ସରସ୍ଵତୀ ବନ୍ଦନା
( ମାଠ ରାମାୟଣ ବୃତ୍ତେ )
କମଳା ସନ ସୂତା କମଳା କାନ୍ତଜୟା ।
କହୁଛି ଶୁଣ ମା'ଗୋ ମୋ ଅଭିଳାଶ ଯାହା ॥
କବିତ ନୁହେଁ ମୁହିଁ କବିତା ଲେଖିବାକୁ ।
କରେ ଲେଖନୀ ଧରି ସ୍ମରେ ତବ ନାମକୁ ॥
କରି ପାତି ମାଗୁଛି ସହୃଦେ ବିଦ୍ୟାଦାନ ।
କାର ମାଗୋ ଇଶ୍ଵରୀ ଶୁଣି ମୋ ନିବେଦନ ॥
କଣ୍ଠେ ବିଜେ କରି ମୋ କର୍ଣ୍ଣେ ପଦକୁ ପଦ ।
କହିଦିଅ ଜନନୀ ନ ହୋଇଣ ବିଷାଦ ॥
କୃପା ନ ହେଲେ ତୋର ପଣ୍ଡିତ ମୁକ ହୋଇ ।
କୃପାମୟୀ ଗୋ କୃପା କର ସୁଦୟା ବହି ॥
କାଳି ଦାସକୁ ଯାଚିଦେଲ ଅଶେଷ ଜ୍ଞାନ ।
କୁଣ୍ଠିତ ନ ହୋଇ ମୋ ଆଶା କରାଅ ପୂର୍ଣ୍ଣ ॥
କୃପାଗ୍ନିରେ ଅଜ୍ଞାନ ତୁରନ୍ତ ଜାଳିଦିଅ ।
କରୁଣା ବାରି ଲୋକ ହୀତରେ ଢ଼ାଳିଦିଅ ।।
କାଳେ କାଳେ ତ୍ରିଲୋକେ ହେଉଅଛୁ ପୂଜିତା ।
କେହିନାହିଁ ତ୍ରିପୁରେ ତୋରପରି ପଣ୍ଡିତା ॥
କମଳପାଦେ ତୋର ନତ ମସ୍ତକ ହୋଇ ।
କୋଟିଏ ପ୍ରଣତି ତୋ ଚରଣେ ଢ଼ାଳି ଦେଇ ॥
କବିଗଣେ ତୋ କୃପା ଦାନରେ ଯଶବାନ ।
କରୁଣା ଭିକ୍ଷା ମାଗେ ଅଧମ ବୃନ୍ଦାବନ ॥
Comments
Post a Comment