ୟାରେ ସାମିଲ୍ ନ ହୋଇ ପ୍ରଥମ ତିନୋଟି ଦେବାଦେବୀଙ୍କ ଉପାସନା କର । ସେମାନେ ତମକୁ ଯାହା ଦେବେ । ତେତିଶି କୋଟି ଦେବାଦେବୀ ତାହା ଦେଇ ନ ପାରନ୍ତି ।
ହେଲେ ପ୍ରଥମ ତିନୋଟି ଦେବାଦେବୀ କିଏ ସେମାନଙ୍କୁ ତମେ ଜାଣିଛନା ? ଯଦି ନା ତା' ହେଲେ ଶୁଣ । ପ୍ରଥମ ତିନୋଟି ଦେବାଦେବୀ ହେଲେ ମାଆ, ବାପା ଓ ଗୁରୁ । ଏକଥା କେବଳ ମୁଁ କହୁନାହିଁ । ଏମିତି ଅନେକ ଉପାଦେୟ କଥା ଆମର ପୂଜ୍ୟ ପୂର୍ବଜମାନେ କହି ଯାଇଛନ୍ତି ପ୍ରାଚୀନ କାଳରୁ । ଏକଥା ତମକୁ ଅବଗତ କରାଇବା ନିମନ୍ତେ ଆଜି ମୁଁ ଲେଖୁଛି ।
******
ଦିବ୍ୟତାର ଉତ୍ସ
ହେ କଳ୍ପନା ସାମ୍ରାଜ୍ୟର ବାସ୍ତବ ସମ୍ରାଟମାନେ, ତମେମାନେ ଜାଣିବା ଦରକାର ଯେ ଜୀବନ ଯାତ୍ରାର ପ୍ରତ୍ୟେକ ଯାତ୍ରୀ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଭବିଷ୍ୟତରେ ତମମାନଙ୍କୁ ବି ସେହି ଦଶା ପଡ଼ିପାରେ । କଥିତ ଅଛି ସମସ୍ୟା ମାନଙ୍କୁ ସମାଧାନ କରିବା ପାଇଁ ଛଅଟି କଥା ନିହାତି ଆବଶ୍ୟକ । ସେ ଗୁଡ଼ିକ ହେଲା ଉଦ୍ୟମ, ସାହସ, ଧୈର୍ଯ୍ୟ, ବଳ, ବୁଦ୍ଧି ଏବଂ ପରାକ୍ରମ । ଏହି ଷଡ଼ ଗୁଣଧାରୀ ବ୍ୟକ୍ତିମାନେ ସବୁ ସମସ୍ୟାର ସମାଧାନ ସହଜରେ କରିପାରନ୍ତି । କହିବା ତାତ୍ପର୍ଯ୍ୟ ତମେମାନେ ମଧ୍ୟ ଉଲ୍ଲେଖୁତ
ଛଅଟି ଗୁଣକୁ ଆହରଣ କର ।
ପୁଣି ତମମାନଙ୍କର ଅବଗତି ନିମନ୍ତେ ଭିନ୍ନ ଏକ ସମସ୍ୟାର କଥା କହି ଯେଉଁ ସମସ୍ୟାର ସମାଧାନର ବାଟ ଖୋଜୁଛନ୍ତି ଜଣେ ବାପା । ଜଣେ ସଫଳ ବଣିକର କଥା । ସେ ସ୍ଵଜ ପୁଞ୍ଜି ବିନିଯୋଗ କରି ବ୍ୟବସାୟ ଆରମ୍ଭ କରିଥିଲେ ଯୁବକ ବୟସରେ । ସେ ଶାନ୍ତ ସରଳ ମଣିଷଟିର କବା ନିଷ୍ଠା, ନମ୍ରତାଚରଣ ଓ ଗ୍ରାହକଙ୍କ ପ୍ରତି ସଦ୍ବ୍ୟବହାର, ଏହି ଉତ୍ତମ ଗୁଣ ଗୁଡ଼ିକ ତାଙ୍କ ବ୍ୟବସାୟକୁ କରିଥିଲା ଦିଗନ୍ତବ୍ୟାପୀ । ତା’ ସାଙ୍ଗକୁ ଚାକରବାକରଙ୍କ ସଂଖ୍ୟା ମଧ୍ୟ ବଢ଼ିଥିଲା । ବର୍ଣ୍ଣିତ ବିଷୟ ସବୁ ବ୍ୟବସାୟୀଙ୍କ ବ୍ୟବସାୟିକ ସଫଳ ସୂତ୍ରର ନମୁନା ।
କୁହାଯାଏ ଯିଏ ଯୋଉଥରେ ଯେତେ ପରିମାଣରେ ସଫଳ ହେଲେ ମଧ୍ୟ ସମସ୍ତେ ପ୍ରକୃତିର ନିୟମରେ, ସୃଷ୍ଟି ଚକ୍ରର ବଳୟରେ ଆବଦ୍ଧ । ଏକଥା ବ୍ୟବସାୟୀ ଜଣକ ଭଲ ଭାବେ ଜାଣନ୍ତି । ଭୌତିକ, ନୈତିକ, ଆଧ୍ୟାମିକ ବିଷୟରେ ତାଙ୍କର ବୁଝାବଣା ଯଥେଷ୍ଟ । ତାଙ୍କ ପାଇଁ ସମସ୍ୟା ଏହା ଯେ ଆସନ୍ତା ଦିନରେ ତାଙ୍କୁ । ବାର୍ଦ୍ଧକ୍ୟ ଗ୍ରାସିଲେ ତାଙ୍କ ବ୍ୟବସାୟର ଉତ୍ତରାକାରୀ କାହାକୁ କରିବେ, ବଡ଼ ପୁଅକୁ ନା ସାନକୁ .......
ଏମିତି ଅନେକ ଭାବୁ ଭାବୁ ଏକ ନିର୍ଯ୍ୟାସରେ ପହଞ୍ଚିଲେ ସେ, ଆଉ ତା'ପରେ ଏକ ନିଷ୍କରି ନେଲେ ଯେ, ତାଙ୍କର ଦୁଇ ପୁତ୍ରକୁ ନିଜେ ପରୀକ୍ଷା କରିବେ । ଆଉ ତାଙ୍କର ପରୀକ୍ଷାରେ ଯିଏ ଉତ୍ତୀର୍ଣ୍ଣ ହେବ ତାକୁ ହିଁ ତାଙ୍କର ବ୍ୟବସାୟର ଉତ୍ତରାଧ୍ୟକାରୀ କରିବେ ।
ଏକଦା ବଣିକ ଜଣକ ତାଙ୍କର ଦୁଇ ପୁତ୍ରଙ୍କୁ ପାଖରେ ବସାଇ ଗମ୍ଭୀର ସ୍ବରରେ କହିଲେ ତମ ଦୁଇ ଜଣକୁ ମୁଁ ଗୋଟେ ପରୀକ୍ଷା କରିବି । ବାପାଙ୍କର କଥା ସରୁ ସରୁ ଦୁଇ ଭାଇ ଏକ ସ୍ବରରେ ହସି ହସି କହିଲେ ଆପଣ ଯେତେ ପରୀକ୍ଷା କରିବେ କରାନ୍ତୁ ଆମେ ପ୍ରସ୍ତୁତ ।
ବଣିକଙ୍କ ଉତ୍ତମ ଆଚରଣରେ ପ୍ରଭାବିତ ତାଙ୍କର ଦୁଇ ପୁତ୍ରଙ୍କର ଅନାବିଳ ଆନ୍ତରିକତା ଏତେ ମଜବୁତ ଯେ ତାଙ୍କର ହାବଭାବ ସମସ୍ତଙ୍କୁ ସୂଚାଉଥାଏ ସତେ ଯେମିତି ଦୁହିଁଙ୍କର ଆତ୍ମା ଏକ ।
ପୁତ୍ରମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମାନ ସଂଖ୍ୟାରେ କିଛି ଟଙ୍କା ଦେଲେ ବଣିକ । ତା’ପରେ ଏକଥାବି କହିଲେ ଯେ ମୁଁ ଦେଇଥିବା ଟଙ୍କାକୁ ତମେ ତମର ଇଚ୍ଛା ମୁତାବକ ବିନିଯୋଗ କରିପାର ମାତ୍ର ଦୁଇଦିନ ପରେ ତା’ର ଫଳାଫଳ ମାଗିବି ମୁଁ ।
ତାଙ୍କର ନିକଟ ସହରରେ ଏକ ସାପ୍ତାହିକ ହାଟରେ ବଣିକଙ୍କ ସାନ ପୁଅ ସେହି ହାଟରୁ କିଛି କିଣାବିକା କରି ବାପା ଦେଇଥିବା ପୁଞ୍ଜିକୁ ଗୋଟିଏ ଦିନରେ ଦେଢ଼ଗୁଣା କରିସାରିଥିଲା ।
ମାତ୍ର ବଡ଼ ପୁଅ ମୂଳ ପୁଞ୍ଜିକୁ ଉତ୍ସର୍ଗୀକୃତ ଭାବରେ ଏକ ମହତ୍ କାର୍ଯ୍ୟରେ ସରେଇ ଦେଇଛି ସିନା ହେଲେ ଜଣେ ନିରୀହ ନିଷ୍ପେଷିତ ମଣିଷକୁ ମରଣ ମୁହଁରୁ ବଞ୍ଚାଇ ପାରିଛି ।
ଉଭୟ ପୁତ୍ରଙ୍କର ପରୀକ୍ଷାର ଫଳାଫଳ ଜାଣିଲା ପରେ ବଣିକ ଜଣକ କିଛି ନିଷ୍ପତି ନେଇପାରିଲେ ନାହିଁ । ତେଣୁ ତାଙ୍କର ଜଣେ ହିତକାଂକ୍ଷୀ ବନ୍ଧୁଙ୍କର ସହଯୋଗ ଲୋଡ଼ଲେ । ବନ୍ଧୁ ଜଣକ କହିଲେ ତୁମର ଦୁଇ ପୁତ୍ର ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ । ତେଣୁ ଦୁହିଁଙ୍କ ମଧ୍ୟରୁ
ଯାହାକୁ କି ଉତ୍ତରାଧିକାରୀ କଲେ ଚଳିବ । ମାତ୍ର ମୋର ମତାମତ ଲୋଡ଼ିଥିବାରୁ ମୁଁ କହିବି ବଡ଼ ପୁଅକୁ ଉତ୍ତାରାଧିକାରୀ କରାଯାଉ ।
ଏହି ଗପର ଚରିତ୍ରମାନଙ୍କର ବିଚାରକୁ ଦିବ୍ୟତାର ଉତ୍ସ
ବ୍ୟତୀତ ଆଉ କ'ଣ କହିପାରିବ !
ସବୁ ଉତ୍କୃଷ୍ଟତାର ଉତ୍ସ ହେଉଛି ତ୍ୟାଗର ଉତ୍ସ ନିମ୍ନମତେ-
ତ୍ୟାଗ ଆୟୁଧର ଲୋଭକୁ ସଂହାର
କରିପାରେ ଯୋ ମଣିଷ
ଜଗତ ହିତରେ ନୀଳକଣ୍ଠ ପରି
ପିଇପାରେ ସବୁ ବିଷ ।
******
ଦିବ୍ୟାଭିଳାଷ
ହେ ଦେବ ଦୁର୍ଲଭ ରତ୍ନମାନେ ! ତମେ ତ ଅନେକ ମନୋରଞ୍ଜନଧର୍ମୀ ଲେଖା ପଢ଼ି ସାରିଥିବ ତା' ସାଙ୍ଗକୁ କିଛି ଶିକ୍ଷଣିୟ କଥା ବି ଜାଣିଥିବ । ମାତ୍ର ସେସବୁ ଠାରୁ ଉତ୍କର୍ଷ କଥା ଉଲ୍ଲେଖ କରିବି ଯେଉଁଥିରେ ମାନବୀୟ ମହକ ଖୁନ୍ଦି ହୋଇ ରହିଥିବ ।
ଦିବ୍ୟତାର ଖଣି
ହେ ଆଶ ଆକାଶର ତାରକାମାନେ, ତମମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ପଢ଼ି ସାରିଥିବ ବାଘ ମାମୁଁ ବାର୍ତ୍ତା, ବିଲୁଆ ନନର କଥା, ଭାଲୁ ଭାଇନାର କାହାଣୀ, ବୁଢ଼ୀ ଅସୁରୁଣୀ ଆଦି ଗପ । ମାତ୍ର ସେ ସବୁଠାରୁ ସ୍ୱତନ୍ତ୍ର ସ୍ଵାଦର ଗପଟି ଉଲ୍ଲେଖ କରିବି ତମମାନଙ୍କ ପାଇଁ ଯେଉଁଥିରେ ମାନବିକତାର ମହକ ବିଚ୍ଛୁରିତ ହେଉଥିବ ।
ଦିବ୍ୟ ଚେତନା
ହେ ଆଗାମୀ କାଲିର ସୁନାଗରିକମାନେ, ତମକୁ କିଛି ଆଧ୍ୟାତ୍ମିକ କଥା କହିବା ଉଦ୍ଦେଶ୍ୟରେ ଏକ କ୍ଷୁଦ୍ର ଗପ ଉଲ୍ଲେଖ କରିବ । ଆଉ ମୋ ଗପ ପଢ଼ିବାକୁ ବାଧ୍ୟ କରିବି ତମକୁ ।
ଦିବ୍ୟ ସ୍ଵଭାବ
ହେ ମାନବ ସମାଜର ଅମୂଲ୍ୟ ରତ୍ନମାନେ, ତମର ସରଳ ସ୍ବଭାବ ତରଳ ମନକୁ ପୁଲକିତ କଲାପରି ଅନେକ କବିତା ଓ ଗପ ଲେଖିସାରିଛି ।ହେଲେ ଏହି ଗପଟି ସମ୍ପୂର୍ଣ୍ଣ ଭାବେ ମୋର ଅନୁଭବର କଥା ଯାହା ତମମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ପାରିବ।
ଦିବ୍ୟ ଚିନ୍ତା
ଦିବ୍ୟ ଜ୍ଞାନ
ଦିବ୍ୟାନନ୍ଦ
ଦିବ୍ୟ ଭାବନା
ଦିବ୍ୟଦ୍ରଷ୍ଟା
ଦିବ୍ୟ ଜୀବନ
ଦିବ୍ୟଦାନ
ଦିବ୍ୟବାର୍ତ୍ତା
ଈର୍ଷା କଲେ ପାପ ଲାଗେ
ଶ୍ରେଷ୍ଠ ଆଶ୍ରମ
ଉତ୍ତମ ଉଦ୍ଦେଶ୍ୟ
ଦିବ୍ୟ ପ୍ରେମ
ଦିବ୍ୟ କାହାଣୀ
ଦିବ୍ୟ ଲୀଳା
ଦିବ୍ୟ ବିଚାର
ହେ ଅନଘ ଦିବ୍ୟ ଆମିନ୍ ! ତମେମାନେ ଜାଣି ରଖିବା ଉଚିତହେବ ଯେ , ତମ ମାତା ଓ ପିତାଙ୍କର , ବୟୋଜ୍ୟେଷ୍ଠ , ଗୁଣୀ ଓ ଗୁରୁଜନାଦିଙ୍କର ଶୁଭାଶୀଷ ଅମୂଲ୍ୟ ସମ୍ପଦ ତମ ପାଇଁ ସୁଲଭ୍ୟ ହେଲେବି , ସେହି ପୂଜନୀୟ ଅମୂଲ୍ୟ ସମ୍ପଦ ପ୍ରଦାନକାରୀଙ୍କୁ ପ୍ରତ୍ୟେହ ପ୍ରାତଃକାଳେ ପ୍ରଣାମ କରିବା ବିଧେୟ । କାହିଁକିନା ପ୍ରଣମ୍ଯ ମାନଙ୍କର ପ୍ରେରଣା ହିଁ ପ୍ରଗତି ପଥରେ ନେଇପାରେ । ହେଲେ ଉପରୋକ୍ତ ପ୍ରଣସମ୍ଯ ମାନଙ୍କ ମଧ୍ୟରୁ ମୁଁ କିଏ ? ମୁଁ ଜାଣେନି ମାତ୍ର ତମେମାନେ ଯଶସ୍ୱୀ ହୁଅ ବୋଲି କାମନା କରୁଥିବାରୁ ଅହରହ ଶୁଭାଶୀଷ ଅଜାଡ଼େ ତମମାନଙ୍କ ଉପରେ ।
ବୟୋଜ୍ୟେଷ୍ଠ ବିଜ୍ଞମାନେ ତାଙ୍କ ଅନୁଗତ କନିଷ୍ଠ ମାନଙ୍କୁ ସର୍ବୋତ୍କୃଷ୍ଟ ସାର କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାନ୍ତି । ମାତ୍ର ମୁଁ ତମକୁ ରୀତିମତ ଅସାର କାର୍ଯ୍ୟ ନ କରିବା ପାଇଁ କହିବି । ତମମାନଙ୍କର ତନୁ ମନ ହୃଦୟ ଫୁଲ ପରି କୋମଳ , ପାଣି ପରି ତରଳ ହେତୁ ତୁମ ଭିତରେ ହିତାହିତ ବିଚାର ଶକ୍ତିର ଅଭାବ ରହିବା ସ୍ଵାଭାବିକ । ମାତ୍ର ସେ ଅଭାବକୁ ପୂରଣ କରିବା ପାଇଁ ପ୍ରୟାସ କରୁଛି । ଏଥିରେ କେତେଦୂର ସଫଳ ମୁଁ ହେବି ତାହା ସମୟ କହିବ ।
କିଶୋର ବୟସର ପାବଚ୍ଛ ଚଢୁ ଚଢୁ କିଶୋର ମନର ଚଳଚଞ୍ଚଳତା ଯୋଗୁ ତମଭଳି କିଛି ପିଲା ଏମିତି ଅସାର କାର୍ଯ୍ୟରେ ଲିପ୍ତ ରହନ୍ତି ଯାହା ଉଲ୍ଲେଖ କରିବା ଅନୁଚିତ ମନେହୁଏ ।
ସେ ଯାହାହେଉ ତମେମାନେ ସମସ୍ତ ଅସାର ଗୁଣକୁ ବର୍ଜନ କରିବା ଭଲ । କାହିଁକିନା ଅସାର ଗୁଣ ହି ଅସାର କାର୍ଯ୍ୟରେ ପ୍ରବୃତ୍ତ କରାଇ ଅବାଟକୁ ନିଏ ।ଆଉ ତା'ର ପରିଣତି ଏତେ ଭୟାବହ ଯେ ଶୁଣିଲେ କଳିଜା ଥରେ । କାରଣ ଅସାର କାର୍ଯ୍ୟରେ ଲିପ୍ତ ଥିବା ଦୋଷୀର ସମ୍ମାନ ହାନୀ ହେବା ସ୍ଵାଭାବିକ । ପୁଣି ଦଣ୍ଡ ସ୍ଵରୂପ ଶାରୀରିକ ପୀଡ଼ା ବି ଭୋଗିବାକୁ ପଡ଼େ ତାକୁ ।
ଯିଏ ସମସ୍ତ ବଦ୍ ଗୁଣକୁ ବର୍ଜନ କରେ , ତେବେ ସେ ସଦ୍ ଗୁଣରେ ବିମଣ୍ଡିତ ହୁଏ । ଆଉ ତା'ର ଆଚରଣ ତାକୁ ବଡ଼ ଲୋକ କରାଇବା ସାଙ୍ଗକୁ , ମହାମାନବର ମାନ୍ୟତା ଦିଏ । ତେଣୁ ତମେମାନେ ନିଜକୁ ହେୟ ମନେ ନ କରି , ଆଜିଠାରୁ ହିଁ ସ୍ବପ୍ନ ଦେଖ ମହାମାନବ ହେବାପାଇଁ । ଅତୀତକୁ ଫେରି ଚାହିଁଲେ ଅବଗତ ହୁଏ ଯେ ଇତିହାସ ଆଇନାରେ ଯେଉଁ ମାନଙ୍କର ଗୁଣ ଗାରିମା ଜାଜ୍ଜ୍ବ ଲମାନ , ଯେଉଁ ମାନେ ସମଗ୍ର ମାନବ ସମାଜର ମାନସ ପଟରେ ସ୍ମୃତିର ଜହ୍ନ ହୋଇ ରହିଛନ୍ତି । ସେହି ଅମର ପୂଜ୍ୟ ପୂର୍ବଜ ମହାମାନବ ଗଣ ତମ ଭଳି ଶିଶୁ ହୋଇଥିଲେ ସେଦିନ । ତମେମାନେବି ନିରଳସ ପୁରୁଷାର୍ଥ ଦ୍ବାରା ସେମାନଙ୍କ ଭଳି ଚିର ସ୍ମରଣୀୟ ହୋଇପାରିବ ଆଗାମୀ ଦିନରେ । ଭବିଷ୍ୟତରେ ତମେମାନେ ଯଦି ବଡ଼ଲୋକ ହୁଅ ତେବେବି ଭଲ ଲୋକ ହେବାପାଇଁ ପ୍ରୟାସ କରିବାକୁ ଯେମିତି ଭୁଲି ନ ଯାଅ । କାହିଁକିନା ଭଲ ଲୋକ ହେବା କଷ୍ଟସାଧ୍ୟ ।
ଭଲ ଲୋକମାନେ କହନ୍ତି ଇତରମାନଙ୍କ ପ୍ରତି ଦୟାଭାବ ପୋଷଣ କରିବା , ଅନ୍ୟର ଦୁଃଖରେ ଦୁଃଖି ହେବା , ଦରଦୀର ଦରଦ ବୁଝିବା , ଦୋଷାବହ ନୁହେଁ । ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ନ କରିବା , ଭିରୁତାକୁ ଆପଣାଇବା ଦୋଷାବହ ।
ତେଣୁ ତମେ ଭବିଷ୍ୟତରେ ଭିରୁତାକୁ ବଧ କରି ବୀରତ୍ବ ପ୍ରତିପାଦନ କରିବ । ଅନ୍ୟାୟ ବିରୁଦ୍ଧରେ ହେଉ ବା ଧର୍ମ ସପକ୍ଷରେ ଅଥବା ମାନବ ସମାଜର ହିତରେ ଯେଉଁ ବୀରମାନେ ସଂଗ୍ରାମ ଜାରି ରଖିଥାନ୍ତି ସେମାନଙ୍କର ଲାଭ ହିଁ ଲାଭ ଜୟ ପରାଜୟ ଉଭୟରେ ।
ଏକଥା ମୁଁ କହୁନାହିଁ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନକୁ କହିଛନ୍ତି - "ହତୋବା ପ୍ରପ୍ ସ୍ଯସି ସ୍ବର୍ଗଂ ଜିତ୍ଵବା ଭୋକ୍ଷ୍ୟସେ ମହୀମ୍ । "
( ଗୀତା- ୨୩୭ )
ଅର୍ଥାତ୍ ଜଗତ ହିତରେ ଯୁଦ୍ଧ କରୁ କରୁ ଯଦି ବୀରଗତି ପ୍ରାପ୍ତ ହୁଏ ତେବେତ ସ୍ଵର୍ଗଲାଭ ହେବ । ଯଦିବା ଯୁଦ୍ଧରେ ବିଜୟ ପ୍ରାପ୍ତ କରେ ତେବେତ ବିଶ୍ୱ ସମ୍ରାଟ ହେବ । ଏହି ଦୃଷ୍ଟିରୁ ବିଚାର କଲେ ଭୀରୁତାକୁ ବଧ କରିବା ଉଚିତ ମନେ ହୁଏନି କି ?
ଉତ୍ତର କେବଳ ଦିବ୍ୟ ବିଚାର ଦ୍ୱାରା ହିଁ ସମ୍ଭବ ହୋଇପାରେ । ଦିବ୍ୟ ସନ୍ଦେଶ
ବୟୋଜ୍ୟେଷ୍ଠ ବିଜ୍ଞମାନେ ତାଙ୍କ ଅନୁଗତ କନିଷ୍ଠ ମାନଙ୍କୁ ସର୍ବୋତ୍କୃଷ୍ଟ ସାର କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାନ୍ତି । ମାତ୍ର ମୁଁ ତମକୁ ରୀତିମତ ଅସାର କାର୍ଯ୍ୟ ନ କରିବା ପାଇଁ କହିବି । ତମମାନଙ୍କର ତନୁ ମନ ହୃଦୟ ଫୁଲ ପରି କୋମଳ , ପାଣି ପରି ତରଳ ହେତୁ ତୁମ ଭିତରେ ହିତାହିତ ବିଚାର ଶକ୍ତିର ଅଭାବ ରହିବା ସ୍ଵାଭାବିକ । ମାତ୍ର ସେ ଅଭାବକୁ ପୂରଣ କରିବା ପାଇଁ ପ୍ରୟାସ କରୁଛି । ଏଥିରେ କେତେଦୂର ସଫଳ ମୁଁ ହେବି ତାହା ସମୟ କହିବ ।
କିଶୋର ବୟସର ପାବଚ୍ଛ ଚଢୁ ଚଢୁ କିଶୋର ମନର ଚଳଚଞ୍ଚଳତା ଯୋଗୁ ତମଭଳି କିଛି ପିଲା ଏମିତି ଅସାର କାର୍ଯ୍ୟରେ ଲିପ୍ତ ରହନ୍ତି ଯାହା ଉଲ୍ଲେଖ କରିବା ଅନୁଚିତ ମନେହୁଏ ।
ସେ ଯାହାହେଉ ତମେମାନେ ସମସ୍ତ ଅସାର ଗୁଣକୁ ବର୍ଜନ କରିବା ଭଲ । କାହିଁକିନା ଅସାର ଗୁଣ ହି ଅସାର କାର୍ଯ୍ୟରେ ପ୍ରବୃତ୍ତ କରାଇ ଅବାଟକୁ ନିଏ ।ଆଉ ତା'ର ପରିଣତି ଏତେ ଭୟାବହ ଯେ ଶୁଣିଲେ କଳିଜା ଥରେ । କାରଣ ଅସାର କାର୍ଯ୍ୟରେ ଲିପ୍ତ ଥିବା ଦୋଷୀର ସମ୍ମାନ ହାନୀ ହେବା ସ୍ଵାଭାବିକ । ପୁଣି ଦଣ୍ଡ ସ୍ଵରୂପ ଶାରୀରିକ ପୀଡ଼ା ବି ଭୋଗିବାକୁ ପଡ଼େ ତାକୁ ।
ଯିଏ ସମସ୍ତ ବଦ୍ ଗୁଣକୁ ବର୍ଜନ କରେ , ତେବେ ସେ ସଦ୍ ଗୁଣରେ ବିମଣ୍ଡିତ ହୁଏ । ଆଉ ତା'ର ଆଚରଣ ତାକୁ ବଡ଼ ଲୋକ କରାଇବା ସାଙ୍ଗକୁ , ମହାମାନବର ମାନ୍ୟତା ଦିଏ । ତେଣୁ ତମେମାନେ ନିଜକୁ ହେୟ ମନେ ନ କରି , ଆଜିଠାରୁ ହିଁ ସ୍ବପ୍ନ ଦେଖ ମହାମାନବ ହେବାପାଇଁ । ଅତୀତକୁ ଫେରି ଚାହିଁଲେ ଅବଗତ ହୁଏ ଯେ ଇତିହାସ ଆଇନାରେ ଯେଉଁ ମାନଙ୍କର ଗୁଣ ଗାରିମା ଜାଜ୍ଜ୍ବ ଲମାନ , ଯେଉଁ ମାନେ ସମଗ୍ର ମାନବ ସମାଜର ମାନସ ପଟରେ ସ୍ମୃତିର ଜହ୍ନ ହୋଇ ରହିଛନ୍ତି । ସେହି ଅମର ପୂଜ୍ୟ ପୂର୍ବଜ ମହାମାନବ ଗଣ ତମ ଭଳି ଶିଶୁ ହୋଇଥିଲେ ସେଦିନ । ତମେମାନେବି ନିରଳସ ପୁରୁଷାର୍ଥ ଦ୍ବାରା ସେମାନଙ୍କ ଭଳି ଚିର ସ୍ମରଣୀୟ ହୋଇପାରିବ ଆଗାମୀ ଦିନରେ । ଭବିଷ୍ୟତରେ ତମେମାନେ ଯଦି ବଡ଼ଲୋକ ହୁଅ ତେବେବି ଭଲ ଲୋକ ହେବାପାଇଁ ପ୍ରୟାସ କରିବାକୁ ଯେମିତି ଭୁଲି ନ ଯାଅ । କାହିଁକିନା ଭଲ ଲୋକ ହେବା କଷ୍ଟସାଧ୍ୟ ।
ଭଲ ଲୋକମାନେ କହନ୍ତି ଇତରମାନଙ୍କ ପ୍ରତି ଦୟାଭାବ ପୋଷଣ କରିବା , ଅନ୍ୟର ଦୁଃଖରେ ଦୁଃଖି ହେବା , ଦରଦୀର ଦରଦ ବୁଝିବା , ଦୋଷାବହ ନୁହେଁ । ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ନ କରିବା , ଭିରୁତାକୁ ଆପଣାଇବା ଦୋଷାବହ ।
ତେଣୁ ତମେ ଭବିଷ୍ୟତରେ ଭିରୁତାକୁ ବଧ କରି ବୀରତ୍ବ ପ୍ରତିପାଦନ କରିବ । ଅନ୍ୟାୟ ବିରୁଦ୍ଧରେ ହେଉ ବା ଧର୍ମ ସପକ୍ଷରେ ଅଥବା ମାନବ ସମାଜର ହିତରେ ଯେଉଁ ବୀରମାନେ ସଂଗ୍ରାମ ଜାରି ରଖିଥାନ୍ତି ସେମାନଙ୍କର ଲାଭ ହିଁ ଲାଭ ଜୟ ପରାଜୟ ଉଭୟରେ ।
ଏକଥା ମୁଁ କହୁନାହିଁ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନକୁ କହିଛନ୍ତି - "ହତୋବା ପ୍ରପ୍ ସ୍ଯସି ସ୍ବର୍ଗଂ ଜିତ୍ଵବା ଭୋକ୍ଷ୍ୟସେ ମହୀମ୍ । "
( ଗୀତା- ୨୩୭ )
ଅର୍ଥାତ୍ ଜଗତ ହିତରେ ଯୁଦ୍ଧ କରୁ କରୁ ଯଦି ବୀରଗତି ପ୍ରାପ୍ତ ହୁଏ ତେବେତ ସ୍ଵର୍ଗଲାଭ ହେବ । ଯଦିବା ଯୁଦ୍ଧରେ ବିଜୟ ପ୍ରାପ୍ତ କରେ ତେବେତ ବିଶ୍ୱ ସମ୍ରାଟ ହେବ । ଏହି ଦୃଷ୍ଟିରୁ ବିଚାର କଲେ ଭୀରୁତାକୁ ବଧ କରିବା ଉଚିତ ମନେ ହୁଏନି କି ?
ଉତ୍ତର କେବଳ ଦିବ୍ୟ ବିଚାର ଦ୍ୱାରା ହିଁ ସମ୍ଭବ ହୋଇପାରେ ।
ଦିବ୍ୟବାଣୀ
ଦିବ୍ୟାଭିପ୍ରାୟ
ହେ ସ୍ବପ୍ନ ସାମ୍ରାଜ୍ୟର ଭାବୀ ସମ୍ରାଟ ମାନେ , ତମମାନଙ୍କ ମନକୁ ଛୁଇଁଲା ଭଳି ଏମିତି ସନ୍ଦେଶ ଶୁଣାଇବି , ଯେଉଁଥିରେ ଗୋଟେ ଦରଦୀ ସୁମନ କଳିକାର କଥା ବାରି ହେବା ସାଙ୍ଗକୁ ତମମାନଙ୍କ ପାଇଁ ଶିକ୍ଷଣୀୟ ହେବ ।
ଏମିତି ଗୋଟିଏ ଗାଆଁ ଯେଉଁ ଗାଆଁର ମାନବୀୟ ମହକ ଦିଗନ୍ତ ବ୍ୟାପୀ । ସେ ଗାଆଁ ମୁଣ୍ଡରେ ଏକ ବିଦ୍ୟାଳୟ ବିଦ୍ୟମାନ ଯାହାର ନାମ ଉତ୍ତରାୟଣୀ ଉଚ୍ଚ ବିଦ୍ୟାଳୟ । ସେଠାରେ ଛୁଟିଦିନ ମାନଙ୍କ ବ୍ୟତିରେକ ମୁଖ୍ୟ ଫାଟକ ବାହାରେ ନିୟମିତ ଜଣେ ବୃଦ୍ଧା ବାଦାମ , ସୁପୁଲ , ଦାନ୍ତକିଲି ଆଦି ବିକ୍ରି କରୁଥାଏ , ଯାହା ସେଠିକାର ଛାତ୍ର ଛାତ୍ରୀମାନେ କିଣୁଥାଆନ୍ତି । ହେଲେ ସୁଭାଷିନୀ ନାମିନୀ ଛାତ୍ରୀଟିକୁ ଦେଖିଲେ ବୃଦ୍ଧା ଜଣଙ୍କର ଆଖି ଓଦାହୁଏ ଲୁହରେ । ଆଉ ସେ ଲୁହ ରକ୍ତ ସମ୍ପର୍କର ଘନିଷ୍ଠତାକୁ ସୂଚାଉଥାଏ ।
ଏକଦା ଏମିତି କାହିଁକି ହୁଏ ଏହାର କାରଣ କ'ଣ ଜାଣିବା ପାଇଁ ଜିଜ୍ଞାସା ଜାତ ହେଲା ସୁଭାଷିନୀର ମନରେ । ସେଦିନ ବିଦ୍ୟାଳୟ ଛୁଟି ହେଲା ପରେ ସୁଭାଷିନୀ ଘରେ ପହଞ୍ଚୁ ପହଞ୍ଚୁ ତା ବୋଉକୁ ପଚାରିଲା ସେ ବୃଦ୍ଧା ଜଣଙ୍କର କଥା । ତା ’ ବୋଉ ବିରକ୍ତ ନ ହୋଇ ବୃଦ୍ଧା ଜଣକର ବୃତ୍ତାନ୍ତ ବୁଝାଇଲା ସୁଭାଷିନୀକୁ । ମାତ୍ର ତା ବୋଉ କିଛି ଲୁଚାଇଲା ଭଳି ଅନୁଭବ ହେଲା ସୁଭାଷିନୀକୁ । ତଥାପି ସେ କହିଲା- ସେ ବୃଦ୍ଧା ଜଣଙ୍କୁ ଆମ ଘରକୁ ଆଣିଲେ କ'ଣ ଅସୁବିଧା ହେବକି ?
ସୁଭାଷିନୀର କଥା ଶୁଣି ତା ବୋଉ କିଛି କ୍ଷଣ ନିରବଦ୍ରଷ୍ଟା ପରି ସୁଭାଷିନୀର ମୁହଁକୁ ଚାହିଁ ଭାବୁଥିଲା ଏତେ କଅଁଳ ବୟସରୁ ଏଡ଼େ ଉଦାର ଭାବ ! ନିରବତା ଭଙ୍ଗ କରି ଭାବନା ରାଜ୍ୟରୁ ଫେରୁ ଫେରୁ ସୁଭାଷିନୀର ମୁଣ୍ଡକୁ ଆଉଁଷି ସ୍ନେହରେ : କୋଳାଇ ନେଉ ନେଉ ସୁଭାଷିନୀକୁ କ'ଣ ଜବାବ ଦେବ ସେ କଥା ଭାବୁଥିଲେ ସୁଭାଷିନୀର ବୋଉ ।
ଦୈବଯୋଗକୁ ସେତିକି ବେଳେ ସୁଭାଷିନୀର ବାପା ଆସି ପହଞ୍ଚିଲେ । ମାଆ ଓ ଝିଅର ବିଷର୍ଣ୍ଣ ବଦନ ଦେଖି ଚିନ୍ତାର କାରଣ କ'ଣ ବୋଲି ପଚାରିବାରୁ ସୁଭାଷିନୀର ବୋଉ ସେ ବୃଦ୍ଧା ଜଣଙ୍କର କଥା କହିଲେ । ଯାହା ସୁଭାଷିନୀର ବାପାଙ୍କୁ ଭଲ ଭାବେ ଜଣା ଥିଲା ।
ସୁଭାଷିନୀର ଅଭିପ୍ରାୟକୁ ବୁଝି ତା ' ବାପା ଓ ବୋଉ ଉଭୟେ କିଛି କ୍ଷଣ ଇସାରାରେ କଥା ହେଲେ ଆଉ ତା'ପରେ ସୁଭାଷିନୀକୁ କହିଲେ କାଲିକି ବିଦ୍ୟାଳୟରୁ ଫେରିଲା ବେଳେ ତାକୁ ସାଙ୍ଗରେ ଆଣିକି ଆସିବୁ ।
ତା ' ପରଦିନ ଯୋଜନା ମୁତାବକ ବିଦ୍ୟାଳୟ ଛୁଟି ହେଲା ପରେ ସେ ବୃଦ୍ଧା ପାଖକୁ ଯାଇ ବାଦାମ୍ କିଣୁ କିଣୁ ସୁଭାଷିନୀ ପଚାରିଲା ତମ ଆଖିର ଲୁହ କେବେ ଶୁଖୁଛି କହିଲ ଦେଖି । ବୃଦ୍ଧା କହିଲେ ସବୁବେଳେ ମୋ ଆଖି ଶୁଖିଲା ରହେ କେବଳ ତତେ ହିଁ ଦେଖିଲେ ଓଦା ହୁଏ ମୋ ଆଖି ।
କାହିଁକିନା ତୋ ଭଳି ମୋର ନାତୁଣୀଟି ଥିଲା । ସେଦିନର ଘୂର୍ଣିବାତ୍ୟାରେ ସିଏ ନିଖୋଜ ନ ହୋଇଥିଲେ ଆଜି ତୋ ବୟସର ହୋଇ ମୋ ପାଖରେ ଥାଆନ୍ତା । ଆଉ ତୋ ଭଳି ପାଠ ପଢୁଥାନ୍ତା । ତାକୁ ହରାଇଥିବାରୁ ତୁ ତା ଭଳିଆ ହୋଇଥିବାରୁ ତତେ ଦେଖିଲେ ତା ଛବି ଲୁହ ହୋଇ ନିଗୁଡ଼ୁଛି ମୋ ଆଖିରୁ ।
ବୃଦ୍ଧାର ପାଟିରୁ କଥା ଛଡ଼ାଇ ସୁଭାଷିନୀ କହିଲା ମୁଁ ତ ସିଏ ତମେ ଯାହା ପାଇଁ କାନ୍ଦୁଛି । ସୁଭାଷିନୀର କଥାରେ ଭାବବିଭୋର ହୋଇ ବୃଦ୍ଧା କହିଲେ ସତରେ କ'ଣ ତୁ ସିଏ । ବୃଦ୍ଧାର ଆଖିର ଲୁହ ପୋଛି ପୋଛି ସୁଭାଷିନୀ କହିଲା ହଁ .. ହଁ ... ହଁ ମୁଁ ସିଏ ।
ବାସ୍ତବତା ଏହା ଯେ ସତରେ ସେ ବୃଦ୍ଧା ଜଣଙ୍କର ନାତୁଣୀ ସୁଭାଷିନୀ । ସେ ଯେଉଁ ଦୁଇଜଣଙ୍କୁ ବାପା ବୋଉ ମାନିଛି ସେ ଦୁଇଜଣ ତା’ର ପୋଷ୍ୟ ମାତା , ପିତା । ଏକ ଦୈବି ଦୁର୍ବିପାକରେ ସୁଭାଷିନୀର ପରିବାର ବିଚ୍ଛିନ୍ନ ହୋଇ ଯାଇଥିଲା । ଏକ ଭଗ୍ନାବଶେଷ ମାଟି ଝାଟି କୁଟୀରରୁ ସୁଭାଷିନୀକୁ ଭଦ୍ଧାର କରିଥିଲେ ସେମାନେ । ଯେଉଁମାନଙ୍କୁ ବାପା ବୋଉ ସମ୍ବୋଧନ କରୁଛି ସୁଭାଷିନୀ ।
ଉପରୋକ୍ତ ଭକ୍ତି ଥିଲା ଗତକାଲିର ବିଷୟ । ହେଲେ ଆଜି ସୁଭାଷିନୀ ବିଦ୍ୟାଳୟରୁ ଫେରିବା ବିଳମ୍ବ ହେବା ହେତୁ , ତା’ର ପୋଷ୍ୟ ପିତା ତାକୁ ଖୋଜି ଖୋଜି ଯାଇ ପହଞ୍ଚିଲା ସେଇଠି , ଯୋଉଠି ସେ ବୃଦ୍ଧା ସହିତ ଥିଲା ସୁଭାଷିନୀ । ଆଉ ତା'ପରେ ସେ ବୃଦ୍ଧାଙ୍କୁ ସୁଭାଷିନୀକୁ ଘରକୁ ଆଣିଲାପରେ ସବୁ ସତ କଥା କହିଲେ ସୁଭାଷିନୀର ବାପା ।
*******



👍👍👍👍👍👍👍
ReplyDelete