୧-ଲେଖିଲ ଦେଖି
ତିନୋଟି ଅକ୍ଷରେ ଗୋଟିଏ ଶଦ୍ଦ
କଞ୍ଚା ଅରନ୍ଧା ଅର୍ଥ ବୁଝାଇବ ।
ପ୍ରଥମ ଦ୍ବିତୀୟ ଅକ୍ଷର ଲେଖ
ବଡ଼ ଭଉଣୀକୁ ଭକ୍ତିରେ ଡାକ ।
ଦ୍ବିତୀୟ ତୃତୀୟ ଯେବେ ଲେଖିବ
ପଚିବା ରାନ୍ଧିବା ଅର୍ଥ ହୋଇବ ।
ତୃତୀୟ ପରେ ଦ୍ବିତୀୟ ଲେଖିଲେ
ତୂଳାର ଅନ୍ୟାର୍ଥ ବୁଝିବ ପିଲେ ।
ସବୁ ଶଦ୍ଦ ଅର୍ଥ ଯିଏ କହିବ
ସିଏ ଭାଷା ତତ୍ତ୍ୱ ବୁଝି ପାରିବ ।
ଉତ୍ତର: ଅପାକ
୨-ତମେ ଜାଣିଛ !
ତିନୋଟି ଅକ୍ଷରେ ଶଦ୍ଦଟି ସିନା
ତା କବଳେ ଲୋକେ ହୁଅନ୍ତି ବଣା ।
ପ୍ରଥମ ଦ୍ବିତୀୟ କହୁଛ ଯାହା
ଜୀବିକା ନିର୍ବାହର ଅର୍ଥ ତାହା ।
ଦ୍ବିତୀୟ ତୃତୀୟ ଅକ୍ଷର ଦୁଇ
ବାରଣ ଅର୍ଥକୁ ବୁଝାଉ ଥାଇ ।
ଦ୍ବିତୀୟ ପରେ ପ୍ରଥମ ରଖିଲେ
ଶସ୍ୟଟିର ନାମ ହେବରେ ପିଲେ ।
କାମନା ଅଟେ ଦୁଃଖର କାରଣ
ବୁଦ୍ଧଦେବ ତାକୁ କଲେ ବାରଣ ।
ଏମିତି ଅନେକ ମହତ୍ ବାର୍ତ୍ତା
ଯେ ବୁଝେ ସେ ହେବ ଜଗତଜିତା ।
ଉତ୍ତର: କାମନା
୩-ପଢ଼ି ପାରିବ !
ତିନୋଟି ଅକ୍ଷରେ ଗୋଟିଏ ଶଦ୍ଦ
ଶଦ୍ଦଟିର ଅର୍ଥ ପ୍ରାସାଦ ହେବ ।
ପ୍ରଥମ ଦ୍ବିତୀୟ ସଂଯୋଗ କର
ସମଷ୍ଟି ସଂସାର ଅର୍ଥଟି ତା'ର ।
ଦ୍ବିତୀୟ ତୃତୀୟ ଅର୍ଥ ଯାହା
ଜଙ୍ଗଲର ଅନ୍ୟ ନାମଟି ତାହା ।
ଦ୍ବିତୀୟ ରଖିଲେ ତୃତୀୟ ପରେ
ନୂତନର ଅର୍ଥ ପ୍ରକାଶ କରେ ।
ତୃତୀୟ ପରେ ରଖିଲେ ପ୍ରଥମ
ଶଦ୍ଦଟି ହେବ ଆକାର ନାମ ।
ଜାଣିରଖ ନିମ୍ନ ଶଦ୍ଦର ଭାବ
ଭବିଷ୍ୟତେ ତୁମେ ଗଢ଼ି ପାରିବ !
ଉତ୍ତର: ଭବନ
୪-ନିର୍ଭୀକ ହୁଅ
ତିନୋଟି ଅକ୍ଷରେ ନାମଟି ତା'ର
ଜନ ଜିବନକୁ କରେ ଅସ୍ଥିର ।
ଦ୍ବିତୀୟ ପରେ ପ୍ରଥମକୁ ଥୁଅ
ବୟସର ଅନ୍ୟ ନାମଟି କୁହ ।
ଦ୍ବିତୀୟ ତୃତୀୟ କହିବ ଯାହା
ବଂଶ ଓ ଜାତିର ଅର୍ଥବି ତାହା ।
ପ୍ରଥମ ତୃତୀୟ ଯୋଡ଼ିଲା ପରେ
ଛଳନାର ଅର୍ଥ ପ୍ରକାଶ କରେ ।
ଛୁଇଁ ପାରିନି ଛଳନା ଯାହାକୁ
ସିଏ ଜିଣି ପାରିବ ଆଶଙ୍କାକୁ ।
ଉତ୍ତର: ଆକୁଳ
୫-କହି ପାରିବନା ?
ତିନୋଟି ଅକ୍ଷରେ ତାହାର ନାମ
କପାଳ ମଧ୍ୟରେ ପାଏ ସେ ସ୍ଥାନ ।
ପ୍ରଥମ ଦ୍ବିତୀୟ କର ସଂଯୋଗ
ତୈଳ ଜାତିୟ ଶସ୍ଯକୁ ବୁଝ ।
ତୃତୀୟ ଉପରେ ଦ୍ବିତୀୟ ରଖ
ଯନ୍ତ୍ର ଚାଳିତ ସେ ଶଦ୍ଦର ଅର୍ଥ ।
ତୃତୀୟ ପ୍ରଥମ ଯୋଡ଼ିଦେଲେ
ନିକଟର ଅର୍ଥ ବୁଝିବ ପିଲେ ।
ଏହାର ନାମଟି ଯିଏ କହିବ
ଉତ୍ତମ ଉପାଧି ସିଏ ପାଇବ ।
ଉତ୍ତର: ତିଳକ
୬-କିଏ ସେ ?
ପର୍ବ ପର୍ବାଣିରେ ଅନେକ ଘରେ
ତିଆରି ହୁଏ ସେ ତିନି ଅକ୍ଷରେ ।
ପ୍ରଥମ ଦ୍ବିତୀୟ ଯଦି ଯୋଡ଼ିବ
ପ୍ରତି ସକାଳୁ ତା ରାବ ସୁଣିବ ।
ପ୍ରଥମ ତୃତୀୟ ଦୁଇ ଅକ୍ଷର
ଦୋଷୀ ବନ୍ଧା ହୁଏ ତା'ର ଭିତରେ ।
ତୃତୀୟ ପରେ ପ୍ରଥମ ରଖିଲେ
ପୁର୍ଣ୍ଣିମା ରାତିକୁ ବୁଝିବ ପିଲେ ।
ଦ୍ବିତୀୟ ପରେ ପ୍ରଥମକୁ ରଖ
ବାପାଙ୍କର ସାନ ଭାଇକୁ ଡାକ ।
କିଏ ସେ ଯାହାକୁ ଅତି ଆଦରେ
ଗଢ଼ନ୍ତି ଲୋକେ ପର୍ବ ପର୍ବାଣିରେ ।
ଉତ୍ତର: କାକରା
୭-କହି ପାରିବ ?
ମୋଟା ଫୁଲ ହାରର ନାମ ଯାହା
ତିନୋଟି ଅକ୍ଷରେ ଲେଖିବ ତାହା ।
ପ୍ରଥମ ଦ୍ବିତୀୟ ଯେବେ ଲେଖିବ
ହାତୀର ଅନ୍ୟ ନାମଟି ବୁଝିବ ।
ପ୍ରଥମ ତୃତୀୟ ଅକ୍ଷର ଜଣ
ପାଣିରଖା ଧାତୁ ପାତ୍ରର ନାମ ।
ତୃତୀୟ ପରେ ପ୍ରଥମ ରଖିଲେ
ଅଶକ୍ତିର ଅର୍ଥ ବୁଝାବ ପିଲେ ।
ଦ୍ବିତୀୟ ତୃତୀୟ ମିଶିଲେ ଯାହା
ବାର୍ଦ୍ଧକ୍ଯର ଅର୍ଥ ବୁଝିବ ତାହା ।
ଏହିଭଳି କିଛି ଶବଦ ଖେଳ
ଶ୍ରଦ୍ଧାରେ ଖେଳିବା ହୋଇଣ ମେଳ ।
ଉତ୍ତର: ଗଜରା
୮-ପୁରାଣ କଥା
ପୁରାଣ କହେ ଶିବଙ୍କ ଧନୁର
ନାମଟି କେବଳ ତିନି ଅକ୍ଷର ।
ପ୍ରଥମ ତୃତୀୟ ବେନି ଅକ୍ଷର
ଯା' ନାମ ତା' ଧ୍ବନି ଅଟେ ମଧୁର ।
ଦ୍ବିତୀୟ ତୃତୀୟ ଅକ୍ଷର ଦୁଇ
ନାସିକାର ଅନ୍ୟ ନାମଟି କହେ ।
ତୃତୀୟ ଦ୍ବିତୀୟ ଅକ୍ଷର ଯାହା
ଛିଣ୍ଡା ବସନକୁ କହୁଛି ତାହା ।
ତୃତୀୟ ପରେ ପ୍ରଥମ ରଖିବ
ମାଙ୍କଡ଼ର ଅନ୍ୟ ନାମ କହିବ ।
ଶ୍ରଦ୍ଧାର ସହିତ ପୁରାଣ କଥା
ଜାଣିଗଲେ ହେବ ଜଗତଜିତା ।
ଉତ୍ତର: ପିନାକ
୯-ଚେଷ୍ଟା କଲେ ପାରିବ
ଜାତିର ନାମ ତା' ତିନି ଅକ୍ଷର
ଲୁହା କାମ କରେ ସେ କାରିଗର ।
ପ୍ରଥମ ଦ୍ବିତୀୟ ଅକ୍ଷର ମିଶି
ପ୍ରଥମ ଛେଦର ନାମ କହନ୍ତି ।
ତୃତୀୟ ପରେ ଦ୍ବିତୀୟ ଥୋଇବ
ଲକ୍ଷ୍ମୀଙ୍କର ଅନ୍ୟ ନାମ ବୁଝିବ ।
ଦ୍ବିତୀୟ ତୃତୀୟ ମିଶି କହନ୍ତି
କାମଦେବଙ୍କର ଅନ୍ୟ ନାମଟି ।
କେବଳ ଦ୍ବିତୀୟ ଅକ୍ଷର ଗୋଟି
ଜନନୀଙ୍କ ସମ୍ବୋଧନ କରୁଛି ।
ଉପାସ୍ଯମାନଙ୍କ ଆଶିଷ ନିଅ
ପ୍ରତୋକ ଧାଡ଼ିର ଅର୍ଥ ବୁଝାଅ ।
ଉତ୍ତର: କମାର
୧୦-କହି ପାରିବ ଯେ
ତିନୋଟି ଅକ୍ଷରେ ଶଦ୍ଦଟି ହେବ
ରୁଚିର ଋତୁକୁ ବୁଝାଉଥିବ ।
ପ୍ରଥମ ଦ୍ବିତୀୟ ମିଶିଲା ପରେ
ନାରାଚର ଅର୍ଥ ପ୍ରକାଶ କରେ ।
ପ୍ରଥମ ତୃତୀୟ ବେନି ଅକ୍ଷର
ମିଶି ହୁଏ ଅର୍ଥ ଶହେ ସଂଖ୍ୟାର ।
ପାଠ ପଢ଼ିବାରେ ପ୍ରବୃତ୍ତ ରୁହ-
ବୋଲି କହନ୍ତି ଦ୍ବିତୀୟ ତୃତୀୟ ।
ତୃତୀୟ ଦ୍ବିତୀୟ ଯୋଗ କରିବ
ସମୟର ଅନ୍ୟ ଅର୍ଥ ବୁଝିବ ।
ଅବୁଝା ପଣକୁ ବିଦାୟ ଦିଅ
ଉପର ଧାଡିର ଅର୍ଥଟି କୁହ ।
ଉତ୍ତର: ଶରତ
୧୧-କିଏ କହିବ
ତିନୋଟି ଅକ୍ଷର ନାମ ତାହାର
ମଧୁର ମହକେ ଫୁଲଟି ତା'ର ।
ପ୍ରଥମ ଦ୍ଵିତୀୟ ଯାହା ବୁଝାଏ
ମହୁମାଛି ଦ୍ବାରା ତିଆରି ହୁଏ ।
ତୃତୀୟ ଦ୍ଵିତୀୟ ଦୁଇ ଅକ୍ଷର
କହେ, ତା'ର ଅର୍ଥ ଲେଖ ରୁଧିର ।
ପ୍ରଥମ ତୃତୀୟ କର ମିଶ୍ରଣ
କହିପାର ତାକୁ ପହିଲିମାନ ।
ଏହାର ନାମକୁ କହିବ ଯିଏ
ସିଷ୍ଟଭାଷୀ ମାନ୍ୟ ପାଇବ ସିଏ ।
ଉତ୍ତର: ମହୁଲ
୧୨-ଜିଜ୍ଞାସୁ ହୁଅ
ତିନୋଟି ଅକ୍ଷର ନାମଟି ମୋର
ରଥ ଚାଳକ ମୁଁ ବିଚାର କର ।
ଦ୍ଵିତୀୟ ତୃତୀୟ ଯାହା ବୁଝାଏ
ରଥାରୂଢ଼ ଯୋଦ୍ଧାକୁ କୁହାଯାଏ ।
ପ୍ରଥମ ଦ୍ଵିତୀୟ ମିଶିଲେ ଯାହା
ନିର୍ଯ୍ୟାସ ଅର୍ଥକୁ ବୁଝାଏ ତାହା ।
ଦ୍ୱିତୀୟ ପରେ ପ୍ରଥମକୁ ରଖ
ପୃଥିବୀର ଅର୍ଥ 6ହାଇବ ଦେଖ ।
ପ୍ରଥମ ତୃତୀୟ ଏକତ୍ର କଲେ
ସଙ୍ଗ ବୋଲି ତମେ ବୁଝିବ ପିଲେ ।
ଏମିତିଅ ଅକ୍ଷର ଶବଦ ଖେଳ
ଖେଳୁ ଖେଳୁ ବଢ଼େ ଜିଜ୍ଞାସା ବଳ ।
ଉତ୍ତର: ସାରଥି
୧୩-ପାରିବନା !
ତିନୋଟି ଅକ୍ଷରେ ନାମ ତାହାଙ୍କ
ତାଙ୍କୁ ଜାଣିଛୁନ୍ତି ଅନେକ ଲୋକ ।
ପ୍ରଥମ ଦ୍ଵିତୀୟକୁ ଯୋଡ଼ିଦେବ
କାବ୍ୟ ସ୍ରଷ୍ଟା ବୋଲି ତାକୁ ବୁଝିବ ।
ପ୍ରଥମ ତୃତୀୟ କରିବ ଯୋଗ
ହାତ ବୋଲି ତାକୁ ବୁଝିବ ଆଗ ।
ତୃତୀୟ ଦ୍ଵିତୀୟ ଅକ୍ଷର ଦୁଇ
ସୂର୍ଯ୍ୟଙ୍କର ଅନ୍ୟ ନାମଟି କହି ।
ଦ୍ବିତୀୟ ତୃତୀୟର ସମିଶ୍ରଣ
ସାହସୀ ସଂଗ୍ରାମୀ ଯୋଦ୍ଧାଙ୍କ ନାମ ।
ତୁମେ ବି ସାହସୀ ସଂଗ୍ରାମୀ ହୋଇ
ଭୀରୁତାକୁ ବଧ କର ହେ ଭାଇ ।
ଉତ୍ତର: କବିର
୧୪-ଜାଣିଛ କି ତାକୁ
ତିନୋଟି ଅକ୍ଷରେ ନାମଟି ସିନା
ତ'ର କଳେବର ମାପି ହୁଏନା ।
ପ୍ରଥମ ଦ୍ଵିତୀୟ ବେନି ଅକ୍ଷର
ସମୀପର ଅର୍ଥ କରେ ପ୍ରଚାର ।
ପ୍ରଥମ ତୃତୀୟ କର ମିଶ୍ରଣ
ପାର୍ବତୀଙ୍କ ଅନ୍ୟ ନାମଟି ଜାଣ ।
ତୃତୀୟ ପରେ ଦ୍ଵିତୀୟ ରଖିଲେ
ପରିମାଣ ଅର୍ଥ ବୁଝିବ ପିଲେ ।
ତୁଳନା କରେ ସେ ତୁଲନୀୟକୁ
ତମେ ମାନେ ଜାଣିଅଛ କି ତାକୁ ?
ଉତ୍ତର: ଉପମା
୧୫-ସତେ ନା କଣ ?
ତିନୋଟି ଅକ୍ଷରେ ଗୋଟିଏ ଜାତି
ମାଛମରା ତାଙ୍କ କୌଳିକ ବୃତ୍ତି ।
ପ୍ରଥମ ତୃତୀୟ ଯୋଗ କରିଲେ
ତା'ଅର୍ଥ ମନ୍ଥର ହେବରେ ପିଲେ ।
ତୃତୀୟ ପରେ ଦ୍ବିତୀୟ ରଖିବ
ଧ୍ବନିର ଅନ୍ୟ ଅର୍ଥଟି ବୁଝିବ ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁଇ
ଆଶୀର୍ବାଦର ଅର୍ଥଟି ବୁଝାଇ ।
ସେ ଜାତିଙ୍କ ସହ ରଖିଲେ ଭାବ
କେବେ କେବେ ମାଛ ଭଜା ପାଇବ
ଉତ୍ତର: ଧୀବର
୧୬-କହିଲ ଦେଖି
ତିନୋଟି ଅକ୍ଷରେ ନାମଟି ତା'ର
ଆଦରଣୀୟ ସିଏ ସଭିଙ୍କର ।
ପ୍ରଥମ ଦ୍ଵିତିୟ ଯାହା କହୁଛି
ତାହା କଳହର ଅନ୍ୟ ଅର୍ଥଟି ।
ତୃତୀୟ ପରେ ଦ୍ଵିତୀୟକୁ ରଖ
ଲେଖନ୍ତି ମୁନରୁ ଝରୁଛ ଦେଖ ।
ମେଲାଣି ନିଅନ୍ତେ ରଜନୀ ରାଣୀ
ତୃତୀୟ ପ୍ରଧମ ରାବନ୍ତି ଜାଣି ।
ଏହାର ନାମଟି କହିବ ଯିଏ
ସଭିଙ୍କର ପ୍ରିୟ ହେଇବ ସିଏ ।
ଉତ୍ତର: କଳିକା
୧୭-ଚାହିଁଲେ ହୋଇପାରେ
ତିନେଟି ଅକ୍ଷରେ ତାହାର ନାମ
ସୈନିକଙ୍କର ସେ ବିଶ୍ରାମ ସ୍ଥାନ ।
ପ୍ରଥମ ପରେ ତୃତୀୟ ଥୋଇବ
ସେ ଶବ୍ଦର ଅର୍ଥ ମସ୍ତକ ହେବ ।
ଦ୍ଵିତୀୟ ପ୍ରଥମ କହୁଛି ଯାହା
ତର୍ଜନି ଆଙ୍ଗୁଠିକୁ କହୁ ତାହା ।
ତୃତୀୟ ପରେ ଦ୍ଵିତୀୟ ରଖିବ
ଛୁଟିବାରଟିର ନାମ ଜାଣିବ ।
ତୃତୀୟ ପରେ ରହିଲେ ପ୍ରଥମ
ଦଉଡ଼ିର ପ୍ରତିଶଦ୍ଦଟି ଜାଣ ।
ଏହାର ନାମଟି ଯିଏ କହିବ
ସିଏ ସଇନିକ ମୁଖିଆ ହେବ ।
ଉତ୍ତର: ଶିବିର
୧୮-ତମେ ଯିବନା
ତିନି ଅକ୍ଷରରେ ନାମଟି ଲେଖ
ଲେଙ୍କାଧିପତିକୁ ବୁଝାଉ ଥିବ ।
ପ୍ରଥମ ଦ୍ଵିତୀୟ ଅକ୍ଷର ମିଶି
ଧ୍ବନିର ଅର୍ଥଟି କହି ପାରୁଛି ।
ଦ୍ବିତୀୟ ପରେ ଲେଖିଲେ ପ୍ରଥମ
ତାହା ହେବ ଏକ ଖାଦ୍ୟର ନାମ ।
ପ୍ରଥମ ତୃତୀୟ ଅକ୍ଷର ଦୁଇ
ନିୟମର ପ୍ରତି ଶବ୍ଦଟି କହି ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁହେଁ
କାନନର ଅନ୍ୟ ଅର୍ଥଟି କହେ ।
କାନକର ଅର୍ଥ ଯିଏ କହିବ
ନନ୍ଦନକାନନ ସେ ବୁଲି ଯିବ ।
ଉତ୍ତର: ରାବଣ
୧୯-ସିଏ ଅସାର
ତିନୋଟି ଅକ୍ଷରେ ଗୋଟିଏ ଶବ୍ଦ
ଓଲଟା ପଢ଼ିଲେ ମାଳିକା ହେବ ।
ପ୍ରଥମ ଦ୍ଵିତୀୟ ଯାହା ବୁଝାଏ
ଲେଖନୀରୁ ତାହା ନିର୍ଗତ ହୁଏ ।
ତୃତୀୟ ପରେ ରଖ ଦ୍ଵିତୀୟକୁ
ଗଳାହାର କହିପାରିବ ତାକୁ ।
ପ୍ରଧମ ଅକ୍ଷର କହୁଛି ଯାହା
କାକ ମୁଖୁ ଶୁଣି ପାରିବ ତାହା ।
ତୃତୀୟକୁ ଉଚ୍ଚାରଣ କରିଲେ
ଭୟ ଲାଗେ ନାହିଁ ତା' କୋଳେ ଥିଲେ ।
କହିଦିଅ ପିଲେ ନାମଟି ମୋର
ସବୁ ସାର ମଧ୍ୟେ ମୁଁ ହିଁ ଅସାର ।
ଉତ୍ତର: କାଳିମା
୨୦-ତୁମେ ବି ହୁଅ
ତିନୋଟି ଅକ୍ଷର ଶବ୍ଦଟି ସିନା
ତାକୁ କାହାକୁ ଦେଖାଇ ହୁଏନା ।
ଦ୍ୱିତୀୟ ପ୍ରଥମ ମିଶିଲା ପରେ
ଦାନ୍ତର ଅନ୍ୟାର୍ଥ ପ୍ରକଶ କରେ ।
ପ୍ରଥମ ଦ୍ଵିତୀୟ ବେନି ଅକ୍ଷର
ବେପାର ବାଣିଜର କାରବାର ।
ଦ୍ୱିତୀୟ ତୃତୀୟ କରିବା ଯୋଗ
ଓଡ଼ିଶାର ଏକ ବିଶେଷ ପର୍ବ ।
ଉପର ଧାଡ଼ିର ଅର୍ଥକୁ ଯିଏ
ବୁଝିପାରେ ସିଏ ଦରଦୀ ହୁଏ ।
ଉତ୍ତର: ଦରଜ
୨୧-ତମେ କହିବ
ତିନୋଟି ଅକ୍ଷରେ ଗୋଟିଏ ଶବ୍ଦ
ମଧୁର ଧ୍ୱନିକୁ ବୁଝାଉ ଥିବ ।
ପ୍ରଥମ ଦ୍ଵିତୀୟ ମିଶାଇ ଲେଖ
ପଲ୍ଲବିତ ଶାଖା ମାନଙ୍କୁ ଦେଖ ।
ତୃତୀୟ ପରେ ଦ୍ଵିତୀୟ ରଖିଲେ
ଲାଲାୟିତ ଅର୍ଥ ବୁଝିବା ପିଲେ ।
ପ୍ରଥମ ତୃତୀୟ କର ମେଳଣ
ଝରଣାର ଅନ୍ୟ ନାମଟି ଜାଣ ।
ଶୀତଳ ବଳୟେ ରହିଛି ସିଏ
ତାହାର ନାମଟି କହିବ କିଏ ?
ଉତ୍ତର: ଝଙ୍କାର
୨୨-ତମେ ବି ପଢ଼ିବ
ତିନୋଟି ଅକ୍ଷରେ ନାମ ତାହାର
ବହୁତ ଲୋକଙ୍କର ବାସ ସ୍ଥଳ ।
ଦ୍ଵିତୀୟ ପ୍ରଥମର ଅର୍ଥ ଯାହା
ଦ୍ଵିତୀୟ ତୃତୀୟ ଏକତ୍ର କର
ତାଙ୍କ ପାଦେ ନିତି ମୁଣ୍ଡିଆ ମାର ।
ତୃତୀୟ ଦ୍ଵିତୀୟ ଅକ୍ଷର ଦୁଇ
ଅଟକିବା ପାଇଁ କହେରେ ଭାଇ ।
ତିନୋଟି ଅକ୍ଷର ଶବ୍ଦଟି ସିନା
ଦିନୁ ଦିନ ବଢ଼େ ତା'ର ଗରିମା ।
ତାହାର ନାମଟି କହିବ ଯିଏ
ସେହିଠାରେ ପାଠ ପଢ଼ିବ ସିଏ ।
ଉତ୍ତର: ସହର
୨୩-ବୁଝିଲଣି
ତିନୋଟି ଅକ୍ଷରେ ମୋ ନାମ ଲେଖ
ଲେଖକ ମାନଙ୍କ ମୁଁ ପ୍ରଶଂସକ ।
ପ୍ରଥମ ଦ୍ଵିତୀୟ ଅକ୍ଷର ଦୁଇ
ପଢ଼ିବାକୁ ବାଧ୍ୟ କରିବି ମୁହିଁ ।
ଦ୍ୱିତୀୟ ତୃତୀୟ ଦୁହିଁଙ୍କୁ କେବେ
ବିଶ୍ୱାସ କରିବ ନାହିଁଙ୍କୁ ଲବେ ।
ତୃତୀୟ ପ୍ରଥମ ତୁଳାର ନାମ
ତମ ପାଇଁ କହି ଦିଏ ମୁଁ ଜାଣ ।
ପ୍ରଥମ ପରେ ତୃତୀୟ ରହିଲେ
ରାନ୍ଧିବା ଅର୍ଥକୁ ବୁଝିବା ପିଲେ ।
ଉତ୍ତର: ପାଠକ
୨୪-ତମେ ବି ହୋଇପାର
ତିନୋଟି ଅକ୍ଷରେ ତାହାର ନାମ
ସ୍ଥଳ ବିଶେଷରେ ସିଏ କଠିନ ।
ପ୍ରଥମ ଦ୍ଵିତୀୟ ଲିପି ଯା' କହେ
ତା ବୁକୁରେ ପଥିକ ଚାଲୁଥାଏ ।
ତୃତୀୟ ପରେ ଦ୍ଵିତୀୟକୁ ରଖ
ପ୍ରତି ବର୍ଷ ବଡ଼ ଦାଣ୍ଡରେ ଦେଖ ।
ପ୍ରଥମ ପରେ ତୃତୀୟକୁ 6ଥାଇ
ତାକୁ ଆପଣାର କହି ନୁହଇ ।
ତାହାର ନାମଟି କହିବ ଯିଏ
ତା'ପରି ଟାଣୁଆ ହୋଇବ ସିଏ ।
ଉତ୍ତର: ପଧର
୨୫-ତୁମେ ବି ପାଇବ
ତିନୋଟି ଅକ୍ଷରେ ତା' ନାମ ହେବ
ତା' କୋଳେ ଯାହା ରଖିଲେ ରହିବ ।
ପ୍ରଥମ ଦ୍ବିତୀୟ ଅକ୍ଷର ଦୁଇ
କିଛି ଖାଦ୍ୟ ଶସ୍ୟର ନାମ କହି ।
ଦ୍ଵିତୀୟ ତୃତୀୟ ଅକ୍ଷର 6ଯାଡ଼
ଉଖୁଡ଼ା କରିବ ମିଶାଇ ଗୁଡ଼ ।
ତୃତୀୟ ପରେ ଯେବେ ପ୍ରଥମ ରହେ
ବହୁ ଲୋକ ମେଳ ସେଇଠି ହୁଏ ।
ତା' ନାମଟି କହି ପାରିବ ଯିଏ
ନିଶ୍ଚେ ଉପହାର ପାଇବ ସିଏ ।
ଉତ୍ତର: ଡାଲିଆ
୨୬-ପ୍ରତିଶଦ୍ଦ ଖୋଜ
ଚାରଟି ଅକ୍ଷରେ ଗୋଟିଏ ଶବ୍ଦ
ତା'ର ଅନ୍ୟ ଅର୍ଥ ପାତାଳ ହେବ ।
ପ୍ରଥମ ଦ୍ଵତୀୟ ବେ ନି ଅକ୍ଷର
ଅର୍ଥ ପ୍ରକାଶ କରେ ପୃଥିବୀର ।
ସପ୍ତମର ପ୍ରତି ଶବ୍ଦଟି ଯାହା
ଦ୍ଵିତୀୟ ତୃତୀୟ କହୁଛି ତାହା ।
ତୃତୀୟ ଚତୁର୍ଥ ଅକ୍ଷର ଦୁଇ
ନିମ୍ନର ଭିନ୍ନ ଅର୍ଥ କହୁଥାଇ ।
ଏହାର ତାତ୍ପର୍ଯ୍ୟ ଯିଏ କହିବ
ଇତିହାସ ତା'ର ଗୁଣ ଗାଇବ ।
ଉତ୍ତର: ରସାତଳ
୨୭-ତାକୁ ଜାଣ କି ?
ଚାରଟି ଅକ୍ଷରେ ନାମ ତାଙ୍କର
ସାହିତ୍ୟ ଜଗତେ ସିଏ ଅମର ।
ପ୍ରଥମ ଦ୍ଵିତୀୟ ଯେବେ ଯୋଡ଼ିବ
ତା'ର ପ୍ରତି ଶବ୍ଦ ଜାହ୍ନବୀ ହେବ ।
ପ୍ରଥମ ତୃତୀୟ ଉଚ୍ଚାରଣ
ନିର୍ବୁଦ୍ଧିଆ ଏକ ପଶୁର ନାମ ।
ତୃତୀୟ ଚତୁର୍ଥ ବୁଝିଏ ଯାହା
ଧାରଣ କର୍ମକୁ ବୁଝାଏ ତାହା ।
ତାହାଙ୍କ ନାମଟି କହିବ ଯିଏ
ମେଧାବୀ ଛାତ୍ର ବୋଲାଇବ ସିଏ ।
ଉତ୍ତର: ଗଙ୍ଗାଧର
୨୮-ପ୍ରଣାମ କର
ଏମିତି ଚାରୋଟି ଅକ୍ଷର ଜପ
ପ୍ରଜ୍ଵଳିତ ହେବ ଜ୍ଞାନ ପ୍ରଦୀପ ।
ପ୍ରଥମ ଦ୍ବିତୀୟ ଅକ୍ଷର ଦୁଇ
ବ୍ୟତିରେକ ଅର୍ଥ ବୁଝାଉ ଥାଇ ।
ଦ୍ୱିତୀୟ ତୃତୀୟ ଚତୁର୍ଥ କହେ
ନାଟକର ମୁଖ୍ୟ ଚରିତ୍ର ସିଏ ।
ଦ୍ବିତୀୟ ଚତୁର୍ଥ ଯେବେ ଯୋଡ଼ିବ
ନାସିକାର ଅନ୍ୟ ନାମଟି ହେବ ।
ଚତୁର୍ଥ ଦ୍ଵିତୀୟ ମିଶି ଯା' କହେ
ତା' ଦ୍ବାରା ପୋଷାକ ତିଆରି ହୁଏ ।
ଚତୁର୍ଥ ପରେ ପ୍ରଥମ ରଖିବ
କାବ୍ୟ ସ୍ରଷ୍ଟା ତାହାଙ୍କ ଯେ କହିବ ।
ଏସବୁ ମୂଳରେ ଯାହାଙ୍କ ନାମ-
ଲେଖା ଅଛି ତାଙ୍କୁ କର ପ୍ରଣାମ ।
ଉତ୍ତର: ବିନାୟକ
୨୯-କହିପାରିଲେ ହେଲା
ଚାରଟି ଅକ୍ଷରର ସମାହାର
ହରି ଆଣିବ ଭିନ୍ନ ଅର୍ଥ ତା'ର ।
ଦ୍ୱିତୀୟ ତୃତୀୟ ଚତୁର୍ଥର ଅର୍ଥ-
ଗଣିତର ଭାଗ କରିବା ସୂତ୍ର ।
ପ୍ରଥମ ପରେ ତୃତୀୟ ଲେଖିବ
ଅନ୍ୟ, ଅଥବା ଭିନ୍ନ ବୁଝାଇବ ।
ତୃତୀୟ ଚତୁର୍ଥ ମିଶିଲା ପରେ
ସଂଗ୍ରାମ ଅର୍ଥକୁ ପ୍ରକାଶ କରେ ।
ଏହାର ନାମଟି ଯିଏ କହିବ
ସିଏ ତ ବୁଦ୍ଧିମାନ ବୋଲାଇବ ।
ଉତ୍ତର: ଆହରଣ
୩୦-ତମେ ବି ପାରିବ
ଚାରଟି ଅକ୍ଷରେ ଶବ୍ଦଟି ସିନା
ହରିପାରେ ସିଏମନ ବେଦନା ।
ପ୍ରଥମ ତୃତୀୟ ମିଶାଇ ଦେବ
ମରଣଶୀଳ ତା'ର ଅର୍ଥ ହେବ ।
ଚତୁର୍ଥ ପରେ ତୃତୀୟ ରଖିଲେ
ଧାତୁର ସୁତାକୁ ବୁଝିବ ପିଲେ ।
ପ୍ରଥମ ଦ୍ବିତୀୟର ଭାବ ଯାହା
ଫୁଲରୁ ଭ୍ରମର ନେଉଛି ତାହା ।
ଦ୍ଵିତୀୟ ପରେ ପ୍ରଥମ ରଖିଲେ
ଧୂଆଁର ଅନ୍ୟାର୍ଥ ପ୍ରକାଶ କରେ ।
କହିପାରେ ଯିଏ ଏହାର ନାମ
ଦେଇପାରେ ସିଏ ମିଷ୍ଟ ଭାଷଣ ।
ଉତ୍ତର: ମଧୁରତା
୩୧-ତମେ ବି କହିପାର
ଚାରଟି ଅକ୍ଷରେ ଶବ୍ଦ ଗଢିବ
ଫେଣ୍ଟା 6ଫଣ୍ଟି କରି ଅର୍ଥ କରିବ ।
ପ୍ରଥମ ଦ୍ଵିତୀୟ ଅକ୍ଷର ମିଶି
ଚନ୍ଦ୍ରମାର ଅନ୍ୟ ନାମ କହନ୍ତି ।
ଦ୍ଵିତୀୟ ଚତୁର୍ଥ କର ମିଶ୍ରଣ
ଜାଣ ତା'ର ଅର୍ଥ ହେବ ପାଷାଣ ।
ପ୍ରଥମ ଚତୁର୍ଥକୁ ଯୋଡ଼ି ଦେଇ
ସ୍ଵାମୀ ତା' ସ୍ତ୍ରୀର ଭାଇକୁ କହି ।
ଏସବୁର ଅର୍ଥ ଯିଏ କହିବ
ସିଏ ବୁଦ୍ଧିମାନ ବେଲାଉ ଥିବ ।
ଉତ୍ତର: ଶଶୀକଳା
୩୨-ସୁଗମ ପଥ
ଚାରଟି ଅକ୍ଷରେ ଗୋଟିଏ ଶବ୍ଦ
ସବୁ ସମସ୍ୟାର ମୁଖ୍ୟ ଔଷଧ ।
ତୃତୀୟ ଚତୁର୍ଥର ଉଚ୍ଚାରଣ
ଚାଷୀଙ୍କର ମୁଖ୍ୟ ଫସଲ ଜାଣ ।
ଦ୍ୱିତୀୟ ପରେ ଚତୁର୍ଥକୁ ଥୋଇ
ତାକୁ ନ ଛାଡ଼ ଜୀବନରୁ କେହି ।
ଦ୍ଵିତୀୟ ପ୍ରଥମର ଅର୍ଥ ଯାହା
ତିରିଶ ଦିନକୁ ବୁଝାଏ ତାହା ।
ପ୍ରଥମ ଦ୍ଵିତୀୟ ଚତୁର୍ଥ ମିଶି
ଏକାପରି ଅର୍ଥ ବୁଝାନ୍ତି ହସି ।
ତୃତୀୟ ପ୍ରଥମ ଅକ୍ଷର ଦୁଇ
ଉତ୍ତାପର ପ୍ରଭାବକୁ ବୁଝାଇ ।
ୟାର ମୂଳ ଅର୍ଥ ଯିଏ କହିବ
ବଡ଼ ହେଲେ ସେ କଡ଼ ଲୋକ ହେବ ।
ଉତ୍ତର: ସମାଧାନ
୩୩-ଅଦାରଣୀୟ ହୁଅ
ଚାରଟି ଅକ୍ଷର ନାମ ଲେଥିବ
ଶ୍ରୀକୃଷ୍ଣଙ୍କ ଅର୍ଥ ବୁଝାଉଥିବ ।
ପ୍ରଥମ ଦ୍ଵିତୀୟ ଅକ୍ଷର ଦୁଇ
ପ୍ରେମ ଭକ୍ତିମଯୀ କୃଷ୍ଣଙ୍କ ସହୀ ।
ଦ୍ଵିତୀୟ ପରେ ପ୍ରଥମ ରଖିଲେ
ପ୍ରବାହ ଅର୍ଥକୁ ବୁଝିବ ଭଲେ ।
ତୃତୀୟ ଚତୁର୍ଥ ଯାହା ବୁଝାଏ
ସେ ଶବ୍ଦ ସ୍ଵାମୀଙ୍କ ପ୍ରତିକ ସିଏ ।
ଚତୁର୍ଥ ପରେ ତୃତୀୟ ରଥିଲେ
ମାରିବା ଅର୍ଥକୁ ପ୍ରକାଶ କରେ,
ଯେବେ ଯୋଡ଼ିବ ପ୍ରଥମ ଚତୁର୍ଥ
ପାଠ ସହ କିଛି ଶାଠ ଜାଣିଲେ
ସବୁଠି ଆଦର ପାଇବ ପିଲେ ।
ଉତ୍ତର: ରାଧାଧବ
୩୪-ସେ ହିଁ ନମସ୍ଯ
ବନ୍ଧୁପଣେ ସିଏ ସବୁଠୁ ଶ୍ରେଷ୍ଠ
ବିଶ୍ଵ ବ୍ରହ୍ମାଣ୍ଡରେ ସେ ହଁ ନମସ୍ୟ ।
ଚାରଟି ଅକ୍ଷରେ ତାହାଙ୍କ ନାମ-
ଲେଖି ତାଙ୍କ ପାଦେ କର ପ୍ରଣାମ ।
ପ୍ରଥମ ଦ୍ବିତୀୟ ଏକତ୍ର କଲେ
ଦରିଦ୍ର ଅର୍ଥକୁ ବୁଝିବ ପିଲେ ।
ଦ୍ଵିତୀୟ ପରେ ତୃତୀୟ ଥୋଇବ
ନୂତନର ଅନ୍ୟ ଅର୍ଥ ବୁଝିବ ।
ତୃତୀୟ ଚତୁର୍ଥର ଭାବ ଯାହା
ସ୍ଵସମ୍ପର୍କୀୟଙ୍କୁ କହୁଛେ ତାହା ।
ଏମିତି ଅକ୍ଷର ଖେଳ ଖେଳିଲେ
ସାଧାରଣ ଜ୍ଞାନ ବଢ଼ିବ ପିଲେ ।
ଉତ୍ତର: ଦୀନବନ୍ଧୁ
୩୫-ବେଳେ ବେଳେ ଖେଳିବ
ଏମିତି ଚାରଟି ଅକ୍ଷର ଲେଖ
ଯାହାକୁ କହିବ ଏକ ବରଷ ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁଇ
ଲକ୍ଷ୍ମୀଙ୍କର ଅନ୍ୟ ନାମ ବୁଝିଇ ।
ପ୍ରଥମ ତୃତୀୟ କହୁଛି ଯାହା
ସ୍ତ୍ରୀର ପ୍ରତିଶବ୍ଦ ହୁଅଇ ତାହା ।
ଚତୁର୍ଥ ଦ୍ୱିତୀୟ ସଂଯୋଗ କର
ଜଳାଶୟ ହେବ ଅର୍ଥଟି ତା'ର ।
ପ୍ରଥମ ପାଖରେ ଚତୁର୍ଥ ଥୁଅ
ଘର ବା ଲୁଗା ବୋଲି ବୁଝି ନିଅ ।
ପ୍ରଥମ ଦ୍ବିତୀୟ ମିଶିଲା ପରେ
ଦ୍ଵିଅଙ୍କ ସଂଖ୍ୟାଟି ପ୍ରକାଶ କରେ ।
ଏମିତି ଅକ୍ଷର ଶବଦ ଖେଳ
ଖେଳି ପାର ଯଦି ପାଉଛ ବେଳ ।
ଉତ୍ତର: ବାରମାସ
୩୬-ଲେଖିଲେ ହେଲା
ସଜାଇ ଚାରି ଅକ୍ଷର ଲେଖିବ
ଚିହ୍ନା ଜଣା ଅର୍ଥ ବୁଝାଉଥିବ ।
ପ୍ରଥମ ଦ୍ଵିତୀୟ କର ଏକତ୍ର
ସମ, ତୁଲ୍ୟ ହେବ ତାହାର ଅର୍ଥ ।
ତୃତୀୟ ଚତୁର୍ଥ କର ମିଶ୍ରଣ
ତାହାର ଅନ୍ୟାର୍ଥ ସମୂହ ଜାଣ ।
ପ୍ରଥମ ଚତୁର୍ଥ ଯେବେ ମିଶିବେ
ଜଳ ବା କ୍ଷୀରର ଅର୍ଥ କହିବେ ।
ଯେଉଁ ଚାରି ଅକ୍ଷର ଲେଥିବାକୁ
କୁହାଯାଇ ଅଛି ଲେଖ ତାହାକୁ ।
ସଠିକ ଅର୍ଥ ବୁଝାରବ ଯିଏ
ବଡ଼ଙ୍କ ଆଶିଷ ପାଇବ ସିଏ ।
ଉତ୍ତର: ପରିଚୟ
୩୭-ଜାଣିଛନା
ଚାରଟି ଅକ୍ଷରେ ଶବ୍ଦଟି ସିନା
ତା' ଅର୍ଥ ରାଷ୍ଟ୍ରର ପରିଚାଳନା ।
ପ୍ରଥମ ଦ୍ଵିତୀୟ କର ସଂଯୁକ୍ତ
ସେ ଶବ୍ଦର ଅର୍ଥ ହେବ ସମ୍ରାଟ |
ଦ୍ଵିତୀୟ ପରେ ପ୍ରଥମକୁ ଲେଖ
ପରିଣତ ବୟସର ସେ ଲୋକ ।
ତୃତୀୟ ଚତୁର୍ଥ ଯେବେ ମିଶାଉ
ତାକୁ ହିତାହିତ ନିୟମ କହୁ ।
ଚତୁର୍ଥ ପରେ ତୃତୀୟ ଲେଖିବ
ତୃତୀୟର ଅନ୍ୟ ଅର୍ଥଟି ହେବ ।
ପ୍ରଥମ ପରେ ଚତୁର୍ଥ ଥୋଇବ
ରଜନିର ଅନ୍ୟ ଅର୍ଥ ବୁଝିବ ।
ଯିଏ ୟାର ଅର୍ଥ ବୁଝାଇଦେବ
ସେ ଉବିଷ୍ୟତେ ପ୍ରଶାସକ ହେବ ।
ଉତ୍ତର: ରାଜନୀତି
୩୮-ପ୍ରଚୀନ କଥା
ରାଜ୍ୟ ରାଜ-ବଂଶୀୟଙ୍କ ଉପାଧି
ଚାରଟି ଅକ୍ଷରେ ତାହା ପ୍ରସିଦ୍ଧି ।
ପ୍ରଥମ ଦ୍ଵିତୀୟ ମିଶାଇ ଦେବ
ତା'ର ପ୍ରତିଶବ୍ଦ କରି (ହାତୀ) ବୁଝିବ ।
ତୃତୀୟ ଚତୁର୍ଥ ଦେଲେ ମିଶାଇ
ସ୍ୱିମୀ, ପ୍ରଭୁ ବୋଲି ବୁଝାଉଆଇ ।
ଦ୍ଵିତୀୟ ତୃତୀୟ ଯେବେ ଯୋଡ଼ିବ
ଋଷି, ସନ୍ଥ ଯାହା କରନ୍ତି ହେବ ।
ପ୍ରଥମ ତୃତୀୟ ଜେଜେ ମୁଖରୁ
ଶୁଣିଥିବ ତମେ ଶଇଶବରୁ ।
ପ୍ରଥମ ଚତୁର୍ଥର ଅର୍ଥ ମିଶି
ଗମନ ଅର୍ଥକୁ ବୁଝନ୍ତୁ ବସି ।
ରାଜ୍ୟ, ରାଷ୍ଟ୍ରର ଇତିହାସ କଥା
ଜାଣିଲେ ହୋଇବ ଜଗତ ଜିତା ।
ଉତ୍ତର: ଗଜପତି
୩୯-ସାହସି ହୁଅ
ଚାରଟି ଆକ୍ଷରେ ନାମଟି ତା'ର
ଯୁଦ୍ଧ କାଳେ ଆୟୁଧ ଯୋଦ୍ଧାଙ୍କର ।
ପ୍ରଥମ ଚତୁକ ପୋଡ଼ିକି କହୁ
ତା' କୋଳେ ବସି ନଦୀ ପାର ହେଉ ।
ଦଶରେ ଦୁଇ ମିଶିଲେ ଯାହା
ତୃତୀୟ ଦ୍ଵିତୀୟ କହୁଛି ତାହା ।
ତୃତୀୟ ଚତୁର୍ଥ ମିଶିଲା ପରେ
ଜଳର ଅନ୍ୟାର୍ଥ ପ୍ରକାଶ କରେ ।
ଏହାର ନାମଟି ଯିଏ କହିବ
ସିଏ ତ ସାହସୀ ହୋଇ ପାରିବ ।
ଉତ୍ତର: ତରବାରି
୪୦-ମାନ୍ଯତା ପାଅ
ଅନୁପମ ତା'ର ଛବି ଆଲୋକ
ଚାରଟି ଅକ୍ଷରେ ତା' ନାମ ଲେଖ ।
ପ୍ରଥମ ଦ୍ଵିତୀୟ ଲେଖିଲା ପରେ
ଦିବସର ଅର୍ଥ ପ୍ରକାଶ କରେ ।
ତୃତୀୟ ଚତୁର୍ଥ ଅକ୍ଷର କହେ
ଆପ ଶରୀରର ଅଙ୍ଗଟି ସିଏ ।
ଦ୍ଵିତୀୟ ଚତୁର୍ଥ ଯେ କେ ଲେଖିବ
ଗଣନସଂଖ୍ୟା କି ସିଏ ହୋଇବ ।
ଏହାର ଅର୍ଥଟି ଯିଏକହିବ
ବୁଦ୍ଧିମାନର ମାନ୍ୟତା ପାଇବ ।
ଉତ୍ତର: ଦିବାକର
୪୧-ଉତ୍ତମ ଗୁଣ
ଚାରଟି ଅକ୍ଷରେ ଗୋଟିଏ ଶବ୍ଦ
ତାହରେ ଅନ୍ୟ ଅର୍ଥ ଅନୁରୋଧ ।
ପ୍ରଥମ ତୃତୀୟ ଅକ୍ଷର ଦୁଇ
ନିଦ୍ରା ର ପ୍ରତି ଶବ୍ଦ ଅଟେ ସେହି ।
ଦ୍ଵିତୀୟ ପରେ ପ୍ରଥମ ରଖବ
ଦୁଇ ବୋଲି ତା'ର ଅର୍ଥ ବୁଝିବ ।
ଦ୍ଵିତୀୟ ତୃତୀୟ ଅକ୍ଷର ବେନି
ଶ୍ରୁତିର ଅନ୍ୟ ନାମଟି ବଖାଣି ।
ଦଶ ଊଣା ଶହେ ସଂଖ୍ୟାଟି ଯାହା
ଚତୁର୍ଥ ଦ୍ଵିତୀୟ କହୁଛି ତାହା ।
ଚାରଟି ଅକ୍ଷରେ ଶବ୍ଦଟ ସିନା
କରି ହୁଏ ନାହିଁ ନମ୍ରତା ବିନା ।
ଉତ୍ତର: ନିବେଦନ
୪୨-ଭେଦ ଭାବ ଊର୍ଦ୍ଧ୍ଵରେ
ତା'ର ନାମଟି ଚାରଟି ଅକ୍ଷର
ସେ କେବେ କାହାକୁ କରେନି ପର ।
ପ୍ରଥମ ଦ୍ଵିତୀୟ ଯାହା ବୁଝାଏ
ତାହାର ଅର୍ଥ ଆଧିପତ୍ୟ ହୁଏ ।
ତୃତୀୟ ଚତୁର୍ଥ ଯୋଗ କରିବ
ଘର ସାମ୍ନାପଟେ ତାକୁ ଦେଖିବ।
ପ୍ରଥମ ଚତୁର୍ଥ ଅକ୍ଷର ଦୁଇ
ବିଧବା ଅର୍ଥଟି ବୁଝାଉ ଥାଇ ।
ଦ୍ଵିତୀୟ ପରେ ଯେବେ ପ୍ରଥମ ରହେ
ବାର୍ଦ୍ଧକ୍ୟ ଅର୍ଥଟି ବୁଝାଇ ଦିଏ ।
ଏସବୁର ଅର୍ଥ ଯିଏ କହିବ
ଭବିଷ୍ୟତେ ସେ ଦାର୍ଶନିକ ହେବ ।
ଉତ୍ତର: ରାଜଦାଣ୍ଡ
୪୩-ଭକ୍ତି କର
ଚାରଟି ଅକ୍ଷରେ ନାମଟି ଲେଖ
ମାଆ ବୋଲି ଡାକ ଜୀବନ ଯାକ ।
ପ୍ରଥମ ଦ୍ବିତୀୟ ଅକ୍ଷର ଭଜା
ପଖାଳ ସାଙ୍ଗରେ ଖାଇଲେ ମଜା ।
ଦ୍ଵିତୀୟ ପ୍ରଥମ ଅକ୍ଷର ଦୁଇ
ଚାବୁକର ଅନ୍ୟ ନାମଟି କହି ।
ଉଭୟେ ଦ୍ୱିତୀୟ ଚତୁର୍ଥ ମିଶି
ହାତୀର ଅନ୍ୟ ନାମଟି କହନ୍ତି ।
କୃଷ୍ଣଙ୍କର ଏକ ପୁତ୍ରର ନାମ
ପ୍ରଥମ ତୃତୀୟ କହୁଛି ଜାଣ |
ପ୍ରଥମ ପରେ ଚତୁର୍ଥକୁ ଲେଖି
ବୁଝିବ ସେ ଗୃହ ପାଳିତ ପକ୍ଷୀ ।
ଉତ୍ତର: ଶାକମ୍ବରୀ
୪୪-ମଧୁମୟ
ମୋ ନାମ ଲେଖ ଚାରଟି ଅକ୍ଷରେ
ଫୁଲରୁ ରସ ମୁଁ ସଂଗ୍ରହ କରେ ।
ସେହି ରସରୁ ପ୍ରଥମ ଦ୍ଵିତୀୟ
କୌଶଳ କରି ମୁଁ ତିଆରି ଥାଏ ।
ତୃତୀୟ ଚତୁର୍ଥ ମୋ ଜାତି ନମ
ସେମାନଙ୍କଠୁ ମୁଁ ସ୍ଵତନ୍ତ୍ର ଜାଣ ।
ତୃତୀୟାକ୍ଷରକୁ ମାନି ଭକ୍ତିରେ
ନମ୍ରତାରେ ନିତି ପ୍ରଣାମ କରେ ।
ଚତୁର୍ଥ ଅକ୍ଷର ଗୋଟାକ ଯାହା
ଘୃଣାର ସୂଚକ ବୁଝାଏ ତାହ ।
କହିପାରେ ଯିଏ ନାମ ମୋହର
ମଧୁମୟ ହେବ ଜୀବନ ତା'ର ।
ଉତ୍ତର: ମହୁମାଛି
୪୫-ପ୍ରଶାସନ
ଚାରିଟି ଅକ୍ଷରେ ନାମଟି ସିନା
ପ୍ରଶାସନ ମାନେ ତା'ର ନମୁନା ।
ପ୍ରଥମ ଦ୍ଵିତୀୟ ଅକ୍ଷର ଦୁଇ
ଡାହାଣର ବାପରିତଟି ସେହି ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁହେଁ
ମଦ୍ୟର ଅନ୍ୟାର୍ଥ ବୁଝାଉ ଥାଏ ।
ତୃତୀୟ ଚତୁର୍ଥ ଅକ୍ଷର ବେନି
ଗୋଷ୍ଠୀ ବା ପଲ୍ଲର ଅର୍ଥ ବଖାଣି ।
ପ୍ରଧନା ତୃତୀୟ ଅକ୍ଷର ଜାଣ
କଳି ଝଗଡ଼ାର ଅଟେ କାରଣ ।
ପ୍ରଥମ ଚତୁର୍ଥ ଅକ୍ଷର ମିଶି
କେଶର ଅନ୍ୟାର୍ଥ କହୁଥାଆନ୍ତି ।
ଏହାର ନାମଟି କହିଲା ପରେ
ଭାଗ ନେଇପାର ପ୍ରଶାସନରେ ।
ଉତ୍ତର: ବାମଦଳ
୪୬-ଆଈ କହନ୍ତି
ପାଞ୍ଚଟି ଅକ୍ଷରେ ନାମ ତାହାର
ଅପ୍ରିୟ ହୋଇନି ସିଏ କାହାର ।
ଦ୍ଵିତୀୟ ପଞ୍ଚମ ମିଶାଇ ଦେବ
ମନୁଷ୍ୟର ଅନ୍ୟ ଅର୍ଥ ବୁଝିବ ।
ପ୍ରଥମ ତୃତୀୟ ଯାହା ବୁଝାଏ
ତା' ପରିଣାମ ଉୟାବହ ହୁଏ ।
ଚତୁର୍ଥ ତୃତୀୟ ଯୋଡ଼ିଲା ପରେ
ଯାହା ହୁଏ ତାହା ତପସ୍ଵୀ କରେ ।
ତୃତୀୟ ପରେ ପଞ୍ଚମ ଥୋଇବ
ସିଏ ଆପଣାର ହୋଇ ନ ଥିବ ।
ପ୍ରଥମ ପଞ୍ଚମ ସଂଯୋଗ କଲେ
ମୁକ୍ତି ଅର୍ଥ ହେବ ଜାଣିବ ପିଲେ
ପ୍ରଥମ ଦ୍ଵିତୀୟ ଖିଲି ଚୋବାଇ
ଓ୦ ନାଲି କରି କହନ୍ତି ଆଇ ।
ଏସବୁର ଅର୍ଥ ଯିଏ କହିବ
ତାକୁତ ସୁନାପିଲା କୁହାଯିବ ।
ଉତ୍ତର: ପାନ ପତର
୪୭-ପ୍ରଣାମ କର
ପାଞ୍ଚଟି ଅକ୍ଷରେ ତାହାଙ୍କ ନାମ
ଭକ୍ତି ଭାବେ ତାକୁ କର ପ୍ରଣାମ ।
ପ୍ରଥମ ଦ୍ବିତୀୟକୁ ଯୋଡ଼ିଦେଲେ
ଗୋଲାକୃତି ଅର୍ଥ ବୁଝିବ ପିଲେ ।
ଦ୍ଵିତୀୟ ତୃତୀୟ ଯୋଗ କରିବ
ଶ୍ରବଣ ଇନ୍ଦ୍ରିୟ ଦୁଇଟି ହେବ ।
ତୃତୀୟ ଚତୁର୍ଥ ପଞ୍ଚମ ଯୋଗ-
କରି ଚକ୍ଷୁ ବୋଲି ବୁଝିବ ଆଗ ।
ପ୍ରଥମ ପରେ ଚତୁର୍ଥକୁ ଥୁଅ
ଦେଖିବ ତା' ଅର୍ଥ ହେବ ସମୂହ
ପ୍ରତି ଧାଡ଼ି ଅର୍ଥ କହିବ ଯିଏ
ସଭିଙ୍କଠୁ ସ୍ନେହ ପାଇବ ସିଏ
ଉତ୍ତର: ଚକା ନୟନ
୪୮-ନମସ୍ଯଙ୍କ ରଚନା
ପାଞ୍ଚଟି ଅକ୍ଷରେ ତାହାର ନାମ
ବ୍ୟାସଦେବଙ୍କ ମାନସ ସନ୍ତାନ ।
ପ୍ରଥମ ଦ୍ଵିତୀୟ ଯୋଡ଼ିଲା ପରେ
ବିଶାଳ ଅର୍ଥକୁ ପ୍ରକାଶ କରେ
ଦ୍ୱିତୀୟ ସହ ଚତୁର୍ଥ ମିଶିବ
ଫୁଲ, ଅଳଙ୍କାର ମାଳା ହୋଇବ ।
ତୃତୀୟ ପଞ୍ଚମ ଏକତ୍ର କଲେ
ଆମ ମୁଖ୍ୟ ଖାଦ୍ୟ ବୁଝିବ ପିଲେ ।
ତୃତୀୟ ଚତୁର୍ଥ ମିଶିଲା ପରେ
ବାହାକ ତାହାକୁ ବହେ କାନ୍ଧରେ
ତୃତୀୟ ଚତୁର୍ଥ ପଞ୍ଚମ ମିଶି
ଆମ ଦେଶ ନାମ କହୁ ଥାଆନ୍ତି ।
ଏସବୁର ମର୍ମ ଯିଏ ଖୋଜିବ
ଭବିଷ୍ୟତେ ସିଏ ନମସ୍ୟ ହେବ ।
ଉତ୍ତର: ମହାଭରତ
୪୯-ଆକାଶେ ଦେଖ
ପାଞ୍ଚଟି ଅକ୍ଷରେ ନାମଟି ଲେଖ
ଆଷାଢ଼ ଶ୍ରାବଣେ ଆକାଶେ ଦେଖ ।
ପ୍ରଥମ ଦ୍ଵିତୀୟ ଅକ୍ଷର ଦୁଇ
ଶ୍ରାବଣେ ଆକାଶକୁ ଢାଙ୍କି ଥାଇ ।
ତୃତୀୟ ଚତୁର୍ଥ ପଞ୍ଚମ ଯୋଗ-
କଲେ ତା'ର ଅର୍ଥପାଲିଙ୍କି ହେବ ।
ଚତୁର୍ଥ ପଞ୍ଚମ ମିଶାଇ ଦେବ
ଜଳର ଅନ୍ୟ ନାମକୁ ବୁଟିବ ।
ଛେଳିଙ୍କ ମୁଖରୁ ଶୁଣୁଛ ଯାହା
ପ୍ରଥମାକ୍ଷରର ଶବ୍ଦଟି ସେୟା ।
ଏହାର ନାମଟି ଯିଏ କହିବ
ଜହ୍ନ ରାଇଜକୁ ସେ ବୁଲି ଯିବ ।
ଉତ୍ତର: ମେଘ ସବାରି
୫୦-ଶୀତଳ ତା'ର ପ୍ରତୀକ
ପାଞ୍ଚଟି ଅକ୍ଷରେ ନାମ ତାହାର
କହିପାର ତାକୁ ସରଗ ଫଳ ।
ପ୍ରଥମ ଦ୍ଵିତୀୟ କର ମିଶ୍ରଣ
ବାୟସର ଅନ୍ୟ ନାମଟି ଜାଣ ।
ତୃତୀୟ ଚତୁର୍ଥଶୀତଳ ଆଉ
ମନ ଉଲ୍ଲାସରେ ପଥିକ ଯାଉ ।
ପଞ୍ଚମ ପରେ ଚତୁର୍ଥ ରଖିଲେ
ଆଷାଢ଼ରେ ଜଗା ବସେ ତା' କୋଳେ ।
ପ୍ରଥମ ତୃତୀୟ ଚତୁର୍ଥ ମାର୍ଗେ
ଦୁରାଚାରୀ ଦୋଷୀ ଯାଆନ୍ତି ଦମ୍ଭେ ।
ତୃତୀୟ ଚତୁର୍ଥ ପଞ୍ଚମ ନିଶି
ଶିଳାର ଅନ୍ୟ ନାମଟି ପ୍ରକାଶି ।
ସଠିକ୍ ଅର୍ଥଟି ଯିଏ କହିବ
ପାଣିପାଗ ବିଶାରଦ ସେ ହେବ ।
ଉତ୍ତର: କୁଆ ପଥର
୫୧-ମଉଳିଲେ ବି ମହକ ଥାଏ
ପାଞ୍ଚଟି ଅକ୍ଷରେ ନାମ ତାହାର
ତା'ର ଉଚ୍ଚାରଣ ଶ୍ରୁତି ମଧୁର ।
ପ୍ରଥମ ଦ୍ଵିତୀୟ ଫୁଲ ହାରକୁ
ବୁଝାଉଛି ଗଳା ଅଳଙ୍କାରକୁ ।
ପ୍ରଥମ ପଞ୍ଚମ ସଂଯୋଗ କର
ତାଙ୍କ ପଦ ପଦ୍ମେ ମୁଣ୍ଡିଆ ମାର ।
ପଞ୍ଚମ ପରେ ତୃତୀୟ ରଖିବ
ଉତ୍ତାପର ଅନ୍ୟ ଅର୍ଥ ବୁଝିବ ।
ଚତୁର୍ଥ ପଞ୍ଚମ ସବୁଜିମାରେ
ସୁନ୍ଦର ଦିଶେ ଶରତ ଋତୁରେ ।
ଏହାର ନାମଟି କହିବ ଯିଏ
ଉଦ୍ଭିଦ ବିଜ୍ଞାନୀ ହୋଇବ ସିଏ ।
ଉତ୍ତର: ମାଳତୀ ଲତା
୫୨-ଶୁଭାଗମନ
ପୌଷ ପ୍ରଭାତକୁ ଭିନ୍ନ ଅର୍ଥରେ
ଲେଖି ପାରିବ ପାଞ୍ଚଟି ଅକ୍ଷରେ ।
ହେମନ୍ତ ପରେ ଯିଏ ଆସୁଥାଏ
ତା' ନାମ ପ୍ରଥମ ଦ୍ଵିତୀୟ କହେ ।
ତୃତୀୟ ଦ୍ଵିତୀୟ ମିଶାଇ ଦିଅ
ମିଛର ବିପରୀତ କଥା କୁହ ।
ଚତୁର୍ଥ ପଞ୍ଚମା ଯୋଡ଼ି ଦେଖିବ
ସମୟ ଗତିକୁ ବୁଝାଉଥିବ ।
ପ୍ରଥମ ପଞ୍ଚମ କହୁଛି ଯାହା
ବାଟିବା ଯନ୍ତ୍ର ପଥରଟି ତାହା ।
ତା'ର ନାମ କିଏ କହୁ ନ କହୁ
ସବୁ ସକାଳେ ଶୁଭ ଆସୁଥାଉ ।
ଉତ୍ତର: ଶୀତ ସକାଳ
୫୩-ପଢ଼ି ଖୁସି ହେଉଥାଅ
ପାଞ୍ଚଟି ଅକ୍ଷରେ ଗୋଟିଏ ବାର୍ତ୍ତା
ତମେ ଜାଣିଛ ତା' ସ୍ୱତନ୍ତ୍ରତା ।
ପ୍ରଥମ ଦ୍ଵିତୀୟ ଯାହା କହୁଛି
ତା' ପ୍ରତି ତମର ରୁଚି ରହିଛି ।
ତୃତୀୟ ପଞ୍ଚମ କହେ ଯୋ ଅର୍ଥ
ତା' ପ୍ରତିଶବ୍ଦକୁ କହୁଛୁ ଦ୍ରୁତ ।
ପଞ୍ଚମ ତୃତୀୟ ଅକ୍ଷର ଦୁଇ
ରଖି ନେବା ପାଇଁ ଦିଏ ବୁଝାଇ ।
ଚତୁର୍ଥ ପରେ ଦ୍ଵିତୀୟ ରହିଲେ
ଶକ୍ତିର ଅନ୍ୟାର୍ଥ ବୁଝିବ ପିଲେ ।
ଚତୁର୍ଥ ପଞ୍ଚମ ଅକ୍ଷର ଦୁଇ
ଆଶିର୍ବାଦର ଅନ୍ୟ ନାମ କହି ।
ଉତ୍ତର: ଖେଳ ଖବର
୫୪-ସବୁଠୁ ଶ୍ରେଷ୍ଠ
ଶବ୍ଦଟିଏ ସିନା ପାଞ୍ଚ ଅକ୍ଷରେ
ସବୁ ବିଭବଠୁ ସିଏ ଊର୍ଦ୍ଧ୍ଵରେ ।
ପ୍ରଥମ ଦ୍ଵିତୀୟ ଯୋଡ଼ି ଦେଖିବ
ତା'ର ଅନ୍ୟ ଅର୍ଥ ସମ୍ମାନ ହେବ ।
ଚତୁର୍ଥ ପରେ ରଖ ତୃତୀୟକୁ
ଦ୍ଵିତୀୟ ଈଶ୍ଵର କହନ୍ତି ତାକୁ ।
ନଡ଼ିଆ ସଢ଼େଇ ଉପରେ ଯାହା
ଚତୁର୍ଥ ପଞ୍ଚମ କହୁଛି ତାହା ।
ତୃତୀୟ ପ୍ରଥମ ଦ୍ବିତୀୟ ମିଶି
ଉଡାଣ ଜାନର ନାମ କହନ୍ତି ।
ପଞ୍ଚମ ପରେ ଦ୍ଵିତୀୟକୁ ରଖ
ତାହାର ଅର୍ଥ ଉଚ୍ଚସ୍ୱର ଲେଖ ।
ଯେଉଁଥି ପାଇଁ ମନୁଷ୍ୟ ଦୁର୍ଲଭ
ତାହାର ନାମଟି ତମେ କହିବ।
ଉତ୍ତର: ମାନବିକତା
୫୫-ପବନ ତରଙ୍ଗ
ପାଞ୍ଚଟି ଅକ୍ଷରେ ନାମ ତାହାର
ପବନ ତରଙ୍ଗେ ଆସେ ତା' ଗିର ।
ପ୍ରଥମ ଦ୍ଵିତୀୟ ତୃତୀୟ ମିଶି
ଶୂନ୍ୟ ମଣ୍ଡଳର ନାମ କହନ୍ତି ।
ଦ୍ଵିତୀୟ ତୃତୀୟ କରି ମିଶ୍ରଣ
ବୁଝି ରଖ ଏକ ରୋଗର ନାମ ।
ବିସ୍ମୟର ଅନ୍ୟ ଅର୍ଥଟି ଯାହା
ଦ୍ଵିତୀୟ ଚତୁର୍ଥ କହୁଛି ତାହା ।
ଚତୁର୍ଥ ପଞ୍ଚମ ଯାହା ବୁଝାଏ
ଉପଦେଶାତ୍ମକ କଥାଟି ସିଏ ।
ପବନର ଅନ୍ୟ ନାମଟି ଯାହା
ଚତୁର୍ଥ ପ୍ରଥମ କହୁଛି ତାହା ।
ଏହାର ନାମଟି ଯିଏ କହିବ
ଧ୍ବନି ବିଶାରଦ ସିଏ ହୋଇବ ।
ଉତ୍ତର: ଆକାଶ ବାଣୀ
୫୬-ବିପଦକୁ ଆଣି ଆସେ
ପାଞ୍ଚ ଅକ୍ଷର ନାମ ଧରି ସେ ଆସେ
କେବେ ଲାଭ କେବେ କ୍ଷତି କରେ ସେ ।
ପ୍ରଥମ ତିନି ଅକ୍ଷର ଯୋଡ଼ିଲେ
ଅସମୟ ବୋଲି ସୂଚାଏ ପିଲେ ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁଇ
ଦିବସର ଅନ୍ୟ ନାମ ଅଟଇ ।
ପ୍ରଥମ ତୃତୀୟ ପଞ୍ଚମ ଯୋଗ-
କଲେ ନିଷ୍ଠାପର ଅର୍ଥଟି ହେବ ।
ଚତୁର୍ଥର ଅର୍ଥ ବୁଝାଏ ଯାହା
ଛେଳିଙ୍କ ମୁଖରୁ ଶୁଣିବ ତାହା ।
ପ୍ରଥମ ପଞ୍ଚମ କର ସଂଯୋଗ
ପୁରାଣୋକ୍ତ ଏକ ସାପଟିକୁ ବୁଝ ।
ଉପର ଧାଡ଼ିରେ ଲିଖିତ ନାମ
କହିବା ଲୋକଟି ଚତୁର ଜାଣ ।
ଉତ୍ତର: ଅଦିନ ମେଘ
୫୭-ଦ୍ବିକୁଳ ହିତା
ଦେବ କୁଳେ ଜାତ ରତ୍ନଟିଏ ସିଏ
ପାଞ୍ଚଟି ଅକ୍ଷର ତା ନାମ କୁହେ ।
ପ୍ରଥମ ଦ୍ଵିତୀୟ ବେନି ଅକ୍ଷର
ଠାକୁର ବୋଲିଣ ମୁଣ୍ଡିଆ ମାର ।
ତୃତୀୟ ଦ୍ଵିତୀୟ ମିଶାଇ ଦେବ
ମଙ୍ଗଳ କାର୍ଯ୍ୟରେ ପୂଜନ୍ତି ସର୍ବ ।
ପ୍ରଥମ ଚତୁର୍ଥର ଅର୍ଥ ଆତ୍ମା-
ଜ୍ଞାନୀ ମାନେ ସଦା ଜଗତ ଜିତା ।
ବାଉଁଶ ଫଡ଼ାର ନାମଟି ଯାହା
ଦ୍ଵିତୀୟ ପଞ୍ଚମ କହୁଛି ତାହା ।
ତୃତୀୟ ଚତୁର୍ଥ ପଞ୍ଚମ ଲେଖି
ଦୁଇ କୁଳ ହିତା ତାକୁ କହନ୍ତି ।
ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝିଲେ
ଗୁଣୀ ଗଣେ ଗଣା ହେବରେ ପିଲେ ।
ଉତ୍ତର: ଦେବ ଦୁହିତା
୫୮-ଗ୍ରହଣୀୟକୁ ଗ୍ରହଣ କର
ଶରୀରଟି ତା'ର ଧବଳ ବର୍ଣ୍ଣ
ପାଞ୍ଚଟି ଅକ୍ଷରେ ଲେଖ ତା' ନାମ ।
ପ୍ରଥମ ଦ୍ଵିତୀୟ ଯୋଡ଼ି ପଡ଼ିବ
ସ୍ଵାମୀର ଅର୍ଥକୁ ବୁଝାଉଥିବ ।
ଦ୍ଵିତୀୟ ତୃତୀୟ କର ଏକତ୍ର
ତାହାର ଅନ୍ୟାର୍ଥ ଶକ୍ତି ସାମର୍ଥ୍ଯ ।
ଚତୁର୍ଥ ପାଞ୍ଚମର ଅର୍ଥ ଯାହା
ଅଧା ମାସଟିର ନାମଟି ତାହା ।
ଦ୍ଵିତୀୟ ପଞ୍ଚମ ଯାହା କହନ୍ତି
ତାହା ତ ଛାତିର ଅନ୍ୟ ନାମଟି ।
ଉପର ନାମଟି ଯିଏ କହିବ
ସାର ଅସାର ସେ ବାଛି ପାରିବ ।
ଉତ୍ତର: ଧବଳ ପକ୍ଷ
୫୯-ସେଦା ସନ୍ତୋଷ
ପାଞ୍ଚଟି ଅକ୍ଷରେ ନାମଟି ମୋର
ଖୋଜି ପାଉନି ମୁଁ ଦୁଃଖର ଘର ।
ପ୍ରଥମ ଦ୍ଵିତୀୟ ଦେଲେ ମିଶାଇ
ତାକୁ ଆପଣାର କହି ନୁହଇ ।
ଦ୍ଵିତୀୟ ତୃତୀୟ ଅକ୍ଷର ଦୁଇ
ଲକ୍ଷ୍ମୀଙ୍କର ଅନ୍ୟ ନାମଟି କହି ।
ତୃତୀୟ ଚତୁର୍ଥ ଲେଖିଲା ପରେ
ସମ୍ମାନର ଅର୍ଥ ପ୍ରକାଶ କରେ ।
ଚତୁର୍ଥ ପଞ୍ଚମ ଯେବେ ମିଶନ୍ତି
କୃଷ୍ଣଙ୍କ ବାପାଙ୍କ ନାମ କହନ୍ତି ।
ଏମିତି ସୁନ୍ଦର ନାମଟି ମୋର
ଉଚ୍ଚାରଣ ତା'ର ଭାରି ମଧୁର ।
ଉତ୍ତର: ପରମାନନ୍ଦ
୬୦-ସୁଭଦ୍ରାଙ୍କ ଯାନ
ପାଞ୍ଚଟି ଅକ୍ଷରର ସମିଶ୍ରଣ
କାହିଁ କେଉଁ ଏକ ଯାନର ନାମ ।
ପ୍ରଥମ ଦ୍ଵିତୀୟ ଦୁଇ ଅକ୍ଷର
ପଢ଼ୁ ପଢ଼ୁ ତାଙ୍କୁ ପ୍ରଣାମ କର ।
ଦ୍ଵିତୀୟ ଚତୁର୍ଥ ଅକ୍ଷର ଦିହେଁ
ଶକ୍ତିର ଅର୍ଥକୁ ବୁଝାଉ ଥାଏ ।
ପଞ୍ଚମ ଦ୍ଵିତୀୟ ମିଶିଲା ପରେ
ନୂତନର ଅର୍ଥ ପ୍ରକାଶ କରେ ।
ତୃତୀୟ ଚତୁର୍ଥ ଯେବେ ଯୋଡ଼ିବ
ସଂଙ୍ଗ ଅଥବା 6ଗାଷ୍ଠୀ ଅର୍ଥ ହେବ ।
ଲମ୍ବା ବାଉଁଶକୁ କହୁଛୁ ଯାହା
ପଞ୍ଚମ ଚତୁର୍ଥର ଅର୍ଥଟି ତାହା ।
ଏହାର ନାମଟି କହିବ ଯିଏ
ଦିଅଙ୍କ ଆଶିଷ ପାଇବ ସିଏ ।
ଉତ୍ତର: ଦେବ ଦଳନ
୬୧-ଦେବଦୁର୍ଲଭ
ପାଞ୍ଚଟି ଅକ୍ଷରେ ଶବ୍ଦଟି ହେବ
ଉତ୍ତମ ଲୋକଙ୍କୁ ବୁଝାଉଥିବ ।
ପ୍ରଥମ ଦ୍ଵିତୀୟ ଯୋଡ଼ିଲା ପରେ
କନକାର ଅର୍ଥ ପ୍ରକାଶ କରେ ।
ଦ୍ଵିତୀୟ ତୃତୀୟ 6ଯବେ ଯୋଡ଼ିବ
ବିଷଧରଟିର ନାମଟି ହେବ ।
ଦ୍ଵିତୀୟ ପାର୍ଶ୍ଵରେ ପଞ୍ଚମ ଯୋଗ
ନାସା ଅନ୍ୟ ନାମ ବୁଝିବ ଆଗ ।
ଅକ୍ଷର ଖେଳରେ ସଉକ ଥିଲେ
ମୋ ସହ ଖେଳିବ ଆସରେ ପିଲେ
ଉତ୍ତର: ସୁନାଗରିକ
Nice kabita
ReplyDeleteBahuta bhala haichi sir
ReplyDeleteAti sundra
ReplyDelete👍👍👍👍👍
ReplyDelete